Self Marriage
Advertisment
1/5
ନିଜକୁ ନିଜେ ବିବାହ କଲେ, ହେଲେ ୨୪ ଘଣ୍ଟା ବି ରହି ପାରିଲେନି । ୨୫ ବର୍ଷିୟ ସୋଫି ମୋରେ ନିଜେ ନିଜକୁ ବିବାହ କରିଥିବା ନେଇ ଫେବୃଆରୀ ମାସରେ ଦାବି କରିଥିଲେ । ଫେବୃଆରୀ ୨୦ରେ ସେ ଏକ ସୁନ୍ଦର ଧଳା ଗାଉନ୍ ପିନ୍ଧି ସେଲିବ୍ରେଟ୍ କରିବା ସହ କେକ୍ କାଟିଥିଲେ । ହେଲେ ଅଦ୍ଭୁତ କଥା ହେଲା, ୨୪ ଘଣ୍ଟା ପରେ ସେ ମଧ୍ୟ ନିଜଠାରୁ ଛାଡପତ୍ର ନେଇଥିଲେ ।
2/5
ସୋଫି ମୋରେ ନିଜ ଟ୍ୱିଟର ଆକାଉଣ୍ଟରେ ଧଳା ବ୍ରାଇଡାଲ୍ ଗାଉନ୍ ଏବଂ ସୁନାର ମୁଦି ପିନ୍ଧି ଫଟୋ ପୋଷ୍ଟ କରିଥିଲେ। ସେ କ୍ୟାପସନରେ ଲେଖିଥିଲେ, 'ଆଜି ମୋ ଜୀବନର ସବୁଠାରୁ ବିଶେଷ ଦିନ।' ମୁଁ ନିଜେ ନିଜର ବିବାହ ପୋଷାକ କିଣିବା ସହ କେକ୍ ମଧ୍ୟ ତିଆରି କରିଛି ।
3/5
ସୋଫି ମୋରେଙ୍କର ଟ୍ୱିଟରରେ ୧ ଲକ୍ଷରୁ ଅଧିକ ଫଲୋଅର୍ସ ଥିବାବେଳେ ଇନଷ୍ଟାଗ୍ରାମରେ ବର୍ତ୍ତମାନ ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏହି ମାମଲା ପରେ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି ।
4/5
ତେବେ ଏହି ଖବର ତୀବ୍ର ବେଗା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଲା । ଲୋକମାନେ ଏହାକୁ ଲୋକପ୍ରିୟତା ହାସଲ କରିବାକୁ ଏପରି କରିଥିବା କହି ବିଭିନ୍ନ ପ୍ରତିକ୍ରିୟା ରଖିଥିଲେ । ତାଙ୍କ ନିଷ୍ପତ୍ତିରେ ଅନେକ ୟୁଜର ଅସନ୍ତୋଷ ପ୍ରକାଶ କରିବା ସହ ନକାରାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କଲେ । କେହି କେହି କହିଥିଲେ, ତୁମକୁ ଡାକ୍ତର ଦରକାର ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678693953.jpg)
5/5
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us