ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।
Published By: Pramod Behera
Last updated: 19 October 2024, 12:02 PM IST
ଚଳିତ ଦିପାବଳୀ ପୂର୍ବରୁ ଖୁସି କପୁର ପାରମ୍ପରିକ ପୋଷାକରେ ନିଜର କିଛି ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଅଭିନେତ୍ରୀ ଏକ ଶାଢି ପିନ୍ଧିଥିବା ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପ୍ରଶଂସକ ଏବଂ ଫ୍ୟାଶନ୍ ପ୍ରେମୀମାନେ ପ୍ରତିକ୍ରିୟା କରୁଛନ୍ତି ଏବଂ ପ୍ରଶଂସା କରୁଛନ୍ତି।
ଏହି ଫଟୋସୁଟ୍ରେ ସେ ହାଲୁକା ରଙ୍ଗର ଶାଢି ସହିତ ଏକ ସ୍ଲିଭ୍ଲେସ୍ ବ୍ଲାଉଜ୍ ପିନ୍ଧିଥିବାର ନଜର ଆସିଛନ୍ତି। ଖୁସି ଶାଢି ସହିତ ପ୍ରାକୃତିକ ମେକଅପ୍ ଲୁକ୍ ବାଛିଛନ୍ତି।
ଫଟୋ ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ଖୁସିଙ୍କ ପୋଷ୍ଟ୍ରେ ତାଙ୍କ ପ୍ରଶଂସକ ଏବଂ ସାଙ୍ଗମାନଙ୍କ ଲାଇକ୍ କରିବା ସହିତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି, ଯେଉଁଥିରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରୁଥିବା ଦେଖାଯାଏ।
ନିର୍ମାତା ରିୟା କପୁର ହାର୍ଟ୍ ଇମୋଜି ସହିତ ତାଙ୍କୁ ପ୍ରସଂଶା କରିଛନ୍ତି। ବାସ୍ତବରେ, ତାଙ୍କ ପ୍ରଶଂସକମାନେ ଖୁସିଙ୍କ ପୋଷାକ ଏବଂ ଏହି ଦିପାବଳୀ ଷ୍ଟାଇଲ୍କୁ ଗ୍ରହଣ କରିପାରିବେ।