When a storm like mms came in riya sen life destroyed her entire film career
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732704857.jpg)
1/9
୨୪ ଜାନୁୟାରୀ ୧୯୮୧ରେ କୋଲକାତାରେ ଜନ୍ମ ହୋଇଥିବା ରିୟା ସେନ୍ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍ରେ ନିଜ ପାଇଁ ଏକ ଶକ୍ତିଶାଳୀ ମାର୍କ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ହିନ୍ଦୀ ବ୍ୟତୀତ ସେ ବଙ୍ଗାଳୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732704892.jpg)
2/9
ଆଜି ୪୩ ବର୍ଷ ବୟସରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟ ସେମିତି ଝଟକୁଛି। ତାଙ୍କ ଫିଟନେସକୁ ଦେଖି କେହି ବି ତାଙ୍କ ବୟସ ଅନୁମାନ କରିପାରିବେ ନାହିଁ। ଯଦି ତାଙ୍କ ନକଲି MMS ଭିଡିଓ ସାମ୍ନାକୁ ନ ଆସିଥାନ୍ତା ତେବେ ଆଜି ବି ରିୟାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲରେ ଥାନ୍ତା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732704926.jpg)
3/9
ଏହି ନକଲି MMS ରିୟାଙ୍କ ବଲିଉଡ୍ କ୍ୟାରିୟରକୁ ନଷ୍ଟ କରିଦେଲା, ଯାହା ପରେ ସେ ନିଜକୁ ବଲିଉଡ୍ରୁ ଦୂରେଇ ରଖିଛନ୍ତି। କିନ୍ତୁ ସେ ତାଙ୍କ ଲୋକପ୍ରିୟତାକୁ କେବେ ହେଲେ ହ୍ରାସ କରିବାକୁ ଦେଇ ନାହାନ୍ତି। ସେ ସବୁବେଳେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ଅଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732704959.jpg)
4/9
ରିୟା ଯେତିକି ସୁନ୍ଦର, ସେ ସେତିକି ବୋଲ୍ଡ ମଧ୍ୟ। ସେ ପ୍ରତିଦିନ ଇନ୍ଷ୍ଟାରେ ନିଜର ବୋଲ୍ଡ ଫଟୋ ଶେୟାର କରିଥା’ନ୍ତି ଏବଂ ଶେୟାର୍ କରିବା ମାତ୍ରେ ତାଙ୍କ ଫଟୋ ଭାଇରାଲ୍ ହେବା ଥୟ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732704985.jpg)
5/9
ତେବେ ରିୟା ପ୍ରଥମେ ମଡେଲ ଭାବରେ ଆସିଥିଲେ। ଯେତେବେଳେ ସେ ୧୯୯୮ ରେ ୧୭ ବର୍ଷ ବୟସରେ ଫାଲଗୁନି ପାଠକଙ୍କ ମ୍ୟୁଜିକ୍ ଭିଡିଓ 'ୟାଦ ପିଆ କି ଆନେ ଲଗି'ରେ ଅଭିନୟ କରିଥିଲେ। ସେବେଠାରୁ ସେ ଅନେକ ଚଳଚ୍ଚିତ୍ର, ମ୍ୟୁଜିକ୍ ଭିଡିଓ ଏବଂ ଫ୍ୟାଶନ୍ ଶୋ’ରେ ନଜର ଆସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732705016.jpg)
6/9
ରିୟା ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ ଯେତେବେଳେ ତାଙ୍କୁ ୫ ବର୍ଷ ହୋଇଥିଲା, ସେ ପ୍ରଥମେ ପରଦାରେ ତାଙ୍କ ମା’ଙ୍କର ଝିଅ ଭୂମିକାରେ ଅଭିନୟ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732705041.jpg)
7/9
ପରେ ୧୯୯୧ରେ ସେ ବିଷକନ୍ୟା ଚଳଚ୍ଚିତ୍ରରେ ଶିଶୁ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏନ୍ ଚନ୍ଦ୍ରଙ୍କ ନିର୍ଦ୍ଦେଶିତ ୨୦୦୧ର ଆସିଥିବା କମ ବଜେଟ୍ କମେଡି ଫିଲ୍ମ 'ଷ୍ଟାଇଲ୍'ରେ ସେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732705092.jpg)
8/9
ଏହା ପରେ ସେ ଆହୁରି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି, ଯେଉଁଥିରେ ମୁଖ୍ୟତଃ 'ଝଙ୍କାର ବିଟ୍ସ ', 'ଦିଲ୍ ବିଲ୍ ପ୍ୟାର୍ ଭ୍ୟାର୍', 'କୟାମତ୍' ଏବଂ 'ଅପନା ସପନା ମନି ମନି 'ଭଳି ଚଳଚ୍ଚିତ୍ର ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732705119.jpg)
9/9
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us