ବଲିଉଡ୍ ସୁନ୍ଦରୀ ଦିଶା ପଟାନୀ ପୁଣି ଥରେ ନିଜର ହଟ୍ ଲୁକ୍ ସହିତ ସୋସିଆଲ ମିଡିଆର ତାପମାତ୍ରା ବଢାଇଦେଇଛନ୍ତି। ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ହଟ୍ ଏବଂ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟ୍ୟୁବ୍ ବଡିକନ୍ ଡ୍ରେସ୍ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଗ୍ଲାମରସ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।
Published By: Pramod Behera
Last updated: 28 August 2024, 03:01 PM IST
ସେ ପାଶ୍ଚାତ୍ୟ ହେଉ କି ପାରମ୍ପରିକ ପୋଷାକ, ଦିଶା ପଟାନୀ ପ୍ରତ୍ୟେକ ଲୁକ୍ରେ ହଇଚଇ ସୃଷ୍ଟି କରନ୍ତି। ନିକଟରେ ଦିଶା ତାଙ୍କ ସୋସିଆଲ ମିଡିଆରେ ଏମିତି କିଛି ଗ୍ଲାମରସ ଫଟୋ ଶେୟାର କରିଛନ୍ତି ଯେ ଲୋକେ ଦେଖି ଦିବାନା ହେଲେଣି।
ଏହି କଳା ରଙ୍ଗର ମେଟାଲିକ୍ ଡିପ୍ନେକ୍ ବଡିକନ୍ରେ ଦିଶା ପଟାନୀ ଚମତ୍କାର ଦେଖାଯାଉଛନ୍ତି। ତାଙ୍କର ଏହି କିଲର୍ ଲୁକ୍ ଲୋକମାନଙ୍କୁ ତାଙ୍କ ପ୍ରତି ପାଗଳ କରିବା ପାଇଁ ଯଥେଷ୍ଟ।
ସର୍ଟ କର୍ଲି ହେୟାର ଷ୍ଟାଇଲ୍ ଦିଶାଙ୍କୁ ବହୁତ ଭଲ ଲାଗେ। ଏହି ଫଟୋରେ ସେ ତାଙ୍କୁ ନଖକୁ ଦେଖଉଥିବା ନଜର ଆସିଛନ୍ତି।
ଦିଶା ଏହି ପୋଷାକ ସହିତ ଏକ ଗୋଲ୍ଡେନ୍ ବ୍ରେସଲେଟ୍ ମଧ୍ୟ ପିନ୍ଧିଛନ୍ତି। ସେ ଖୁବ୍ କମ ମେକଅପ୍ ସହିତ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଏହି ଚମତ୍କାର ଲୁକ୍ ସହିତ ଦିଶା ଅନେକ ଫଟୋସୁଟ୍ କରିଛନ୍ତି। ତାଙ୍କର ଏହି ଫଟୋଗୁଡ଼ିକ ଉପରେ ପ୍ରଶଂସକମାନେ ଖୋଲାଖୋଲି ମତ ମଧ୍ୟ ଦେଉଛନ୍ତି।
ତାଙ୍କ ଭଉଣୀ ଖୁଶବୁ ପଟାନୀ ମଧ୍ୟ ଦିଶାଙ୍କ ଫଟୋ ଉପରେ ମତ ଦେଇଛନ୍ତି। ସେ ଲେଖିଛନ୍ତି “ଏଲିଗେଣ୍ଟ୍ ବିୟୁଟି”। ସେହିପରି ତାଙ୍କତ ସବୁଠାରୁ ଭଲ ସାଙ୍ଗ ମୌନୀ ରୟ କେତେକେ ଫାୟାର୍ ଇମୋଜି ପଠାଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।
ଜଣେ ପ୍ରଶଂସକ ଲେଖିଛନ୍ତି – “ବହୁତ ସୁନ୍ଦର ଏବଂ ଚମତ୍କାର ଦେଖାଯାଉଛନ୍ତି।” ଅନ୍ୟ ଜଣେ ମତ ଦେଇଛନ୍ତି – “ସବୁଠାରୁ ସୁନ୍ଦର ଏବଂ ଭଦ୍ର ଅଭିନେତ୍ରୀ।”
କାମର କଥା କହିବାକୁ ଗଲେ ଦିଶାଙ୍କୁ ଶେଷ ଥର ପାଇଁ ପ୍ରଭାସଙ୍କ ଫିଲ୍ମ 'କଲ୍କୀ ୨୮୯୮ ଏଡି'ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା'ରେ ମଧ୍ୟ ଦେଖିବାକୁ ମିଳିବ।