coronaaaa
ନୂଆଦିଲ୍ଲୀ: ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ଭୂମିରେ ଶୋଇଥିବାର ଦେଖା ଯାଉଛନ୍ତି।
ଖବର ଅନୁଯାୟୀ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଏକ ମହିଳାଙ୍କୁ ପୋତିବା ପାଇଁ ନେଇଥିଲେ। କିନ୍ତୁ ମହିଳାଙ୍କୁ ପୋତିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ନିଜର ଥକାକୁ ମେଣ୍ଟାଇବା ପାଇଁ ଭୂମିରେ ଶୋଇଛନ୍ତି। ଏହି ଫଟୋକୁ ଅଦନନ୍ ଅବିଦି ନାମକ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସୁଟ୍ କରିଥିଲେ। ଏହି ଫଟୋକୁ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଶେୟାର କରାଯାଉଛି।
ଏହି ଫଟୋକୁ ଆଇଏଏସ୍ ଆୱାନୀଶ ଶରଣ ମଧ୍ୟ ନିଜ ଟ୍ୱିଟ୍ରରେ ଶେୟାର କରି ଲେଖିଛନ୍ତି, ‘କରୋନାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କୁ ପୋତିବା ପୂର୍ବରୁ ଥକି ଯାଇଥିବା ଜଣେ ସ୍ୱାସ୍ଥ୍ୟକର୍ମୀ। କରୋନା ଯୋଦ୍ଧାଙ୍କ ସହାୟତାଙ୍କୁ କେବଳ ଆଜି ନୁହେଁ ଇତିହାସ ସବୁଦିନ ପାଇଁ ମନେରଖିବ। ଏହି ଫଟୋଟି ଦିଲ୍ଲୀର ବୋଲି ଜଣାପଡ଼ିଛି। ଏହି ଫଟୋକୁ ଅଦନନ୍ ଅବିଦି ନାମକ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ ସୁଟ୍ କରିଥିଲେ।
ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି।
ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronaaaa_1625452008.jpg)