Md Moquim Photograph: (OTV)
ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହେଲା। କଂଗ୍ରେସରୁ ଆଉଟ୍ ମହମ୍ମଦ ମୋକିମ୍। ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ବହିଷ୍କୃତ କରିଛି କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ ଆକ୍ସନ୍ ହୋଇଛି। ଖଡ଼ଗେ, ରାହୁଲ, ଭକ୍ତ ଦାସଙ୍କ ବିରୋଧରେ ବିଷୋଦଗାର କରି ସୋନିଆଙ୍କୁ ଚିଠି ଲେଖିଥିଲେ ଖଡ଼ଗେ। ଏହାକୁ ନେଇ ଖପ୍ପା ପିସିସି, ଦଳ ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲା। ଆଉ ଏବେ ଆସିଛି ଏହାର ରିଆକ୍ସନ୍।
କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଚିଠିକୁ ଗୁରୁତ୍ବର ସହ ନେଇ ଆଲୋଚନା କରିଥିବାରୁ ମିଡିଆକୁ ଧନ୍ୟବାଦ ଜଣାଇଛନ୍ତି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି । ସେ କହିଛନ୍ତି, କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳକୁ ଆଇନା ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି ।
ରାଜନୀତି ଛାଡିବେନି
ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ ବୋଲି ସେ କହିଛନ୍ତି । ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ମୋକିମ୍ । ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନି । ମୁଁ କାହାକୁ ନ ଡରି ଚିଠି ଲେଖିଥିଲି । ସତ କଥା ଲେଖିଥିଲେ ବୋଲି ପୁଣି ଆଜି ସେହି କଥା ଦୋହରାଇଛନ୍ତି ।
ଯାହା ଲେଖିଛି ସତ ଲେଖିଛି
କେହି ଖୋଲିକି କହିପାରୁନଥିଲେ, ସେ କଥା ମୁଁ କହିଥିଲି ବୋଲି ସେ କହିଛନ୍ତି । ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା, କିନ୍ତୁ ଯାହା କହିଛି ସେଥିରେ ଅନୁଶୋଚନା ନାହିଁ ବୋଲି ସେ କହିଛନ୍ତି । ମୋ ଚିଠି ଦ୍ୱାରା cwcକୁ ଏକ ହ୍ୟାଣ୍ଡଲ୍ ମିଳିଗଲା । ସୁଧାର ଆସିବ ବୋଲି ସେ କହିଛନ୍ତି । ତାଙ୍କ ଚିଠିକୁ ଗୁରୁତ୍ୱ ଦେଇଥିବାରୁ ସେ ଆନନ୍ଦିତ ବୋଲି ମଧ୍ୟ ମତ ଦେଇଛନ୍ତି । ପରବର୍ତ୍ତୀ ସମୟରେ କଂଗ୍ରେସ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । ତେବେ ସେ ରାଜନୀତି ଜାରି ରଖିବେ । ତାଙ୍କର ରାଜନୀତି ଛାଡିବାର ପ୍ରଶ୍ନ ଉଠୁନାହିଁ । ତେବେ ତାଙ୍କ ଝିଅ ସୋଫିଆଙ୍କୁ ସେ ଏଥିରେ ସଂଶ୍ଲିଷ୍ଟ କରୁନାହାନ୍ତି ବୋଲି କହିଛନ୍ତି । ସୋଫିଆ ତାଙ୍କର ନିଜସ୍ୱ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/md-moquim-2025-12-15-10-36-14.jpg)