ଆଧାର କାର୍ଡକୁ ନେଇ ଭାରତରେ UIDAI ଦ୍ୱାରା ଅନେକ ନିୟମ ତିଆରି କରାଯାଇଛି। ଏହାକୁ ୫ ବର୍ଷ ବୟସ ପରେ ଏବଂ ୧୫ ବର୍ଷ ପରେ ଅପଡେଟ୍ କରିବାକୁ ପଡିବ। ଆସନ୍ତୁ ଏ ବିଷୟରେ ପୂରା ଜାଣିବା।
Published By: Pramod Behera
Last updated: 18 May 2025, 03:29 PM IST
ଭାରତରେ ରହୁଥିବା ଲୋକଙ୍କ ପାଖରେ ଅନେକ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରାୟ ପ୍ରତିଦିନ କିଛି ନା କିଛି କାମ ପାଇଁ ଆବଶ୍ୟକ ହୁଏ। ଏଥିରେ ଅନେକ ଡକ୍ୟୁମେଣ୍ଟ ରହିଛି।
ରାସନ କାର୍ଡ, ପାନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ ଏବଂ ଆଧାର କାର୍ଡ ଭଳି ଅନେକ ଡକ୍ୟୁମେଣ୍ଟ ଅଛି।
ଆଧାର କାର୍ଡ ଭାରତରେ ସର୍ବାଧିକ ବ୍ୟବହୃତ ଡକ୍ୟୁମେଣ୍ଟ। ସ୍କୁଲ୍-କଲେଜ୍ରେ ପ୍ରବେଶ ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ଏହାର ଆବଶ୍ୟକତା ରହିଛି।
ଆପଣ କ’ଣ ଜାଣନ୍ତି ଯେ ଆଧାର କାର୍ଡ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ତିଆରି କରାଯାଏ? କିନ୍ତୁ ଏଥିପାଇଁ ପୃଥକ ନିୟମ ସ୍ଥିର କରାଯାଇଛି। ଏହି ନିୟମଗୁଡ଼ିକ ପାଳନ କରିବା ପରେ ହିଁ ପିଲାମାନଙ୍କର ଆଧାର କାର୍ଡ ତିଆରି ହୁଏ।
୫ ବର୍ଷରୁ କମ୍ ବୟସର ପିଲାଙ୍କ ଆଙ୍ଗୁଠି ଛାପ ନିଆଯାଏ ନାହିଁ। କାରଣ ସେମାନେ ସେହି ବୟସ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିକଶିତ ହୋଇ ନଥାନ୍ତି। ଏହାକୁ ବାଲ ଆଧାର କୁହାଯାଏ। ଏହା ଜନ୍ମ ପ୍ରମାଣପତ୍ରରୁ ପ୍ରସ୍ତୁତ କରାଯାଏ। ବାପାମାଆଙ୍କ ଆଧାର ମଧ୍ୟ ଏହା ସହିତ ଲିଙ୍କ୍ ହୋଇଥାଏ।
ଏହା ପରେ, ଯେତେବେଳେ ପିଲାଟି ୫ ବର୍ଷ ବୟସର ହୁଏ ତା'ପରେ ଏଥିରେ ବାୟୋମେଟ୍ରିକ୍ ତଥ୍ୟ ଅପଡେଟ୍ କରିବାକୁ ପଦେ। ଯେଉଁଥିରେ ଫିଙ୍ଗର୍ପ୍ରିଣ୍ଟ, ଆଇରିସ୍ ସ୍କାନ୍ ଭଳି ତଥ୍ୟ ଅନ୍ତର୍ଭୁକ୍ତ। ଏହାର ଫଟୋ ମଧ୍ୟ ଅପଡେଟ୍ ହୁଏ।
ଏହା ପରେ, ୧୫ ବର୍ଷ ବୟସ ପରେ, ଏହି ସୂଚନାକୁ ପୁଣି ଥରେ ଅପଡେଟ୍ କରିବାକୁ ପଡେ। ଯେଉଁଥିରେ ଫଟୋ ମଧ୍ୟ ଅପଲୋଡ୍ କରିବାକୁ ପଡେ। ଅଧିକ ସୂଚନା ପାଇଁ ଆପଣ UIDAIର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ।