ଶୁକ୍ରବାର ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଅନନ୍ତ-ରାଧିକା। ଏବେ ଅନନ୍ତ ଅମ୍ବାନୀଙ୍କ ନବ ବିବାହିତ ପତ୍ନୀ ରାଧିକାଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ବିବାହ ଲୁକ୍ରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କ ଫଟୋରୁ ଆଖି ଫେରିବା କଷ୍ଟ। ସେ ବିଭିନ୍ନ ଭାରତୀୟ ପୋଷାକରେ ନିଜର ସୌନ୍ଦର୍ଯ୍ୟକୁ ଦେଖେଇଛନ୍ତି। ରାଧିକା ତାଙ୍କ ବିଦାୟୀ ଲୁକ୍ରେ ପୂରା ଅପସରୀ ପରି ଦେଖାଯାଉଛନ୍ତି। ରାଧିକା ମର୍ଚାଣ୍ଟ ତାଙ୍କ ବିବାହ ଲୁକ୍ ସହିତ ଏକ ନୂଆ ଟ୍ରେଣ୍ଡ୍ ସେଟ୍ କରିଛନ୍ତି।
Published By: Pramod Behera
Last updated: 15 July 2024, 11:39 AM IST
ରାଧିକା ତାଙ୍କ ବିଦାୟୀ ସମୟରେ ବହୁତ ସୁନ୍ଦର ଦେଖାଯାଉଥିଲେ। ବିଦାୟ ସମାରୋହରେ ସେ ମନୀଷ ମଲହୋତ୍ରାଙ୍କ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଯାହା ପ୍ରକୃତ ସୁନା ସୂତାରେ ତିଆରି ହୋଇଛି। ରାଧିକା ମର୍ଚାଣ୍ଟଙ୍କ ବିଦାୟ ଲେହେଙ୍ଗା ମଲ୍ଟି ପ୍ୟାନେଲ ବିଶିଷ୍ଟ ବନାରସୀ ବ୍ରୋକେଡର।
ରାଧିକା ଭାରତୀୟ ହସ୍ତଶିଳ୍ପ ଏବଂ ବସ୍ତ୍ରକୁ ବହୁତ ଭଲ ପାଆନ୍ତି। ଏନେଇ ତାଙ୍କ ବିଶେଷ ଦିନରେ ରାଧିକାଙ୍କୁ ରାଜକୀୟ ପୋଷାକରେ ଦେଖିବାକୁ ମିଳିଥିଲା। ବିଦାୟ ସମୟରେ ସେ ପିନ୍ଧିଥିବା ଲେହେଙ୍ଗା ସହିତ ପ୍ରକୃତ ସୁନା ଏମ୍ବ୍ରୋଡୋରୀ କାମରେ ନିର୍ମିତ ବ୍ଲାଉଜ୍କୁ ପେୟାର୍ କରିଥିଲେ ଯାହା ପାରମ୍ପରିକ ଆଭୋ (କୁର୍ତ୍ତା) ଏବଂ କଚ୍ଛ, ଗୁଜୁରାଟର ସମୃଦ୍ଧ ବସ୍ତ୍ରରେ ତିଆରି ହୋଇଛି।
ରାଧିକା ଏହି ସୁନ୍ଦର ଲେହେଙ୍ଗା ସହିତ ଏକ ମେଳ ଖାଉଥିବା ବନାରସୀ ବ୍ରୋକେଡ୍ ଡୁପାଟ୍ଟା ପକେଇଥିଲେ। ଏହା ସହ ସେ ରେଡ୍ ଏବଂ ଗୋଲଡେନର ଭେଲ୍ ପରିଧାନ କରିଥିଲେ। ଏହି ବିଦାୟ ଲୁକ୍ରେ ରାଧିକା ନିଜ ଚୁଟି ପଛପରେ ଠେକା କେଇ ବାନ୍ଧିଥିଲେ ଏବଂ ଏକ ଗଜରା ପିନ୍ଧିଥିଲେ।
ରାଧିକା ଅଳଙ୍କାରରେ ଭାରୀ ହାର, ମଥାମଣି, ହାତ ଫୁଲ ଏବଂ ମ୍ୟାଚିଂ କାନଫୁଲ ପିନ୍ଧିଥିଲେ। ତାଙ୍କ ବ୍ଲାଉଜ୍ର ପଛ ଡିଜାଇନ୍ ମଧ୍ୟ ସମସ୍ତଙ୍କୁ ଆକର୍ଷଣୀୟ କଲା ଭଳି। ରାଧିକା ଏଭଳି ସୁନ୍ଦର ବିଦାୟ ଲୁକ୍ ସମସ୍ତଙ୍କୁ ପ୍ରଭାବିତ କରିଛି।
ରାଧିକା ପ୍ରକୃତରେ ତାଙ୍କ ବିଦାୟ ଲୁକରେ ପୂରା ରାଜକୁମାରୀ ଭଳି ଦେଖାଯାଉଥିଲେ। ତାଙ୍କର ଏହି ଫଟୋଗୁଡ଼ିକରୁ ଆଖି କାଢିବା କଷ୍ଟକର। ଅମ୍ବାନୀ ପରିବାରର ସାନ ବୋହୂଙ୍କର ଏଭି ରାଜକୀୟ ଷ୍ଟାଇଲର ଫଟୋଗୁଡ଼ିକ ବର୍ତ୍ତମାନ ଇଣ୍ଟରନେଟରେ ନିଆଁ ଲଗାଉଛି