ଦିନକୁଦିନ ଜଙ୍ଗଲ କମିବା ସହ ମାଙ୍କଡଙ୍କ ପାଇଁ ଖାଦ୍ୟ ମିଳୁନି I ସେଇଥିପାଇଁ ରାତି ପାହିଲେ ବାଦାମ ଖାଇବା ପାଇ ଘର ସମ୍ମୁଖକୁ ଧାଇଁ ଆସୁଛନ୍ତି ହନୁ ମାଙ୍କଡ଼ I ଆଉ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ପଶୁପ୍ରେମୀ ପୀତବାସ ।
Published By: Prangyan Parimita
Last updated: 01 December 2022, 10:42 AM IST
ପଶୁପ୍ରେମୀ ପୀତବାସ, ଦେଖିବା ମାତ୍ରେ ଧାଇଁ ଆସନ୍ତି ହନୁମାଙ୍କଡ଼
ଦିନେ କିମ୍ୱା ଦୁଇ ଦିନର ନୁହଁ ଦୀର୍ଘ ବର୍ଷ ହେଲା ମାଙ୍କଡଙ୍କ ପ୍ରେମରେ ପୀତବାସ ମେହେର I
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଡେଲିମାର୍କେଟରେ I
ମାଙ୍କଡ ଗୁଡ଼ିକ ପୀତବାସ ସ୍ନେହ ଓ ଭଲପାଇବା ଦେଉଥିବାରୁ ତାଙ୍କର କୌଣସି କ୍ଷତି କରୁନଥିବା ସେ କୁହନ୍ତି I
ଆଉ ବାଦାମ ଖାଇବା ପରେ କାହାର କିଛି କ୍ଷତି ନକରି ପାଖରେ ଥିବା ଜଙ୍ଗଲକୁ ପୁଣି ଚାଲିଯାଆନ୍ତି