ନୂଆ ନୂଆ ରୋଷେଇ କରୁଥିବା ଲୋକଙ୍କ ପାଇଁ ଅନେକ ସମୟରେ ରୁଟି କରିବା ଭାରି ପଡିଯାଏ। ରୁଟି ଯଦି ଠିକସେ ନ ଫୁଲେ ଏହା ସ୍ୱାଦିଷ୍ଟ ଲାଗେନି, ଟାଣ ମଧ୍ୟ ହୁଏ। ତେବେ ଆଜି ଜାଣିନିଅନ୍ତୁ ରୁଟି ଫୁଲିବାର ସହଜ ଉପାୟ।
Published By: Pramod Behera
Last updated: 28 January 2025, 02:58 PM IST
ଉଷୁମ ପାଣିରେ ଅଟା ଦଳିବା – ଅଟା ଚକଟିବା ବେଳେ ଉଷୁମ ପାଣି ବ୍ୟବହାର କରନ୍ତୁ। ଏହା ଅଟାକୁ ନରମ କରିଥାଏ, ଫଳରେ ରୁଟି ଭଲ ଭାବରେ ଫୁଲେ।
ତେଲ ମିଶାନ୍ତୁ – ଅଟାରେ ଉଷୁମ ତେଲ ମିଶାଇବା ଦ୍ୱାର ଏହା ନରମ ହୋଇଥାଏ। ଏହା ରୁଟିକୁ ଅଧିକ ହାଲୁକା ଏବଂ ନରମ କରିଥାଏ।
ଓଦା କପଡ଼ାରେ ଘୋଡାନ୍ତୁ – ଅଟା ଚକଟି ସାରିବା ପରେ ଏହାକୁ ଏକ ଓଦା କପଡ଼ାରେ ଘୋଡାଇ ରଖନ୍ତୁ, ଯେପରି ଏହା ଶୁଖି ନ ଯାଏ। ଏହା ଅଟାକୁ ନରମ ରଖେ ଏବଂ ରୁଟି ସହଜରେ ତିଆରି ହୁଏ।
ଦହି ମିଶାନ୍ତୁ – ଅଟାରେ କିଛି ଦହି ମିଶାଇ ଚକଟିବା ଦ୍ୱାରା ଏହା ଅଧିକ ସମୟ ନରମ ଏବଂ ସତେଜ ରୁହେ।
ଘିଅ ବ୍ୟବହାର – ରୁଟି ତିଆରି କରିବା ପରେ, ଏହା ଉପରେ ଘିଅ ଲଗାନ୍ତୁ। ଘିଅ କେବଳ ରୁଟିକୁ ନରମ କରେ ନାହିଁ ବରଂ ଏହାର ସ୍ୱାଦକୁ ମଧ୍ୟ ବଢାଇଥାଏ।
କିଛି ସମୟ ରଖିବା – ଅଟାକୁ ଚକଟିବା ପରେ ଏହାକୁ ଅତି କମରେ ୧୦-୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ଏହା ଅଟାକୁ ଭଲ ଭାବରେ ସେଟ୍ କରିଦିଏ।