Who is sana makbul wins big boss ott 3 25 lakh cash
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670565.jpg)
1/6
ସନା ମକବୁଲ ତାଙ୍କ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରଖିଥିଲେ, ତେଣୁ ସେ ପ୍ରସିଦ୍ଧ ରାପର୍ ନେଜି ଏବଂ ରଣବୀର ଶୌରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ୨୫ ଲକ୍ଷ ଟଙ୍କା ପୁରସ୍କାର ସହିତ ଟ୍ରଫି ଜିତି ନେଇଛନ୍ତି। ୩୧ ବର୍ଷ ବୟସ୍କା ମକବୁଲ୍, ଯିଏ ନିଜକୁ ଡିଭା ବୋଲି କୁହନ୍ତି, ସେ କେବଳ ଟିଭିରେ ନୁହେଁ ସାଉଥ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ମୁମ୍ବାଇରେ ଜନ୍ମ ହୋଇଥିବା ସନା ମୁମ୍ବାଇର ଆର.ଡି. ନ୍ୟାସନାଲ କଲେଜରୁ ଗ୍ରାଜୁଏସନ୍ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670598.jpg)
2/6
ଖେଳରେ, ସନା କେତେବେଳେ ଚୁଲ୍ବୁଲି ଭାବେ ନଜର ଆସିଛନ୍ତି ତ ପୁଣି କେତେବେଳେ ମାଷ୍ଟରମାଇଣ୍ଡ୍। ତାଙ୍କର ଶକ୍ତିଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କ ହୃଦୟ ଜିତିଛି। ସନା ଜଣେ ଅଭିନେତ୍ରୀ ଏବଂ ମଡେଲ। ୨୦୦୯ ମସିହାରେ, ସେ ଇଟିଭି ସ୍କୁଟି ୩ ଡିଭାରେ ନଜର ଆସିଥିଲେ। ସେ ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670623.jpg)
3/6
ତାଙ୍କୁ 'ଇସ୍ ପ୍ୟାର୍ କୋ କିଆ ନାମ ଦୁଁ' ସିରିଏଲ୍ରେ ଦେଖିବାକୁ ମିଳିଥିଲା। ଏହା ପରେ ସେ 'ଅର୍ଜୁନ', 'ବିଷ୍', 'ଆଦତ୍ ସେ ମଜ୍ବୁର', 'କିତ୍ନୀ ମୋହବତ୍ ୨' ରେ ମଧ୍ୟ କାମ କରିଛନ୍ତି। ସେ ରୋହିତ ଶେଟ୍ଟୀଙ୍କ ସୋ 'ଖତ୍ରୋଁ କେ ଖିଲାଡି' ସିଜନ ୧୧ରେ ମଧ୍ୟ ପ୍ରତିଯୋଗୀ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670665.jpg)
4/6
ସେ ୨୦୧୨ରେ ଫେମିନିଜିମ୍ ଇଣ୍ଡିଆ ପ୍ରେଜେଣ୍ଟରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ସେ ଜିତିବାରୁ ବଞ୍ଚିତ ହୋଇଥିଲେ। ଏହି ଶୋ’ରେ ସେ ତାଙ୍କ ଓଠ ସର୍ଜରୀ ବିଷୟରେ କହିଥିଲେ। ସେ କହିଥିଲେ ଯେ ଗୋଟିଏ କୁକୁର ତାଙ୍କ ଓଠକୁ କାମୁଡ଼ି ଦେଇଥିଲା, ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ତାଙ୍କୁ ସୁସ୍ଥ ହେବାକୁ ମାସେ ଲାଗିଥିଲା, ଯାହା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670707.jpg)
5/6
ତେବେ ଶୋ’ରେ ସାନା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଗୁପ୍ତ ରଖନ୍ତି। କିନ୍ତୁ ତାଙ୍କ ଜୀବନରେ ଜଣେ ଖାସ୍ ପୁରୁଷ ଅଛନ୍ତି ବୋଲି ଜଣାଯାଏ। ସେ ହେଲେ ବଡିଲୋନ୍ ପ୍ରତିଷ୍ଠାତା ଶ୍ରୀକାନ୍ତ ବୁରେଡି। ବଡିଲୋନ୍ ହେଉଛି ଏକ ବ୍ୟକ୍ତିଗତ ଋଣ କମ୍ପାନୀ ଏବଂ ସନା ମକବୁଲ୍ ଏହାର ବ୍ରାଣ୍ଡ ଆମ୍ବାସାଡର। ଶ୍ରୀକାନ୍ତ ମଧ୍ୟ ଆହୁରି ଅନେକ କମ୍ପାନୀର ପ୍ରତିଷ୍ଠାତା। ସେ ସନାଙ୍କ ବିଜୟ ପରେ ଏକ ଫଟୋ ମଧ୍ୟ ଶେୟାର କରିଥିଲେ, ଯାହା ପରେ ଲୋକଙ୍କ ସନ୍ଦେହ ବିଶ୍ୱାସରେ ପରିଣତ ହେବାକୁ ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722670736.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us