BJD Photograph: (OTV)
ନୂଆପଡ଼ା ଗଡ଼ ବଜାୟ ରଖିପାରିବ ତ ବିଜେଡି ? ବିଜେପିର ଜୟ ଢୋଲକିଆ ଧମାକା ପରେ ଏବେ ଥଳକୂଳ ପାଉନି ଶଙ୍ଖ ଦଳ। କାଲି ସୁଦ୍ଧା ପ୍ରାର୍ଥୀ ଚନୟ କରିବାକୁ କୋର୍ କମିଟିକୁ ନବୀନଙ୍କ ଡେଡଲାଇନ୍ ଥିବାବେଳେ ଗ୍ରାଉଣ୍ଡ ଜିରୋରେ ନେତାଙ୍କର ଚାଲିଛି ଘନ ଘନ ବୈଠକ। ଏପଟେ କଂଗ୍ରେସ ମଇଦାନକୁ ଓହ୍ଲାଇ ସାରିଥିବାବେଳେ ବିଜେପି ମିଶ୍ରଣ ପର୍ବ କରି ବଳ ବଢ଼ାଇ ଚାଲିଛି। ପଦ୍ମ ଦଳର ଯୋଦ୍ଧା କିଏ ହେବେ ତାହା ଆପାତତଃ ସ୍ଥିର ହୋଇ ସାରିଥିବାବେଳେ କେବଳ କେନ୍ଦ୍ରୀୟ କମିଟିର ମୋହରକୁ ଅପେକ୍ଷା ରହିଛି।...
ଛଡ଼େଇ ନେଲା ବିଜେପି, ପ୍ରାର୍ଥୀ ଖୋଜୁଛି ବିଜେଡି । ଜୟ ଢୋଲକିଆ ଝଟକା ଖାଇବା ପରେ ନୂଆପଡ଼ାରେ ଯୋଦ୍ଧା ଚୟନକୁ ନେଇ ଟେନସନରେ ଶଙ୍ଖ ଦଳ । ନବୀନ ଗଢିଥିବା କୋର୍ କମିଟି ସେଠି ଡେରା ପକାଇ ମାନସ ମନ୍ଥନ କରୁଛି , ନେତା ବି ଘନ ଘନ ରୁଦ୍ଧଦ୍ବାର ବୈଠକ କରୁଛନ୍ତି। ହେଲେ ସମୟ ଗଡୁଛି ସିନା ନିଜ ଗଡ ପାଇଁ ପ୍ରାର୍ଥୀ ଖୋଜି ପାଉନି ବିଜେଡି। ସମୀକରଣ ବିଗିଡି ଯାଇଥିବାରୁ ଦଳ ଏବେ କଠିନ ପରିସ୍ଥିତିରେ।
ଗୋଟିଏ ପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଡୋର ଟୁ ଡୋର ବୁଲି ପ୍ରଚାର ଆରମ୍ଭ କରି ଦେଇଥିବାବେଳେ ବିଜେପି ମିଶ୍ରଣ ପର୍ବ ମାଧ୍ୟମରେ ବଳ ଗୋଟାଉଛି। ହେଲେ ବିଜେଡି ପୂରା ପଛରେ ପଡିଛି। କାଲି ସୁଦ୍ଧା କୋର୍ କମିଟି- ନବୀନଙ୍କୁ ରିପୋର୍ଟ ଦେବା ପରେ, କିଏ ନୂଆପଡ଼ାରେ ବିଜେଡିରୁ ଲଢ଼ିବ ତାହା ସ୍ପଷ୍ଟ ହେବ। ତେବେ ସମ୍ଭାବ୍ୟ କ୍ୟାଣ୍ଡେଟ୍ ତାଲିକାରେ ଯେଉଁ ସବୁ ନାଁ ଗୁଡ଼ିକୁ ନେଇ ଚର୍ଚ୍ଚା ହେଉଛି- ସେମାନେ ହେଲେ ମନୋଜ ମିଶ୍ର, ତାରେଶ୍ବରୀ ସାହୁ ଓ ରାଜେଶ ନିଗମ।...
ଏପଟେ ନୂଆପଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜିଠୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା। ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି। ନଭେମ୍ବର ୧୧ ରେ ଭୋଟ୍ ଗ୍ରହଣ ପାଇଁ ବି ବ୍ୟବସ୍ଥା ଆରମ୍ଭ କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥାରେ ହେବ ମତଦାନ। ୮ଟି ବୁଥ ପାଇଁ ହେଲିକ୍ୟାପଟର ବ୍ୟବସ୍ଥା ବି ହେବ।
ପୋଲିଂ ପାର୍ଟି ହେଲିକପ୍ଟରରେ ଯାଇ ଭୋଟିଂ ସାରି ସେଇଥିଲେ ଫେରିବେ। ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ବାଇ ଇଲେକ୍ସନ ପାଇଁ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।...
ନୂଆପଡା ଉପ-ନିର୍ବାଚନ ପାଇଁ ମଇଦାନ ଗରମ ହେଉଛି। ଲଢେଇ ପାଇଁ ବିଜେପି ଓ କଂଗ୍ରେସ ଦୃଢ ସ୍ଥିତିରେ ଥିବାବେଳେ ବିଜେଡି ଘର କିନ୍ତୁ ଏବେବି ଅସଜଡା। ଦେଖିବା କଥା ନିଜ ଗଡକୁ କେମିତି ରକ୍ଷା କରୁଛି ବିଜେଡି...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/bjd-2025-10-13-20-11-22.jpg)