Advertisment

Political Storm in BJD: ୨ MLAଙ୍କ ଉପରେ ଆକ୍ସନ୍ ପରେ ଶଙ୍ଖ ଦଳରେ ଷଡ଼ଯନ୍ତ୍ର ପଲିଟିକ୍ସ, ବିଜେଡିକୁ ଭାଙ୍ଗିବାକୁ ପ୍ଲାନ୍ ହୋଇଥିଲା ମିଡ୍ ଡେ ଅପରେସନ୍

ମେ ୨୯, ୨୦୧୨। ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା, ମିଡ୍ ନାଇଟ୍ ଅପରେସନ୍। ଆଉ ବିଜେଡି ମୁଖପାତ୍ରଙ୍କ କହିବାକଥା ସେଇ ଢାଞ୍ଚାରେ ବିଜେଡି ବିଭାଜନ ପାଇଁ ନିକଟରେ ହୋଇଥିଲା ମିଡ୍ ଡେ ଅପରେସନ୍।

ARABIND-LENIN

ARABIND-LENIN Photograph: (OTV)

Advertisment

ବିଜେଡିକୁ ଭାଙ୍ଗିବାକୁ ମିଡ୍ ଡେ' ଅପରେସନ୍ । ପ୍ଲାନ୍ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ଦୁଇ ବିଧାୟକଙ୍କ ଉପରେ ଆକ୍ସନ ପରେ ବିଜେଡିରେ ଘନେଇଲା ନିଲମ୍ବନ ପଲିଟିକ୍ସ। ଦୁଇ ଦିନ ଧରି ମାପିଚୁପି କେବଳ ବିଶ୍ବାସଘାତକ ଓ ଦୁର୍ନୀତିଗ୍ରସ୍ତର ଷ୍ଟାମ୍ପ ମାରିବା ପରେ ଆଜି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ବିଜେଡିକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ହୋଇଥିଲା।

Advertisment

ପ୍ଲାନ୍ ହୋଇଥିଲା ମିଡ୍ ଡେ ଅପରେସନ୍। ଯେଉଁଥିରେ ସାମିଲ୍ ଥିଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ। କିନ୍ତୁ ମିଡ୍ ନାଇଟ ଅପରେସନ ଭଳି ଏହା ବି ଫେଲ୍ ମାରିଲା। ସ୍ପଷ୍ଟ ପ୍ରମାଣ ପାଇ ନବୀନ ନେଲେ ଆକ୍ସନ।

ଭୁଲ୍ ଭୁଲେୟା କାହାଣୀ କହନି

ସନା ଓ ଅରବିନ୍ଦଙ୍କୁ କଲେ ଆଉଟ୍। ଏଭଳି ଖୁଲାସା ସହ ବିଶ୍ବାସଘାତକ ଓ ଦୁର୍ନୀତିଗ୍ରସ୍ତର ସଂଜ୍ଞା ବି ଦର୍ଶାଇଛନ୍ତି ଲେନିନ୍। ସେପଟେ ଅଭିଯୋଗକୁ ଖଣ୍ଡନ କରି ଲେଲିନ୍ଙ୍କୁ ଖୋଲା ଚାଲେଞ୍ଜ୍ ଦେଇଛନ୍ତି ଅରବିନ୍ଦ। କହିଛନ୍ତି ଭୁଲ୍ ଭୁଲେୟା କାହାଣୀ ନକହି, ଯଦି ମିଡ୍ ଡେ ଅପରେସନ୍ ହୋଇଥିଲା ସିଧା ପ୍ରମାଣ ଦିଅନ୍ତୁ।...

Advertisment

ଏସବୁ ଭିତରେ କିନ୍ତୁ ଅରବିନ୍ଦ ଓ ସନାଙ୍କ ନିଲମ୍ବନ ପଛର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ। ଏଠି ପ୍ରଶ୍ନ ଏବେ କି ପ୍ରାସଙ୍ଗିକତା ଥିଲା ଯେ ମିଡ୍ ଡେ ଅପରେସନର ଆବଶ୍ୟକତା ପଡିଲା। ୨୦୧୨, ମେ ୨୯ ମିଡ୍ ନାଇଟ ଅପରେସନ୍ ସମୟରେ ବିଜେଡି ସରକାରରେ ଥିଲା, ନବୀନ ମୁଖ୍ୟମନ୍ତ୍ରୀ ଥିଲେ।

ସେତେବେଳେ ରାଜନୈତିକ ସ୍ଥିତି ଭିନ୍ନ ଥିଲା। କିନ୍ତୁ ଏବେ ବିଜେଡି ବିରୋଧୀ ଦଳରେ। ନିର୍ବାଚନ ବି ପାଖରେ ନାହିଁ। ମିଡ୍ ଡେ ଅପରେସନରେ କାହାକୁ ଫାଇଦା ମିଳିଥାନ୍ତା ?…

Advertisment

ଦୁଇ ବିଧାୟକଙ୍କ ନିଲମ୍ବନ ପରେ ଚିତ୍ରରେ ସ୍ପଷ୍ଟତା ଆସିବା ବଦଳରେ ସ୍ଥିତି ଅଧିକ ଗୋଳିଆ ହେଉଛି। ଆଗକୁ ଏ ନିଲମ୍ବନ ଷ୍ଟ୍ରାଟେଜି କେଉଁ ମୋଡ ନେଉଛି ତାଉପରେ ନଜର।...



BJD Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ