Advertisment

୧୧ ବର୍ଷର ବାଳକ ଯୋଗ ଶିକ୍ଷା ଦେଇ କମଉଛନ୍ତି ୧୦.୯୦ଲକ୍ଷ

ନୂଆଦିଲ୍ଲୀ : ଜଣେ ୧୧ ବର୍ଷର ବାଳକ ଚାଇନାର ସବୁଠାରୁ କନିଷ୍ଠ ଯୋଗ ଶିକ୍ଷକ। ଯୋଗ ଶିକ୍ଷା ଦେଇ ସେ ପ୍ରତି ମାସରେ ୧୬,୦୦୦ ଡଲାର (୧୦.୯୦ ଲକ୍ଷ ଟଙ୍କା) ରୋଜଗାର କରିପାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କର ଯୋଗ ଶିକ୍ଷା ହେତୁ…

୧୧ ବର୍ଷର ବାଳକ ଯୋଗ ଶିକ୍ଷା ଦେଇ କମଉଛନ୍ତି ୧୦.୯୦ଲକ୍ଷ
Advertisment

ନୂଆଦିଲ୍ଲୀ : ଜଣେ ୧୧ ବର୍ଷର ବାଳକ ଚାଇନାର ସବୁଠାରୁ କନିଷ୍ଠ ଯୋଗ ଶିକ୍ଷକ। ଯୋଗ ଶିକ୍ଷା ଦେଇ ସେ ପ୍ରତି ମାସରେ ୧୬,୦୦୦ ଡଲାର (୧୦.୯୦ ଲକ୍ଷ ଟଙ୍କା) ରୋଜଗାର କରିପାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କର ଯୋଗ ଶିକ୍ଷା ହେତୁ ସେ ଚାଇନାରେ ମଧ୍ୟ ତାଙ୍କ ବୟସର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

Advertisment

publive-image

ଚାଇନାର ଜାତୀୟ ଗଣମାଧ୍ୟମ ପିପୁଲ୍ସ ଡେଲି କିଛି ଦିନ ପୂର୍ବରୁ ଏ ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ଅନୁଯାୟୀ, ଏହି ବାଳକ ପ୍ରାଚୀନ ଭାରତୀୟ ଯୋଗ ପଦ୍ଧତିରେ ଲୋକଙ୍କୁ ତାଲିମ ଦେଇଥାନ୍ତି। ତାଙ୍କର ଚାଇନା ନାମ ସୁନ୍ ଚୁଆଙ୍ଗ ହୋଇଥିବା ବେଳେ ଇଂରାଜୀ ନାମ ମାଇକ୍। ସେ ଚାଇନାରେ ବହୁତ ଲୋକପ୍ରିୟ। ସୁନ୍ ଚାଇନାର ପୂର୍ବ ପ୍ରଦେଶର ଝୋଜିୟାଙ୍ଗର ବାସିନ୍ଦା। ସେ କେବଳ ଚୀନ୍ ନୁହେଁ ବରଂ ବିଶ୍ୱର ସର୍ବକନିଷ୍ଠ ସ୍ୱୀକୃତିପ୍ରାପ୍ତ ଯୋଗ ଶିକ୍ଷକ ଅଟନ୍ତି।

publive-image
Source : News-18

ସୁନ୍‌ଙ୍କ ମା ଚୀନର ଜାତୀୟ ଦୈନିକ “ଚାଇନା ଡେଲି” କୁ କହିଛନ୍ତି ଯେ ତାଙ୍କ ପୁଅ ମାତ୍ର ଦୁଇ ବର୍ଷ ବୟସରେ ଯୋଗ ଶିଖିବା ଆରମ୍ଭ କରିଥିଲେ ଯେତେବେଳେ ତାଙ୍କର ସାମାନ୍ୟ ଅଟିଜିମ୍ ଥିବା ଜଣାପଡିଥିଲା। ତାଙ୍କୁ ଦୁଇ ବର୍ଷ ବୟସରେ ଡେ କେୟାର ସେଣ୍ଟରକୁ ନିଆଯିବା ପରେ ଏହି ରୋଗ ଚିହ୍ନଟ ହୋଇଥିଲା।

Advertisment
publive-image
Source : News-18

ଏହି ରୋଗକୁ ରୋକିବା ପାଇଁ ତାଙ୍କ ମା’ ତାଙ୍କୁ ଏକ ଯୋଗ କେନ୍ଦ୍ରକୁ ନେଇଥିଲେ। ଗୋଟିଏ ବର୍ଷ ମଧ୍ୟରେ ସୁନ୍ ଯୋଗ ବହୁତ ଭଲ କରିବା ଆରମ୍ଭ କରିଥିଲେ। ସେ ଯୋଗର ଏକ ପ୍ରାକୃତିକ ପ୍ରତିଭା ଭାବରେ ଉଭା ହୋଇଥିଲେ। ଦୁଇ ବର୍ଷ ପରେ ସେ ଅଟିଜିମ୍ ରୋଗକୁ ମଧ୍ୟ ବାଏ ବାଏ କରିଥିଲେ। ସେ ଏହି ରୋଗରୁ ସଂପୂର୍ଣ୍ଣ ମୁକ୍ତି ହୋଇଥିଲେ।

publive-image

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କେତେକ ଯୋଗାସନ ଦ୍ୱାରା ପିଲାମାନଙ୍କର ଅଟିଜିମ୍ ଦୂର ହୋଇପାରିବ। ଯୋଗ ଦ୍ୱାରା ସେମାନଙ୍କ ମାନସିକ ଏବଂ ଶାରୀରିକ ସ୍ତରରେ ବିକାଶ ମଧ୍ୟ ହୋଇଥାଏ।

Advertisment

ପୂର୍ବରୁ ମଧ୍ୟ ଚାଇନା ରେଡିଓ ଇଣ୍ଟରନ୍ୟାସନାଲରେ ସୁନ୍‌ଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ସୁନ୍‌ଙ୍କ ଜୀବନକୁ  ସ୍ୱାଭାବିକ କରିବା ପାଇଁ ତାଙ୍କ ମା ମଧ୍ୟ ପ୍ୟାରେଣ୍ଟାଲ୍ ଯୋଗ ପ୍ରଶିକ୍ଷଣ ପାଠ୍ୟକ୍ରମ କରିଥିଲେ। ଏହା କରିବାବେଳେ ସେ ଦେଖିଲେ ଯେ ତାଙ୍କ ପୁଅ ଯୋଗକୁ ଭଗବାନଙ୍କଠାରୁ ଏକ ଉପହାର ଭାବେ ପାଇଛନ୍ତି। ଯଦିଓ ସୁନ୍ ଅଧିକ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ଯୋଗ ପାଠ୍ୟକ୍ରମର ପ୍ରତ୍ୟେକ ଜିନିଷ ଏବଂ ପ୍ରତ୍ୟେକ ପଦକ୍ଷେପକୁ ସେ ଭଲ ଭାବରେ ମନେ ରଖିଛନ୍ତି।

publive-image

ଛଅ ବର୍ଷ ବୟସରେ ସୁନ୍ ତାଙ୍କର ବିଶେଷ ପ୍ରତିଭା ଯୋଗୁଁ ଧୀରେ ଧୀରେ ପ୍ରସିଦ୍ଧ ହେବାକୁ ଲାଗିଲେ।  ସ୍ଥାନୀୟ ଯୋଗ କେନ୍ଦ୍ର ତାଙ୍କୁ ନିଯୁକ୍ତି ଦେବାକୁ ଚାହୁଁଥିଲା। ଏପର୍ଯ୍ୟନ୍ତ ଯୋଗରେ ଶହେରୁ ଅଧିକ ଲୋକଙ୍କୁ ସେ ତାଲିମ ଦେଇଛନ୍ତି।

publive-image

ଯୋଗ ୨୦୦୦ ଦଶକରୁ ଅଧିକ ଲୋକପ୍ରିୟ ହୋଇପାରିଛି। ଫିଟ୍‌ନେସ୍‌କୁ ଦୃଷ୍ଟିରେ ରଖି ଚାଇନାର ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି। ଏକ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଚାଇନାରେ ୧୦,୮୦୦ ପଞ୍ଜିକୃତ ଯୋଗ କେନ୍ଦ୍ର ଅଛି। ଲକ୍ଷ ଲକ୍ଷ ଲୋକ ସେଠାରେ ଯୋଗ ଶିଖୁଥିବା ଜଣାଯାଏ।

ଯୋଗକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ସ୍ୱୀକୃତି ଦେବା ପାଇଁ ଯେତେବେଳେ କଥା ଉଠିଥିଲା ଚୀନ୍ ମିଳିତ ଜାତିସଂଘରେ ଭାରତକୁ ସମର୍ଥନ କରିଥିଲା। ଏହି ବର୍ଷ ମଧ୍ୟ ଚାଇନାରେ ହଜାର ହଜାର ଲୋକ ଆନ୍ତର୍ଜାତୀୟ ଦିବସରେ ଯୋଗ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ