ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ଦେଖା ଦେଇଛି । ଗମେଇ ନଦୀର ନନ୍ଦପୁର ନିକଟରେ ଏକ କୁମ୍ଭୀର ଶୋଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି ।
Published By: Prangyan Parimita
Last updated: 18 March 2023, 07:56 PM IST
ଲୋକଙ୍କ କହିବା ଅନୁସାରେ, ତିନି ଚାରି ଦିନ ହେବ କୁମ୍ଭୀରଟି ପ୍ରତିଦିନ ସକାଳ ସଂନ୍ଧ୍ୟା ଏବଂ ସକାଳ ସମୟରେ ଏପରି ବାହାରକୁ ଆସୁଛି । କୁମ୍ଭୀରର ଲମ୍ବ ହାରା ହାରି ୬ ରୁ ୭ ଫୁଟରୁ ଅଧିକ ବୋଲି ଅନୁମାନ କରାଯାଉଛି ।
ନନ୍ଦପୁର ଗ୍ରାମର ଲୋକମାନେ ଗମେଇ ନଦୀର ପାଣି ଉପରେ ନିର୍ଭର କରି ଚଳପ୍ରଚଳ କରିଥାନ୍ତି । ଗତ କିଛି ଦିନ ହେବ କୁମ୍ଭୀରଟି କେତେବେଳେ ଗମେଇ ନଦୀ ପଠାରେ ଶୋଇଥିବାର ତ ପୁଣି କେତେ ବେଳେ ନଦୀ ପଠାରେ ବୁଲୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଫଳରେଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ ।
ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଇଛି । ଏହା ସହ ନଦୀକୁ କେହି ନଯିବାକୁ ହୋଡିଂ ମାରି ସତର୍କ କରାଇଛି ।
ପ୍ରତିଦିନ ଶହ ଶହ ଗୋରୁଗାଈ ପାଣି ପିଇବାକୁ ଏହି ନଦୀକୁ ଆସୁଥିବା ବେଳେ ପ୍ରଶାସନ କେତେ ଯତ୍ନବାନ ହେଉଛି ତାହା ଦେଖିବାକୁ ଅପେକ୍ଷା।