tiger day1
ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା।
ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ। ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ହେଉଛି ବ୍ୟାଘ୍ର ଦିବସ ପାଳନର ଲକ୍ଷ୍ୟ।
ପରିବେଶ ସନ୍ତୁଳନରେ ବାଘର ଗୁରୁତ୍ତ୍ୱକୁ ଦେଖି ୧୯୭୩ରେ ଇନ୍ଦିରା ଗାନ୍ଧିଙ୍କ ସରକାରଙ୍କ ତରଫରୁ ଭାରତରେ ବ୍ୟାଘ୍ର ପ୍ରକଳ୍ପ ଅାରମ୍ଭ ହୋଇଥିଲା। ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tiger-day1_1626693230.jpg)