• Astrospeak
  • Live TV
  • Read In English

ସର୍ଭେ ରିପୋର୍ଟ: ଓଡ଼ିଶାରେ ପିଲାଙ୍କ ବୟସ ବଢ଼ୁଛି, କିନ୍ତୁ ଓଜନ ଓ ଉଚ୍ଚତା ବଢ଼ୁନାହିଁ

ଭୁବନେଶ୍ୱର: କୁପୋଷଣ ଦୂର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର  ନ୍ୟାସନାଲ୍‌ ନ୍ୟୁଟ୍ରିସନ ମିଶନ ଟାର୍ଗେଟ ପୂରା କରିବା ଉପରେ ସନ୍ଦେହ ଉପୁଜିଛି। ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି ସିଏନ୍‌ଏନ୍ଏସ୍‌ (କମ୍ପ୍ରେହେନ୍‌ସିଭ୍‌ ନ୍ୟାସ୍‌ନାଲ୍‌ ନ୍ୟୁଟ୍ରିସନ୍‌ ସର୍ବେ ) ସର୍ଭେରୁ […]

mal
mal

ଭୁବନେଶ୍ୱର: କୁପୋଷଣ ଦୂର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର  ନ୍ୟାସନାଲ୍‌ ନ୍ୟୁଟ୍ରିସନ ମିଶନ ଟାର୍ଗେଟ ପୂରା କରିବା ଉପରେ ସନ୍ଦେହ ଉପୁଜିଛି।

ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି ସିଏନ୍‌ଏନ୍ଏସ୍‌ (କମ୍ପ୍ରେହେନ୍‌ସିଭ୍‌ ନ୍ୟାସ୍‌ନାଲ୍‌ ନ୍ୟୁଟ୍ରିସନ୍‌ ସର୍ବେ ) ସର୍ଭେରୁ ଜଣାପଡ଼ିଛି। ଏହି ସର୍ଭେରୁ ଜଣାପଡ଼ିଛି ଯେ, ୧୦.୮ ଲକ୍ଷ ଶିଶୁ ଓଜନହୀନତାର ଶିକାର ହୋଇଛନ୍ତି।

ସେହିଭଳି ରାଜ୍ୟରେ ବୟସ ବଢ଼ିବା ସାଙ୍ଗକୁ ପିଲାଙ୍କର ଉଚ୍ଚତା ବୃଦ୍ଧି ହେଉନାହିଁ। ସର୍ବଭାରତୀୟ ସ୍ତରରେ ଏହି ହାର ୧୩.୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮ ପ୍ରତିଶତ ପିଲାଙ୍କ ଉଚ୍ଚତା କମ୍। ସେହିପରି କେତେକ ପିଲାଙ୍କ କ୍ଷେତ୍ରରେ ଉଚ୍ଚତା ବଢୁଥିଲେ ବି ଓଜନ ବଢୁନାହିଁ। ବିଶେଷକରି ଓଡ଼ିଶାର ବୟପ୍ରାପ୍ତି ବାଳିକାଙ୍କ କ୍ଷେତ୍ରରେ ଅଧିକାଂଶ ରକ୍ତହୀନତାର ଶିକାର ବୋଲି ଏହି ସର୍ଭେରୁ ଜଣାପଡ଼ିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସର୍ଭେ ପୁସ୍ତିକା ଉନ୍ମୋଚନ କରିଥିଲେ।