ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍ ଆଦ୍ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।
Published By: Otv Khabar Bureau
Last updated: 07 March 2022, 08:15 PM IST
ନିର୍ବାଚନ ସରିଥିବା ୫ଟି ରାଜ୍ୟରେ ରେ କିଏ କରିବ ସରକାର?
ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍ ଆଦ୍ମୀ ପାର୍ଟି ! ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।
ଉତ୍ତର ପ୍ରଦେଶରେ ପୁଣି ବାବାଙ୍କ ଦବଦବା ଜାରି ରହିବ । ପୁଣି ଥରେ ବାବାଙ୍କ ଦରବାରରେ ଲାଗିବ ଭିଡ଼ । ଉତ୍ତର ପ୍ରଦେଶରେ ପୁଣି ଫୁଟିବ ପଦ୍ମ !
ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି । ଏବିପି ସି-ଭୋଟର ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡରେ ବିଜେପିକୁ ୨୬ରୁ ୩୨ଟି ସିଟ୍ ମିଳୁଥିବା ବେଳେ କଂଗ୍ରେସକୁ ବିଳିବ ୩୨ରୁ ୩୮ଟି ସିଟ୍ ।
ଇଣ୍ଡିଆ ଟିଭି ସିଏନ୍ଏକ୍ସ ସର୍ଭେ ଅନୁଯାୟୀ ଏକ୍ଜିଟ୍ ପୋଲ କହୁଛି ଗୋଆରେ ସରକାର ଗଢ଼ିବ ବିଜେପି । ଏଠାରେ ମୋଟ ୪୦ଟି ଆସନ ରହିଥିବା ବେଳେ ବିଜେପିକୁ ମିଳିପାରେ ୧୬ରୁ ୨୨ଟି ଆସନ । ସେପଟେ କଂଗ୍ରେସ ହାତକୁ ୧୧ରୁ ୧୭ଟି ଆସନ ଯିବ ବୋଲି ରିପୋର୍ଟ କହୁଥିବା ବେଳେ ଆପ୍କୁ ଲାଗିବ ଝଟ୍କା । କେଜ୍ରିଙ୍କ ଆପ୍ ମାତ୍ର ଗୋଟିଏରୁ ଦୁଇଟି ଆସନ ହାତେଇବ ବୋଲି ଆଶା କରାଯାଉଛି ।