ଜହୀର ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍ବାଲ୍ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପସ୍ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ ଚୁଙ୍କି ପାଣ୍ଡେଙ୍କ ସହ ଅନେକ ବଲିଉଡ୍ ତାରକା ଅଂଶଗ୍ରହଣ କରିଥିଲେ।
Published By: Pramod Behera
Last updated: 24 June 2024, 02:33 PM IST
ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବେଷ୍ଟିୟନ୍ରେ ସୋନାକ୍ଷୀ ସିହ୍ନା ଏବଂ ଜହୀର୍ ଇକ୍ବାଲ୍ଙ୍କ ଗ୍ରାଣ୍ଡ ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା। ଏହି ପାର୍ଟୀକୁ କେବଳ ସୋନାକ୍ଷୀ ଏବଂ ଜହୀରଙ୍କ ପରିବାରରୁ କିଛି ବିଶେଷ ବ୍ୟକ୍ତି ଏବଂ କିଛି ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ଏହି ପାର୍ଟୀରେ ଯୋଗଦେବା ପାଇଁ ଅଭିନେତ୍ରୀଙ୍କ ଶାଶୁ-ଶଶୁର ତଥା ଜହୀର ଇକ୍ବାଲ୍ଙ୍କ ବାପାମାଆ ଆରମ୍ଭରେ ପ୍ରବେଶ କରିଥିଲେ। ପାର୍ଟୀରେ ପାପାରାଜିଙ୍କ ସାମ୍ନାରେ ଉଭୟଙ୍କୁ ଦମଦାର୍ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା।
ହୁମା କୁରେଶୀ ସୋନାକ୍ଷୀଙ୍କ ସବୁଠାରୁ ଭଲ ବନ୍ଧୁ। ସେ ମଧ୍ୟ ଏହି ପାର୍ଟୀରେ ଧଳା ଶାଢିରେ ବହୁତ ସୁନ୍ଦର ଦେଖାଯାଉଥିଲେ।
ଏହି ପାର୍ଟିରେ ଅନିଲ କପୁରଙ୍କୁ ମଧ୍ୟ ଏକ ବିଶେଷ ଲୁକ୍ରେ ଦେଖିବାକୁ ମିଳିଥିଲା। ୬୭ ବର୍ଷ ବୟସରେ ଅନିଲ କପୁର କଳା ପୋଷାକରେ ସମସ୍ତଙ୍କ ମନ ଚୋରି କରିଥିଲେ। ସେ ଏହି ପାର୍ଟୀରେ ଚୁଙ୍କି ପାଣ୍ଡେଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା।
ସୋନାକ୍ଷୀ ଏବଂ ଜହୀରଙ୍କୁ ଆଶୀର୍ବାଦ ଦେବା ପାଇଁ କାଜୋଲ ମଧ୍ୟ ଏହି ପାର୍ଟୀରେ ଯୋଗ ଦେଇଥିଲେ। କାଜୋଲ କଳା-ସୁବର୍ଣ୍ଣ ରେଶମୀ ଶାଢିରେ ତାଙ୍କ ଷ୍ଟାଇଲ୍ ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଜହୀର ଏବଂ ସୋନାକ୍ଷୀଙ୍କ ରିସେପସନ୍ରେ ଡିଜେ ଗଣେଶଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସେ ଏହି ପାର୍ଟୀରେ ନିଜ ପରଫର୍ମାନ୍ସ ଦେଇଥିଲେ। ଖବର ଅନୁଯାୟୀ, ଏହି ଗ୍ରାଣ୍ଡ ପାର୍ଟିକୁ ୧୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା।