• Astrospeak
  • Live TV
  • Read In English

ପ୍ରେମ ସତ ନା ପ୍ରତାରଣା ସତ ; ଦ୍ୱିତୀୟ ବିବାହ କରିବାକୁ ଯାଇ ଯୁବତୀ ହଟହଟା

ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ । ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ କହିବା କଥା, ୨୦୧୨ରେ ବ୍ୟାଙ୍କିଂ କୋଚିଂ ପାଇଁ ଅନୁଗୁଳରୁ ଭୁବନେଶ୍ୱର ଆସିଥିଲେ ରମେଶ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ […]

marreg
marreg

ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ ।

ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ କହିବା କଥା, ୨୦୧୨ରେ ବ୍ୟାଙ୍କିଂ କୋଚିଂ ପାଇଁ ଅନୁଗୁଳରୁ ଭୁବନେଶ୍ୱର ଆସିଥିଲେ ରମେଶ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦୧୩ରେ ଅନୁଗୁଳ କୋର୍ଟରେ ବିବାହ କରିଥିଲେ ଉଭୟେ । ରାକେଶ୍ ଏକ ଘରୋଇ କମ୍ପାନୀରେ ଚାକିରୀ କରି ଢେଙ୍କାନାଳରେ ଏବଂ ଯୁବତୀ ଜଣକ ଆଇଟି ସେକ୍ଟରରେ ଚାକିରୀ ପାଇ କୋଲ୍‌କତାରେ ରହୁଥିଲେ।

କିନ୍ତୁ ଗତ ୨ରୁ ୩ ମାସ ହେଲା, ଯୁବତୀଙ୍କ ପରିବାର ଲୋକେ ତାଙ୍କ ପତ୍ନୀଙ୍କ ଠାରୂ ତାଙ୍କୁ ଦୂରେଇ ରଖୁଥିଲେ। ତାହାରି ଭିତରେ ପ୍ରସ୍ତାବ ଯୋଗାଡ଼ କରି ଅନ୍ୟତ୍ର ବିବାହ କରାଇବାକୁ ଯୋଜନା କରିଥିଲେ । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀଙ୍କ ଭୁବନେଶ୍ୱର ସ୍ଥିତ ଘରେ ମେହେନ୍ଦୀ ଉତ୍ସବ ଚାଲିଥିବାବେଳେ ହଠାତ୍ ପହଞ୍ଚି ଜିଦ୍ କରିଥିଲେ ନିଜ ପତ୍ନୀଙ୍କୁ ଫେରାଇ ନେବାକୁ ।

ଏପଟେ ଖାଁ ଖାଁ ଭୁବନେଶ୍ୱର ଲୁମ୍ବିନୀ ବିହାର ସ୍ଥିତ ସେବା ରିସର୍ଟ । ଯେଉଁଠି ଅଗ୍ନିକୁ ସାକ୍ଷୀ କରି ଅନ୍ୟ ଜଣେ ଯୁବକଙ୍କ ହାତ ଧରିଥାନ୍ତେ ଯୁବତୀ । ଆଉ ଆଜି ବାହାଘର ସାରି ଫେରିଯାଇଥାନ୍ତେ ଶାଶୂଘରକୁ । ହେଲେ ସବୁ ବାତିଲ୍, ସବୁ ଆୟୋଜନ ବନ୍ଦ । ମଣ୍ଡପ କର୍ତ୍ତୃପକ୍ଷଙ୍କ କହିବା କଥା, ଝିଅଘର ପକ୍ଷରୁ ବିବାହ ପାଇଁ ଆଡଭାନ୍ସ ବୁକିଂ କରାଯାଇଥିଲା । କିନ୍ତୁ ଜଣଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଦର୍ଶାଇ ବାହାଘର ଆୟୋଜନକୁ ବାତିଲ୍ କରାଯାଇଛି ।

ରାକେଶଙ୍କ ଅଭିଯୋଗରେ ସତ କେତେ ମିଛି କେତେ, ସେ ନେଇ ନେଇ ସଂପୃକ୍ତ ଯୁବତୀ କିମ୍ବା ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଏହି ପ୍ରେମ କାହାଣୀର ପରବର୍ତ୍ତୀ ଦୃଶ୍ୟପଟ୍ଟ କଣ ହେବ ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ।