Advertisment

ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ, ଭିକ୍ଷାବୃତ୍ତି କରୁଥିବା ଯୁବତୀ ସହ ହେଲା ପ୍ରେମ, ଆଉ ତା’ପରେ...

ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ  କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି। […]

ଗରିବଙ୍କୁ ଖାଦ୍ୟ ବାଣ୍ଟୁଥିଲେ, ଭିକ୍ଷାବୃତ୍ତି କରୁଥିବା ଯୁବତୀ ସହ ହେଲା ପ୍ରେମ, ଆଉ ତା’ପରେ...

nilam

Advertisment

ଲକ୍ଷ୍ନୌ: କରୋନା ଭାଇରସ ଯୋଗୁ କାନପୁରର ବାସିନ୍ଦା ଅନିଲ ଓ ନୀଲମ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇପାରିଛନ୍ତି। ଏଭଳି ଘଟଣାଟିକୁ ସମ୍ପୂର୍ଣ୍ଣ ପଢ଼ିବା ପରେ ଆପଣମାନେ ମଧ୍ୟ ସବୁବେଳେ ମନେରଖିବେ । ପ୍ରେମର ଏହି କାହାଣୀ କିପରି ଆରମ୍ଭ ହେଲା ଓ  କିଛିଦିନ ଭିତରେ ସର୍ମ୍ପକରେ କେମିତି ବଦଳିଗଲା, ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା। କାନପୁରରେ ହେଇଥିବା ଏହି ବାହାଘର ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିବାବେଳେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

Advertisment

ଖବର ଅନୁଯାୟୀ, କାହାଣୀଟି ହେଉଛି  କାନପୁରର ନୀଲମଙ୍କର।  ନୀଲମଙ୍କର ମା’ବାପା ଏ ଦୁନିଆରେ ଆଉ ନାହାନ୍ତି। ସେ ତାଙ୍କର ଭାଇ-ଭାଉଜଙ୍କ ପାଖରେ ରହୁଥିଲେ। କିନ୍ତୁ ଭାଇ- ଭାଉଜ ମାଡମାରି ନୀଲମଙ୍କୁ ଘରୁ ବାହାର କରିଦେଇଥିଲେ। ଏମିତିକି ନୀଲମଙ୍କୁ ଖୋଜାଖୋଜି ମଧ୍ୟ କରିନଥିଲେ। ପରେ ଅସହାୟ ଝିଅଟି ନିର-ଛିର ଛକ ନିକଟ କାକାଡେଭ ଅଞ୍ଚଳରେ ଭିକାରୀମାନଙ୍କ ସହିତ ରହିବା ପାଇଁ ବାଧ୍ୟ ହୋଇଥିଲେ।

ଏହାପରେ କରୋନା ଭାଇରସକୁ ଦୃଷ୍ଟରେ ରଖି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରିସ୍ଥିତି ଏପରି ହୋଇଯାଇଥିଲା ଯେ, ନୀଲମକୁ ଯାହା ଯେମିତି ଖାଦ୍ୟ ମିଳୁଥିଲା। ଲକ୍‌ଡାଉନ୍‌ ଯୋଗୁ ସେତକ ବି ବନ୍ଦ ହୋଇଗଲା।  ପରେ କାନପୁରର ବାସିନ୍ଦା ଲାଲତା ପ୍ରସାଦଙ୍କର ନୀଲମ ସହ ଭେଟ ହୋଇଥିଲା। ନୀଲମ ତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ଲାଲତା ନିଜ ଡ୍ରାଇଭର ଅନୀଲଙ୍କୁ କହିଥିଲେ ଯେ ପ୍ରତ୍ୟେକଦିନ ନୀଲମକୁ ଖାଦ୍ୟ ଯୋଗାଇବା ସହିତ ସେଠାରେ ଉପସ୍ଥିତ ଥିବା ଅନ୍ୟ ଗରିବଲୋକଙ୍କୁ ମଧ୍ୟ ଖାଦ୍ୟ ଦେବେ। ପ୍ରାୟ ୪୫ ଦିନ ଧରି ଅନୀଲ ନୀଲମଙ୍କ ସମେତ ଅନ୍ୟ ଗରିବଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ। ଏହି ସମୟରେ ଦୁହଁଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଥିଲା।

Advertisment

ଧୀରେ ଧୀରେ ଯେତେବେଳେ ଅନୀଲଙ୍କ ପିତା ଜାଣିବାକୁ ପାଇଲେ, ସେ ନୀଲମଙ୍କ ଇଚ୍ଛା ଜାଣିବାକୁ ଚାହିଁଲେ। ପଚାରିଥିଲେ ଯେ ତୁମେ ଏ ବାହାଘରରେ ରାଜି ଅଛ କି ନାହିଁ? ଏହାଶୁଣି ନୀଲମ ବାହାହେବା ପାଇଁ ରାଜି ହୋଇଥିଲେ। ଏହାପରେ ସମସ୍ତଙ୍କ ସହଯୋଗରେ ଅନୀଲ ଓ ନୀଲମଙ୍କ ବାହାଘର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ