କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରି ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା । କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ […]

sujat

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା ।

କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ସଜାଦ୍ ଗୁଲ୍, ଆଜାଦ୍ ଅହମଦ୍ ମଲ୍ଲିକ, ମୁଜାରଫର ଅହମ୍ମଦ୍ ଭଟ୍ଟ ଏବଂ ନଭୀଦ୍ ଜଟ୍ଟ। ସମସ୍ତଙ୍କ ଫଟୋ ଜାରି କରାଯାଇଛି।   ଗତ ୧୪ ତାରିଖରେ ସୁଜାତ ବୁଖାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।