samosa
Advertisment
/odishatv-khabar/media/post_attachments/uploadimage/library/16_9/16_9_0/samosa_1758465592.jpg)
1/10
ଜନ୍ମଦିନ ପାର୍ଟିରେ ଖାଇବା ପ୍ଲେଟରେ ଏହା ନିହାତି ମିଳେ । ସକାଳ ହେଉ କି ସଂଧ୍ୟା ଚାହା ସହ ଏହାକୁ ଖାଇବାର ମଜା ହିଁ କିଛି ଅଲଗା ହୋଇଥାଏ । ଘରକୁ ଖାସ ଅତିଥି ଆସିଲେ ବଜାରରୁ ଆସିଥାଏ
2/10
ଛୋଟରୁ ବଡ଼ ସମସ୍ତେ ସିଙ୍ଗଡ଼ା ଖାଇବାକୁ ଖୁବ ଭଲ ପାଆନ୍ତି । ତାସହ ଜିଲାପି ହେଲା କଥା ସରିଲା । ଆପଣ ଜାଣିଛନ୍ତି ଆମ ଭିତରେ ଏତେ ଲୋକପ୍ରିୟ ଥିବା ସିଙ୍ଗଡ଼ା ଭାରତର ନୁହେଁ ।
3/10
ସିଙ୍ଗଡ଼ା ଯେଉଁଠୁ ବି ଆସିଥାଏ ସେଥିରୁ କଣ ଫରକ ପଡ଼ିବ । ଆମ ମାନଙ୍କ ହୃଦୟକୁ ଛୁଇଁସାରିଛି ସିଙ୍ଗଡ଼ା । ଏବେ ତ ମାର୍କେଟରେ ବିଭିନ୍ନ ପ୍ରକାରର ସିଙ୍ଗଡ଼ା ମିଳିଲାଣି ।
4/10
ସିଙ୍ଗଡ଼ାକୁ ଭାରତ ଆସିବା ପାଇଁ ଏକ ଲମ୍ବା ରାସ୍ତା ପାର କରିବାକୁ ପଡ଼ିଥିଲା । ପ୍ରକୃତରେ ଇରାନର ପ୍ରାଚୀନ ସାମ୍ରାଜ୍ୟରୁ ଭାରତକୁ ଆସିଛି ସମୋସା ।
5/10
ସେତେବେଳେ ଏହାକୁ ଫାରସୀ ଭାଷାରେ ସଂବୁସାଗ କୁହାଯାଉଥିଲା । ଏହି ଶବ୍ଦରୁ ଏହାର ନାମ ହୋଇଛି ସମୋସା ।
6/10
ଇରାନର ରାଜପରିବାରରେ ଏହାକୁ ସ୍ନାକ୍ସ ଭାବରେ ଖାଉଥିଲେ । ପ୍ରଥମରୁ ସିଙ୍ଗଡ଼ାରେ ଆଳୁ ନଥିଲା । ଏଥିରେ ମାଂସ ବା ମେୱା ଦିଆଯାଉଥିଲା ।
7/10
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେତେବେଳେ ସିଙ୍ଗଡ଼ା ଭାରତ ଆସିଥିଲା ସେତେବେଳେ ଏହା ଭିତରେ ଆଳୁ ଦିଆଯାଉନଥିଲା କି ଏହାକୁ ତେଲରେ ଛଣାଯାଉ ନଥିଲା । ସିଙ୍ଗଡ଼ା ଭିତରେ ମାଂସ ଦିଆଯାଇ ନିଆଁରେ ସେକା ଯାଉଥିଲା ।
8/10
୧୩୦୦ରୁ ୧୪୦୦ ଶତାବ୍ଦୀରେ ମଧ୍ୟ ଏସିଆରୁ ବ୍ୟବସାୟୀ ଓ ମୁସଲିମ ଆକ୍ରମଣକାରୀ ଭାରତ ଆସିଲେ ଓ ସେମାନଙ୍କ ସହ ଭାରତ ଆସିଲା ସିଙ୍ଗଡ଼ା ।
9/10
୧୭୦୦ ଶତାବ୍ଦୀରେ ପର୍ତ୍ତୃଗାଲ ଭାରତକୁ ଆଳୁ ନେଇକି ଆସିଲେ ଓ ଏହାପରେ ସିଙ୍ଗଡ଼ାରେ ଆଳୁ ଦିଆଗଲା । ଏହା ପରେ ପରେ ସିଙ୍ଗଡ଼ାରେ ଆଳୁ ମଟର ଓ ବିଭିନ୍ନ ପ୍ରକାର ମସଲା ଦିଆଗଲା
10/10
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us