ମୟୁରଭଂଜରେ ହାଡ଼ଭଙ୍ଗା ଜାଡ଼ । ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତନ ଠାରୁ ସର୍ବାଧିକ ଉଚ୍ଚତାରେ ରହୁଥିବା କାରଣରୁ ଏବେ ସେଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
Published By: Prangyan Parimita
Last updated: 21 December 2022, 09:38 PM IST
ଶୀତରେ ଥରୁଛି ସାରା ମୟୁରଭଂଜ । ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ।
ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତନ ଠାରୁ ସର୍ବାଧିକ ଉଚ୍ଚତାରେ ରହୁଥିବା କାରଣରୁ ଏବେ ସେଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ସକାଳ ୯ ପୂର୍ବରୁ ଘରୁ ଲୋକେ ବାହାରୁ ନାହାନ୍ତି । ସକାଳୁ ସକାଳୁ ଲୋକେ କାର୍ଯ୍ୟକୁ ଯିବା ପାଇଁ ମଧ୍ୟ ବିଳମ୍ବ ହେଉଛି ।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଜାଗା ଜାଗାରେ ନିଆଁ ପୁଇଁ ହେଉଛନ୍ତି ।
ଶୀତ ଆଗକୁ ଆହୁରି ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।