Advertisment

ବିଚିତ୍ର ପାହାଡ : କରୁଛି ରଙ୍ଗ ପରିବର୍ତ୍ତନ

ଆମେ ସମସ୍ତେ ଏଣ୍ଡୁଅ ରଙ୍ଗ ବଦଳାଇବା ବିଷୟରେ ଶୁଣିଛୁ, କିନ୍ତୁ ପାହାଡର ରଙ୍ଗ ପରିବର୍ତ୍ତନ କରିବାର ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହା ବିଚିତ୍ର ନିଶ୍ଚିତ, କିନ୍ତୁ ଅଷ୍ଟ୍ରେଲିଆର ଏକ ପାହାଡ ସକାଳରୁ ସନ୍ଧ୍ୟା…

ବିଚିତ୍ର ପାହାଡ : କରୁଛି ରଙ୍ଗ ପରିବର୍ତ୍ତନ

Untitled-1

Advertisment

ଆମେ ସମସ୍ତେ ଏଣ୍ଡୁଅ ରଙ୍ଗ ବଦଳାଇବା ବିଷୟରେ ଶୁଣିଛୁ, କିନ୍ତୁ ପାହାଡର ରଙ୍ଗ ପରିବର୍ତ୍ତନ କରିବାର ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହା ବିଚିତ୍ର ନିଶ୍ଚିତ, କିନ୍ତୁ ଅଷ୍ଟ୍ରେଲିଆର ଏକ ପାହାଡ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହିଭଳି କାର୍ଯ୍ୟ କରିଥାଏ। ସେ ପ୍ରତିଦିନ ରଙ୍ଗ ବଦଳାଏ ଏବଂ ପ୍ରତ୍ୟେକ ଋତୁରେ ସମାନ ପ୍ରକ୍ରିୟା ହୋଇଥାଏ।

Advertisment

publive-image

ଏହି ପାହାଡ ଅଷ୍ଟ୍ରେଲିଆର ଉତ୍ତର ଭାଗରେ ରହିଛି। ୟୁନିସେଫର ଏକ ଐତିହ୍ୟ ସ୍ଥାନ ମଧ୍ୟ ଅଛ। ଅଷ୍ଟ୍ରେଲିଆର ଏହି ଅଞ୍ଚଳରେ ଏହି ଦେଶର ଆଦିବାସୀମାନେ ସାଧାରଣତ ବାସକରନ୍ତି। ଏହି ପାହାଡକୁ ଉଲୁରୁ ପାହାଡ ବା ଆର୍ଯ୍ୟସ ରକ ବୋଲି କୁହାଯାଏ। ପ୍ରାୟ ୧୫୦ ବର୍ଷ ପୂର୍ବେ ଏହି ପାହାଡ ଆବିଷ୍କୃତ ହୋଇଥିଲା। ୧୮୭୩ ମସିହାରେ, ଜଣେ ଇଂରାଜୀ ବ୍ୟକ୍ତି WG Gosseଙ୍କ ଦ୍ୱାରା ଏହା ଆବିଷ୍କୃତ ହୋଇଥିଲା। ସେ ସମୟରେ ହେନେରୀ ଆର୍ଯ୍ୟସ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କ ନାମ ଅନୁସାରେ ଏହାର ନାମ ଆର୍ଯ୍ୟସ ରକ ରଖାଯାଇଥିଲା, କିନ୍ତୁ ସ୍ଥାନୀୟ ଲୋକମାନେ ଏହାକୁ ଉଲୁରୁ ପାହାଡ ଭାବେ ଜାଣିଥିଲେ।

publive-image

ଏହି ଅଣ୍ଡାକାର ପାହାଡ ୩୩୫ ମିଟର ଉଚ୍ଚ ଓ ଏହାର ଗୋଲାକାର ୦୭ କିଲୋମିଟର ହୋଇଥିବାବେଳେ ମୋଟେଇ ୨.୪ କିଲୋମିଟର। ସାଧାରଣତ ଏହି ପଥରର ରଙ୍ଗ ସାମାନ୍ୟ ଲାଲ ହୋଇଥାଏ। ଏହାର ରଙ୍ଗରେ ଚମତ୍କାର ପରିବର୍ତ୍ତନ ସକାଳେ ସୂର୍ଯ୍ୟୋଦୟ ସମୟରେ ଏବଂ ସନ୍ଧ୍ୟାରେ ସୂର୍ଯ୍ୟୋଦୟ ସମୟରେ ଘଟିଥାଏ। ଯେତେବେଳେ ସକାଳେ ସୂର୍ଯ୍ୟ କିରଣ ଏହା ଉପରେ ପଡ଼େ, ଲାଗେ ସତେଯେମିତି ପାହାଡ ଉପରେ ନିଆଁ ଲାଗିଛି ଏବଂ ସେଥିରୁ ବାଇଗଣୀ ଏବଂ ଗାଢ ନାଲି ନିଆଁ ବାହାରୁଛି।

Advertisment

publive-image

ସେହିଭଳି, ଯେତେବେଳେ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହୁଏ ସେତେବେଳେ ଲାଲ ରଙ୍ଗରେ ଝଲସି ଉଠୁଥିବା ଏହି ବିଶାଳ ଶିଳା ଉପରେ ଅନନ୍ୟ ବାଇଗଣୀ ଛାୟା ଦେଖାଯିବା ଆରମ୍ଭ କରେ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ରଙ୍ଗ ବେଳେବେଳେ ହଳଦିଆ, କେବେ କମଳା କିମ୍ବା କେତେବେଳେ ଲାଲ ହୋଇଯାଏ। ବେଳେବେଳେ ଏହି ପାହାଡ ବାଇଗଣୀ ହୋଇଯାଏ।

publive-image

ବାସ୍ତବରେ ଏହା କୌଣସି ଚମତ୍କାର ନୁହେଁ କିନ୍ତୁ ଏହି ପାହାଡର ବିଶେଷ ସଂରଚନା ହେତୁ ଏଭଳି ହୋଇଥାଏ। ଏହାର ପଥରର ସଂରଚନା ସ୍ୱତନ୍ତ୍ର। ସୂର୍ଯ୍ୟଙ୍କଠାରୁ ଆସୁଥିବା କିରଣର ରଙ୍ଗ ଦିନସାରା ପରିବର୍ତ୍ତନ ଓ ପାଣିପାଗରେ ପରିବର୍ତ୍ତନ ହେତୁ ଏହି ପାହାଡର ରଙ୍ଗରେ ପରିବର୍ତ୍ତନ ଆସେ। ଏହି ପାହାଡଟି ବାଲୁକା ପଥରରେ ନିର୍ମିତ, ଯାହାକୁ କଙ୍ଗଲୋମେରେଟ୍ ମଧ୍ୟ କୁହାଯାଏ।

Advertisment

publive-image

ସାଧାରଣତଃ ସକାଳେ ଓ ସନ୍ଧ୍ୟାରେ ସୂର୍ଯ୍ୟ କରିଣରେ ଲାଲ ଓ କମଳା ରଙ୍ଗର ବହୁଳତା ରହିଥାଏ, ଅନ୍ୟ ରଙ୍ଗଗୁଡ଼ିକ ବାୟୁମଣ୍ଡଳ ଦ୍ୱାରା ବିସର୍ଜନ ହୋଇଯାଏ। ଏହି ଦୁଇଟି ରଙ୍ଗ ହେତୁ ଓ ବାଲୁକା ପଥରର ବିଶେଷ ଗଠନ ହେତୁ ଏହି ପାହାଡ ଲାଲ ଏବଂ କମଳା ଦେଖାଯାଏ। ଅପରାହ୍ନରେ, ଅନ୍ୟ କେତେକ ରଙ୍ଗ ମଧ୍ୟ ସୂର୍ଯ୍ୟକିରଣରେ ଅଧିକ ଦେଖାଯାଏ। ସେତେବେଳେ ଏହାର ରଙ୍ଗରେ ପରିବର୍ତ୍ତନ ଆସେ।

publive-image

ରଙ୍ଗର ପରିବର୍ତ୍ତନ ହେତୁ ପ୍ରାଚୀନ କାଳରେ ଏଠାରେ ବାସକରୁଥିବା ଆଦିବାସୀମାନେ ଏହାକୁ ଈଶ୍ଵରଙ୍କ ଘର ବୋଲି ବିବେଚନା କରୁଥିଲେ। ପାହାଡ ପାଦଦେଶରେ ନିର୍ମିତ ଗୁମ୍ଫାରେ ପୂଜା ମଧ୍ୟ କରୁଥିଲେ। ବର୍ତ୍ତମାନ ଏହି ପାହାଡକୁ ପହଞ୍ଚିବା ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଏହା ଏକ ବଡ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି।

publive-image

ଅଷ୍ଟ୍ରେଲିଆ ସରକାର ଏହି ପାହାଡ ନିକଟରେ ୪୮୭ ବର୍ଗ ମାଇଲ ପରିମିତ ମାଉଣ୍ଟ ଓଲଗା ନ୍ୟାସନାଲ ପାର୍କ ନିର୍ମାଣ କରିଛନ୍ତି। ଏହି ପାର୍କରେ କଙ୍ଗାରୁ, ବ୍ୟାଣ୍ଡିକୁଟ୍, ୱାଲାବି ଏବଂ ୟୁରୋ ଭଳି ବିଚିତ୍ର ପ୍ରାଣୀଙ୍କୁ ମଧ୍ୟ ରଖାଯାଇଛି। ଏଠାରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।

publive-image

ପ୍ରତିବର୍ଷ ହଜାର ହଜାର ଲୋକ ଏହାକୁ ଦେଖିବାକୁ ଆସନ୍ତି। ବହୁଲୋକ ଅନେକ କିଲୋମିଟର ଦୂରରେ ବସି ଦିନସାରା ଏହାର ରଙ୍ଗ ପରିବର୍ତ୍ତନ କୁ ଉପଭୋଗ କରନ୍ତି। କିଛି ଲୋକ ଏହା ଉପରେ ଟ୍ରାକିଂ କାମ ମଧ୍ୟ କରନ୍ତି। ଦୁନିଆରେ ଏହିପରି ରଙ୍ଗ ପରିବର୍ତ୍ତନ କରୁଥିବା ଅନ୍ୟ କୌଣସି ପାହାଡ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ