Advertisment

ମହାମାରୀକୁ ନାହିଁ ଭୟ, ପିଲାଙ୍କ ଭବିଷ୍ୟତକୁ ଆଗ ଦେଖିଲେ ପ୍ରଧାନଶିକ୍ଷକ

ବେଙ୍ଗାଲୁରୁ:ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ପିଲା ମୋବାଇଲ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ କ୍ଲାସ କରୁଛନ୍ତି। ଆଉ କେତେକଙ୍କ ପାଖରେ ମୋବାଇଲ୍‌ର ମଧ୍ୟ ସୁବିଧା ନାହିଁ। ଫଳରେ ସେମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଏକ ଗ୍ରାମରେ ସ୍କୁଲର ପ୍ରଧାନଶିକ୍ଷକ ପିଲମାନଙ୍କୁ ପଢ଼େଇବା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି। ସରକାରୀ […]

ଅଦ୍ୟତନ ହୋଇଛି
ମହାମାରୀକୁ ନାହିଁ ଭୟ, ପିଲାଙ୍କ ଭବିଷ୍ୟତକୁ ଆଗ ଦେଖିଲେ ପ୍ରଧାନଶିକ୍ଷକ

tree

Advertisment

ବେଙ୍ଗାଲୁରୁ:ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ପିଲା ମୋବାଇଲ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ କ୍ଲାସ କରୁଛନ୍ତି। ଆଉ କେତେକଙ୍କ ପାଖରେ ମୋବାଇଲ୍‌ର ମଧ୍ୟ ସୁବିଧା ନାହିଁ। ଫଳରେ ସେମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଏକ ଗ୍ରାମରେ ସ୍କୁଲର ପ୍ରଧାନଶିକ୍ଷକ ପିଲମାନଙ୍କୁ ପଢ଼େଇବା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି।

Advertisment

ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ଏକ ଖୋଲା ସ୍ଥାନ ବା ଗଛ ତଳେ  ଏକ ଅସ୍ଥାୟୀ ବିଦ୍ୟାଳୟ ସ୍ଥାପନ କରିଛନ୍ତି। କାରଣ ଏହ ଗାଁର ପିଲାମାନଙ୍କ ପାଖରେ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍‌ର କୌଣସି ବ୍ୟବସ୍ଥା ନାହିଁ। ଗଛ ତଳେ ପାଠ ପଢ଼ାଉଥିବା ପ୍ରଧାନଶିକ୍ଷକଙ୍କୁ ସମସ୍ତେ ପ୍ରଂଶସା କରୁଛନ୍ତି।

ଖବର ଅନୁଯାୟୀ,କର୍ଣ୍ଣାଟକର ନିଲଖେଡ଼ା ଗାଁରେ ଛାଇ ଦେଉଥିବା ଏକ ଗଛ ତଳେ ପିଲାମାନେ ପାଠ ପଢ଼ୁଛନ୍ତି। ସମସ୍ତ ପିଲାମାନେ କରୋନା କଟକଣା ନିୟମକୁ ମାନି ପାଠ ପଢ଼ୁଛନ୍ତି। ସମସ୍ତେ ମାସ୍କ ଓ ସାମାଜିକ ଦୂରତାକୁ ମାନି ପଢୁଛନ୍ତି। କରୋନା ସଂକ୍ରମଣ ସମୟରେ ସରକାରୀ ସ୍କୁଲର ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧରମପ୍ପା ବିରାଦର ଏଭଳି ନିଆରା ପଦକ୍ଷେପ ନେଇଛନ୍ତି।

Advertisment

ସିଦ୍ଧରମପ୍ପା ବିରାଦର କହିଛନ୍ତି ଯେ ‘ମୁଁ ଜାଣିବାକୁ ପାଇଲି ଯେ ବିଦ୍ୟାଳୟର ଛାତ୍ରମାନେ ଦିନସାରା ପାଠ ନପଢ଼ି ଦୁଷ୍ଟ ହେଉଛନ୍ତି। ଘରେ କାହା କଥା ଶୁଣୁନାହାନ୍ତି। ତାଙ୍କ ପିତାମାତାଙ୍କ ସହ କ୍ଷେତକୁ କାମ କରିବାକୁ ଯାଉଛନ୍ତି। ତା’ପରେ ମୁଁ ଭାବିଲି ଯେ ସେମାନଙ୍କ ପାଇଁ କିଛି କରିବି।’

ପ୍ରଧାନଶିକ୍ଷକ ଆହୁରି ମଧ୍ୟ କହିଛନ୍ତି, ଏନେଇ ଗାଁ ଲୋକମାନ ମତେ ସହଯୋଗର ହାତ ବଢ଼ାଇଲେ। କେବଳ ଗଛ ମୂଳରେ ନୁହଁ , ଗାଁ ବିଭିନ୍ନ ପରିଷ୍କାର ଓ ଖୋଲା ଥିବା ସ୍ଥାନରେ ମଧ୍ୟ ପାଠ ପଢ଼ାଯାଉଛି।

Advertisment

ଜଣେ ମହିଳା ଅଭିଭାବକ କହିଛନ୍ତି, ଏନେଇ ପିଲାମାନେ ମଧ୍ୟ ଖୁସି ଅଛନ୍ତି। ସେ ତାଙ୍କର ପୂର୍ବ ପାଠ ପଢ଼ା ଭୁଲି ଯାଇଥିଲେ। କ୍ଲାସ ଆରମ୍ଭ ହେବାରୁ ସେମାନେ ଠିକ୍‌ ଭାବେ ପାଠପଢ଼ି  ପାରୁଛନ୍ତି।

କଥାରେ ଅଛି ‘ଯଦି ଉଦ୍ଦେଶ୍ୟ ଅଛି କିଛି ଭଲ କାମ କରିବାକୁ, ତେବେ ଉପାୟ ଆପେ ଆପ ମିଳିଯିବ।’ ଏକଥା ପ୍ରମାଣ କରି ଦେଖାଇଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧରମପ୍ପା ବିରାଦର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ