Advertisment

ଏମିତି ମେକ୍ଅପ୍ ନେଇ ଆପଣ ବି ଦେଖାଯିବେ ଆକର୍ଷଣୀୟ

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟିରେ ସବୁଠୁ ସୁନ୍ଦର ନାରୀ। ଆଉ ଯେତେବେଳେ ନାରୀ ସଜେଇ ହୁଏ ସେତେବେଳେ ସେ ଦେବୀ ପରି ଲାଗେ। ସାଧାରଣତଃ ଝିଅମାନଙ୍କର ସାଜସଜ୍ଜା ପ୍ରତି ଅହେତୁକ ଦୁର୍ବଳତା ଥାଏ। ବାହାଘର ହେଉ କିମ୍ବା କୌଣସି ଉତ୍ସବ, ବିନା ମେକଅପ୍‌ରେ ଯିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଆଉ ବାହାଘର ସମୟରେ ତ କନ୍ୟା ସଜେଇ ହେବା ଅଧିକ ଗୁରୁତ୍ୱ ବହନ କରେ। ମୁହଁର ସାଜସଜ୍ଜା ସହିତ ଅଳଙ୍କାରରେ ସଜାଇ ହେଲେ ଫଟୋ ସୁଟ୍ ପାଇଁ […]

ଅଦ୍ୟତନ ହୋଇଛି
ଏମିତି ମେକ୍ଅପ୍ ନେଇ ଆପଣ ବି ଦେଖାଯିବେ ଆକର୍ଷଣୀୟ

makeup

Advertisment

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟିରେ ସବୁଠୁ ସୁନ୍ଦର ନାରୀ। ଆଉ ଯେତେବେଳେ ନାରୀ ସଜେଇ ହୁଏ ସେତେବେଳେ ସେ ଦେବୀ ପରି ଲାଗେ। ସାଧାରଣତଃ ଝିଅମାନଙ୍କର ସାଜସଜ୍ଜା ପ୍ରତି ଅହେତୁକ ଦୁର୍ବଳତା ଥାଏ। ବାହାଘର ହେଉ କିମ୍ବା କୌଣସି ଉତ୍ସବ, ବିନା ମେକଅପ୍‌ରେ ଯିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ। ଆଉ ବାହାଘର ସମୟରେ ତ କନ୍ୟା ସଜେଇ ହେବା ଅଧିକ ଗୁରୁତ୍ୱ ବହନ କରେ। ମୁହଁର ସାଜସଜ୍ଜା ସହିତ ଅଳଙ୍କାରରେ ସଜାଇ ହେଲେ ଫଟୋ ସୁଟ୍ ପାଇଁ ସୁନ୍ଦର ଲାଗେ; ଯାହାକୁ ସ୍ମୃତିର ଫରୁଆରେ ସାଇତି ରଖିବାରେ କାମ ଦିଏ। ଏଣୁ ଆଜି ଆପଣଙ୍କୁ କିଛି ମେକ୍‌ଅପ୍ ଟିପ୍ସ ବତାଇବୁ, ଯାହାକୁ ଆପଣାଇ ଆପଣ ବି ଲାଗିବେ ଆକର୍ଷଣୀୟ।

Advertisment

30 Attractive Bride Makeup Ideas | Wedding Forward | Silver makeup, Prom makeup looks, Blush makeup

୧. ଏୟାର ବ୍ରଶ୍ ମେକଅପ୍

ଆଜିକାଲି ମେକଅପ୍ ଟେକନିକ ଚାରିଆଡ଼େ ପ୍ରସିଦ୍ଧି ଲାଭ କରିଛି। ବିଶେଷ କରି ଏୟାର ବ୍ରଶ ମେକଅପ ସବୁଠୁ ଅଧିକ ଲୋକପ୍ରିୟ। ଏକ୍ସପର୍ଟ ଦ୍ୱାରା ମେକଅପ୍ କରାଇଲେ ଆପଣଙ୍କ ତ୍ୱଚା ଭଲ ରହିବ ଏବଂ ଆପଣ ସୁନ୍ଦର ଲାଗିବେ। ଧ୍ୟାନ ଦେବେ ଏୟାର ବ୍ରଶ ମେକଅପ ବେଳେ ସ୍ପଞ୍ଜ କିମ୍ବା ବ୍ରଶ ବ୍ୟବହାର କରିବେ ନାହିଁ। କେବଳ ଏୟାର ଗନ୍ ମାଧ୍ୟମରେ ତ୍ୱଚା ଉପରେ ହାଲକା ବ୍ରଶ କିମ୍ବା ଫାଉଣ୍ଡେସନ୍ ସ୍ପ୍ରେ କରାଯାଇଥାଏ। ଯାହା କି ଆପଣଙ୍କ ଶରୀରକୁ ସୁନ୍ଦର ଲୁକ୍ ଦେଇଥାଏ ।

୨. କରେକ୍ଟିଭ୍ ମେକଅପ୍

ଏହି ମେକଅପ ଆପଣଙ୍କ ଚେହେରା ଏବଂ ଦାଗକୁ ଭିନ୍ନ ଢଙ୍ଗରେ ଦେଖାଇଥାଏ। ଛୋଟ ଆଖିକୁ ବଡ଼ ଓ ବଡ଼ ଆଖିକୁ ଛୋଟ, ଗୋଲାକାର କରିଥାଏ। ଗାଲର ଆକାର ବି ବଢ଼ାଇ ହେବ, କମାଇ ହେବ ଆଉ ବୃତ୍ତାକାର କରିହେବ ବି। ଏପରି ସୁନ୍ଦର ଭାବେ କରେକ୍ଟିଭ୍ ମେକଅପ କରିପାରିଲେ କନ୍ୟା ଆକର୍ଷଣୀୟ ଦିଶେ।

Advertisment

୩. ମେଟାଲିକ୍ ଆଇଜ୍

ଆଖି ପଲକରେ ସୁନା ତଥା ଧାତବ ପଦାର୍ଥ ଲଗାଇବା ପ୍ରକ୍ରିୟାକୁ ମେଟାଲିକ ଆଇଜ୍ କୁହ।ଯାଏ। ମୂଳ ଆଖି ରଙ୍ଗ ସହ ଏହି ରଙ୍ଗ ମିଶିଲେ ଚକ୍ଷୁର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ। କନ୍ୟାର ଆଖି ବେଶି ସୁନ୍ଦର ଲାଗେ।

MakeUp Artist courses, School & Online - Qualify Me

୫. ଟିଣ୍ଟ ଗୋଲଡ୍ ହାଇଲାଇଟ୍ ଚିକ୍ସ

ଟିଣ୍ଟ ଗୋଲଡ ହାଇଲାଇଟ ଚିକ୍ସ ବା ହଳଦିଆ ସ୍ୱର୍ଣ୍ଣ ଆକାର ଗାଲକୁ ଆହୁରି ସୁନ୍ଦର କରିବା ପାଇଁ ଏହି ମେକ୍ ଅପ୍ ପ୍ରକ୍ରିୟାକୁ ଆପଣେଇବାକୁ ହୁଏ। ଏହା କନ୍ୟାର ମୁହଁକୁ ବାସ୍ତବ ରଙ୍ଗ ଦେଇଥାଏ।

Advertisment

୬. ଶିୟର ଲୁକ୍

ଶିୟର ଲୁକ ତଥା ଆଖିକୁ ଅନ୍ୟ ଢଙ୍ଗରେ ସୁନ୍ଦର କରିବା ପ୍ରକ୍ରିୟାକୁ ବୁଝାଏ। ଆଖିରେ କଜଳ ଦେଇ ଏହାକୁ ଆହୁରି ସୁନ୍ଦର କରାଯାଏ। ଭାରତୀୟ ନାରୀମାନେ ଏହି ଲୁକକୁ ବେଶି ପସନ୍ଦ କରନ୍ତି ।

୭. ହେୟାର ଏକ୍ସେସରିଜ୍

ଆଖି ସହ ଚୁଟିର ସୁନ୍ଦର ସାମଞ୍ଜସ୍ୟ ସ୍ଥାପନ ପାଇଁ ହେୟାର ଏକ୍ସେସରିଜ ପ୍ରକ୍ରିୟାକୁ ଅନୁସରଣ କରାଯାଏ। କନ୍ୟାର ଚୁଟିକୁ ସଜାଇବା ପାଇଁ ସୁନ୍ଦର ସୁନ୍ଦର ଫୁଲର ଆବଶ୍ୟକତା ପଡ଼େ। ଗୋଲାପ ଓ ମଲ୍ଲୀ ଫୁଲ ଏଥିପାଇଁ ଢେର୍ ଉପଯୋଗୀ।

How nice | Hair and makeup artist, Bridal hair and makeup, Hair makeup

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ