ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍ ଏବଂ ଶରବରୀ ୱାଗ୍ ସେମାନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ବେଦା' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ। ଏଭଳି ପରିସ୍ଥିତିରେ ଉଭୟ ତାରକା ଏହାର ପ୍ରମୋସନରେ କୌଣସି ବି ସୁଯୋଗ ଛାଡୁ ନାହାଁନ୍ତି। ଶରବରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ବେଦା’ର ପ୍ରମୋସନ ସହ ଜଡିତ କିଛି ଫଟି ଶେୟାର କରିଛନ୍ତି, ଯାହା ଖୁବ ଆକର୍ଷଣୀୟ ଲାଗୁଛି।
Published By: Pramod Behera
Last updated: 07 August 2024, 02:00 PM IST
ଶରବରୀ ୱାଗ୍ ତାଙ୍କର ନୂତନ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥିରେ, ସେ ଲାଲ୍ ରଙ୍ଗର ଲାଟେକ୍ସ ଟ୍ରାଉଜର ପ୍ୟାଣ୍ଟ ସହିତ ବାଇଗଣୀ ରଙ୍ଗର ଟାଇଟ୍ ଟପ୍ରେ ନଜର ଆସିଛନ୍ତି।
ଏହି ଫଟୋରେ ସେ ତାଙ୍କ ଚୁଟି ବାନ୍ଧିଛନ୍ତି। ସେ ହାଲୁକା ମେକଅପ୍ ନଜର ଆସିଛନ୍ତି। ଫଟୋଗୁଡ଼ିକରେ ଶରବରୀ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ତାଙ୍କର ଏହି ଫଟୋଗୁଡ଼ିକୁ ଖୁବ ପସନ୍ଦ କରୁଛନ୍ତି।
ତାଙ୍କର ଏହି ଆକର୍ଷଣୀତ ରୂପ ଦେଖି ପ୍ରଶଂସକମାନେ ମତ ନ ଦେଇ ରହିପାରୁ ନାହାନ୍ତି। ଜଣେ ଲେଖିଛନ୍ତି, “ଚମତ୍କାର, ଆଞ୍ଜେଲ୍ ଲୁକ୍”। ଆଉ ଜଣେ କହିଛନ୍ତି “ଆପଣଙ୍କ ଫ୍ୟାସନ ସେନ୍ସ ସହିତ କେହି ସରି ହେବେନି।” ଅନ୍ୟଜଣେ କହିଛନ୍ତି “ଏମିତି ସୁନ୍ଦର ଅଭିନେତ୍ରୀ ମୁ ମୋ ଜୀବନରେ ଦେଖିନି।”
ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ବେଦା ପ୍ରମୋସନ। ୧୫ ଅଗଷ୍ଟରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଆପଣଙ୍କ ନିକଟରେ ଥିବା ପ୍ରେକ୍ଷାଳୟରେ।‘ ତାଙ୍କୁ ଏଥିରେ ଜବରଦସ୍ତ ଆକ୍ସନରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ରାଜସ୍ଥାନୀ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି।
'ବେଦା' ପୂର୍ବରୁ ଶରବରୀ 'ମୁଞ୍ଜ୍ୟା' ଏବଂ 'ମହାରାଜ' ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି। ଉଭୟ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ବହୁତ ପ୍ରଶଂସା ମିଳିଛି। ବର୍ତ୍ତମାନ ସେ 'ବେଦା'ରେ ଜନ୍ ଆବ୍ରାହମଙ୍କ ସହିତ ସ୍କ୍ରିନ୍ ଶେୟାର କରିବାକୁ ପ୍ରସ୍ତୁତ।