know about Indian air defence system
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785530.jpg)
1/8
‘ସୁଦର୍ଶନ ଚକ୍ର’ ଭାବରେ ଜଣାଶୁଣା, S-400 କେବଳ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନୁହେଁ ବରଂ ଏକ ମହାବଳୀ। ଏହା ଆକାଶ ମାର୍ଗରେ ଆକ୍ରମଣକାରୀ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଆକ୍ରମଣକାରୀ ବିମାନକୁ ନଷ୍ଟ କରିଦିଏ। ଭାରତ ଏହାକୁ ଋଷ୍ଠାରୁ କିଣିଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785558.jpg)
2/8
ଏହାର କ୍ଷେପଣାସ୍ତ୍ରର ପରିସର ୪୦୦ କିଲୋମିଟର ପର୍ଯ୍ୟନ୍ତ। ଏହାର ବେଗ ପ୍ରତି ସେକେଣ୍ଡରେ ୪୮୦୦ ମିଟର। ଏହା ୧୦୦ ରୁ ୪୦,୦୦୦ ଫୁଟ ଉଚ୍ଚତାରେ ଶତ୍ରୁର ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିପାରିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785584.jpg)
3/8
‘ବାରାକ ୮’ ହେଉଛି ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ସିଷ୍ଟମ୍। ଏହାର ପରିସର ୧୦୦ କିଲୋମିଟର ଏବଂ ଏହାକୁ ନୌସେନା ବ୍ୟବହାର କରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785611.jpg)
4/8
ସେହିପରି ‘ଆକାଶ’ ହେଉଛି ଏକ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯାହା ପୃଷ୍ଠରୁ ଆକାଶକୁ ମରାଯାଏ। ଏହା ଯୁଦ୍ଧ ବିମାନ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ। ଏହା ଏକାଥରେ ୧୨ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785633.jpg)
5/8
‘ସ୍ପାଇଡର’ ହେଉଛି ଭୂମିରୁ ଆକାଶକୁ ମରାଯାଉଥିବା ଏକ ପ୍ରତିରକ୍ଷା ପ୍ରଣାଳୀ। ଏହାର ପରିସର ୧୫ ରୁ ୩୫ କିଲୋମିଟର ପର୍ଯ୍ୟନ୍ତ। ଏହା ବିମାନ, ଡ୍ରୋନ୍, ମାନବହୀନ ବାୟୁ ଯାନ, ହେଲିକପ୍ଟର ଭଳି ଜିନିଷକୁ ଟାର୍ଗେଟ୍ କରିବାକୁ ସକ୍ଷମ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785664.jpg)
6/8
ଭାରତ ପାଖରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଖସାଇ ଦେବା ପାଇଁ ସକ୍ଷମ ରଖୁଥିବା ଏକ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଅଛି। ଏଥିରେ ଦୁଇ ପ୍ରକାରର କ୍ଷେପଣାସ୍ତ୍ର ଅଛି, ଯାହା ୫୦୦୦ କିଲୋମିଟର ଦୂରରୁ ଆସୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ। ଏହା ହେଉଛି ‘ପୃଥ୍ୱୀ ଏୟାର ଡିଫେନ୍ସ’ ଓ ‘ଆଡଭାନ୍ସଡ୍ ଏୟାର ଡିଫେନ୍ସ’।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785688.jpg)
7/8
MRSAM ହେଉଛି ଏକ ଭୂମିରୁ ଆକାଶକୁ ନିକ୍ଷେପକାରୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ। ଏହାର କ୍ଷେପଣାସ୍ତ୍ର ସୀମା ୭୦ କିଲୋମିଟର। ଭାରତ ଏହାକୁ ଇସ୍ରାଏଲର ସହଯୋଗରେ ତିଆରି କରିପାରିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746785716.jpg)
8/8
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us