Congress Photograph: (OTV)
କଂଗ୍ରେସରୁ ସମୂହ ଇସ୍ତଫା ଦେଲେ ମୋକିମଙ୍କ ସମର୍ଥକ। ଆଜି ୪୧ ଜଣ ନେତା କଂଗ୍ରେସ ଛାଡିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକ, ଯୁବ ଓ ଛାତ୍ର କର୍ମକର୍ତ୍ତା।
ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ବକୁ ଦାୟୀ କରି ସେମାନେ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ନେଇ ତାଙ୍କ ସମର୍ଥକ ଖପ୍ପା ଥିଲେ। ...
ଯୁବ ଦିବସରେ ପଡ଼ିଥିଲା ନୂଆ ଦଳର ମୂଳଦୁଆ
ଜାତୀୟ ଯୁବ ଦିବସରେ ଭୁବନେଶ୍ବରରେ ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିଲେ । ଓଡ଼ିଶା ଯୁବ ସମାବେଶ ନାଁରେ ପଡ଼ିଥିଲା ନୂଆ ଦଳର ମୂଳଦୁଆ। କଂଗ୍ରେସ ବିଧାୟିକା ତଥା ଝିଅ ସୋଫିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାପାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କହିଲେ ବାପା ଦେଖିଥିବା ସ୍ବପ୍ନ କେବେ ବିଫଳ ହୁଏନା । ନୂଆ ଓଡ଼ିଶା ଗଢ଼ିବାପାଇଁ ଯୁବକଙ୍କ ଆବଶ୍ୟକତା ରହିଛି।
ଖୋଲାମଞ୍ଚରେ କଂଗ୍ରେସରୁ ବିତାଡିତ ବାପା ମୋକିମଙ୍କୁ ପ୍ରଶଂସାରେ ପୋତିଦେଇଥିଲେ ସୋଫିଆ। ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ ବୋଲି ସୋଫିଆ ଖୋଲାଖୋଲି ଆହ୍ବାନ ଦେଇଥିଲେ।
କଂଗ୍ରେସକୁ ଆକ୍ଷେପ କରି ସୋଫିଆ କହିଥିଲେ କାହାକୁ ନଡରି ବାପାଙ୍କ ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ପଡିବ। ଓଡିଶାକୁ ଗଢିବାକୁ ହେଲେ ଆମ ଯୁବବର୍ଗଙ୍କୁ ଏକ ହେବାକୁ ପଡିବ। ସେହିପରି ମୋକିମ ନିଜ ପ୍ରତିକ୍ରିୟାରେ କହିଥିଲେ, ଓଡିଶା ଚାହୁଁଛି ଏକ ନୂଆ ବିକଳ୍ପ। ଏଥିପାଇଁ ସମସ୍ତଙ୍କୁ ଗଣ୍ଡିରୁ ବାହାରିବାକୁ ପଡି଼ବ। ଡିକ୍ସିନାରୀରେ ଅସମ୍ଭବ ବୋଲି କିଛି ନାହିଁ ବୋଲି କହିଥିଲେ ମୋକିମ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଥିଲେ ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି। ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ। ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି।
ତେବେ ଏହି ସମୂହ ଇସ୍ତଫା ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
ମୋକିମ୍ ସମର୍ଥକଙ୍କ ସମୂହ ଇସ୍ତଫା
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ମୋଟ ୪୧ ଜଣ
ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ରଙ୍କ ଇସ୍ତଫା
ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକଙ୍କ ଇସ୍ତଫା
ଯୁବ ଓ ଛାତ୍ର କର୍ମକର୍ତ୍ତା ବି କଂଗ୍ରେସରୁ ଦେଲେ ଇସ୍ତଫା
ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ବକୁ ଦାୟୀ କରି ଇସ୍ତଫା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/congress-2026-01-24-14-34-30.jpg)