ବଲିଉଡ୍ ଅଭିନେତ୍ରୀ କରୀନା କପୁର ନିଜର ଚମତ୍କାର ଷ୍ଟାଇଲ୍ ପାଇଁ ସବୁବେଳେ ଇଣ୍ଟରନେଟରେ ଲାଇମଲାଇଟ୍ ଧରିଥାନ୍ତି। ଅନେକ ସମୟରେ ତାଙ୍କର ଆକର୍ଷଣୀୟ ଏବଂ ଘାତକ ଲୁକ୍ ଇଣ୍ଟରନେଟ୍ରେ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ବର୍ତ୍ତମାନ, ‘ସିଙ୍ଘମ ଏଗେନ୍’ ଟ୍ରେଲର ଲଞ୍ଚ୍ ଇଭେଣ୍ଟରେ ଅଭିନେତ୍ରୀ ନଜର ଆସିଥିଲେ। ଏହି ସମୟରେ ତାଙ୍କୁ ବହୁତ ଚମତ୍କାର ରୂପରେ ଦେଖିବାକୁ ମିଳିଥିଲା।
Published By: Pramod Behera
Last updated: 07 October 2024, 04:39 PM IST
ଅଭିନେତ୍ରୀ କରୀନା କପୁର ବଲିଉଡର ଏକ ଜଣାଶୁଣା ନାଁ। ବର୍ତ୍ତମାନ ତାଙ୍କର ଲାଟେଷ୍ଟ୍ ଲୁକ୍ ଇଣ୍ଟରନେଟରେ ଆସିବା ମାତ୍ରେ ହଙ୍ଗାମା ସୃଷ୍ଟି କରିବା ଆରମ୍ଭ କରିଛି। ‘ସିଙ୍ଘମ ଏଗେନ୍’ ଟ୍ରେଲର ଲଞ୍ଚ୍ ଇଭେଣ୍ଟରେ ଅଭିନେତ୍ରୀଙ୍କୁ ଦେଖି ପାପାରାଜୀମାନେ ନିଜକୁ ଅଟକାଇ ପାରି ନ ଥିଲେ।
ଏହି ସମୟରେ କରୀନା କପୁର ଏକ ଧଳା ରଙ୍ଗର ଏକ ଚମତ୍କାର ଷ୍ଟାଇଲିସ୍ ଶାଢୀ ପିନ୍ଧିଥିଲେ, ଯେଉଁଥିରେ ସେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ତାଙ୍କର ପ୍ରତ୍ୟେକ୍ ପୋସ୍ ସିମ୍ପଲ୍ ହୋଇଥିବା ବେଳେ ଖୁବ ମନଲୋଭା ମଧ୍ୟ।
ଏହି ସମୟରେ କରୀନା କପୁର ତାଙ୍କ କେଶକୁ ଖୋଲା ଛାଡିଦେଇଥିଲେ। ସେ କପାଳରେ ଏକ ବିନ୍ଦି ପିନ୍ଧିବା ସହ ହାଲୁକା ମେକଅପ୍ ନେଇଥିଲେ। ଡ୍ରେସ୍ ସହିତ ମ୍ୟାଚିଂ କରିବା ଭଳି କାନଫୁଲ ପିନ୍ଦି ତାଙ୍କ ଆଉଟ୍ଲୁକ୍ ସମାପ୍ତ କରିଥିଲେ।
କରୀନା କପୁର ଇଭେଣ୍ଟରେ ପହଞ୍ଚିବା ମାତ୍ରେ ପାପାରାଜି ତାଙ୍କ ଫଟୋ କ୍ଲିକ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କ ପୂରା ଦୃଷ୍ଟି ଆକର୍ଷଣ କରୁଛି।