Advertisment

ଜାତୀୟ କ୍ରୀଡ଼ା ଦିବସରେ 'ହକି ଯାଦୁଗର'ଙ୍କୁ ସଲାମ୍

ଭାରତରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଏ। କାହିଁକି ଏହି ଦିନକୁ ଆମେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରୁ। ଅଗଷ୍ଟ ୨୯ ତାରିଖରେ ‘ହକି ଯାଦୁଗର’ ନାମରେ ଖ୍ୟାତି ଅର୍ଜନ କରିଥିବା ମେଜର୍ ଧ୍ୟାନ ଚାନ୍ଦ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରୀଡ଼ା ପ୍ରତି ଧ୍ୟାନଚାନ୍ଦଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇ ୨୦୧୨ରେ ଭାରତ ସରକାର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରିବାକୁ ଘୋଷଣା କରିଥିଲେ। ଏହା ପରଠାରୁ […]

ଅଦ୍ୟତନ ହୋଇଛି
ଜାତୀୟ କ୍ରୀଡ଼ା ଦିବସରେ 'ହକି ଯାଦୁଗର'ଙ୍କୁ ସଲାମ୍

ryh

Advertisment

ଭାରତରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଏ। କାହିଁକି ଏହି ଦିନକୁ ଆମେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରୁ। ଅଗଷ୍ଟ ୨୯ ତାରିଖରେ 'ହକି ଯାଦୁଗର' ନାମରେ ଖ୍ୟାତି ଅର୍ଜନ କରିଥିବା ମେଜର୍ ଧ୍ୟାନ ଚାନ୍ଦ ଜନ୍ମଗ୍ରହଣ କରିଥିଲେ। ଭାରତୀୟ କ୍ରୀଡ଼ା ପ୍ରତି ଧ୍ୟାନଚାନ୍ଦଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇ ୨୦୧୨ରେ ଭାରତ ସରକାର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ 'ଜାତୀୟ କ୍ରୀଡ଼ା ଦିବସ' ପାଳନ କରିବାକୁ ଘୋଷଣା କରିଥିଲେ। ଏହା ପରଠାରୁ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତରେ 'ଜାତୀୟ କ୍ରୀଡ଼ା ଦିବସ' ପାଳନ କରାଯାଏ। ତେବେ ଆସନ୍ତୁ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ସଂକ୍ଷେପରେ ଜାଣିବା।

Advertisment

publive-image

ଧ୍ୟାନଚାନ୍ଦଙ୍କ ଜୀବନୀ
୨୯ ଅଗଷ୍ଟ, ୧୯୦୫ରେ ଆଲ୍ଲାହାବାଦରେ ଏକ ରାଜପୁତ ପରିବାରରେ ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା। ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ଶମେଶ୍ୱର ସିଂହ ଏବଂ ମା ହେଉଛନ୍ତି ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ ଭର୍ତ୍ତି ଥିଲେ ଏବଂ ସେ ସେନା ପକ୍ଷରୁ ହକି ଖେଳୁଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଏବଂ ରୂପ ସିଂହ। ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳିସାରିଛନ୍ତି। ଆରମ୍ଭରୁ ଧ୍ୟାନଚାନ୍ଦଙ୍କୁ ହକି ପ୍ରତି ସେତେଟା ଆଗ୍ରହ ନଥିଲା, କାରଣ ସେ କୁସ୍ତିକୁ ବହୁତ ପସନ୍ଦ ଥିଲା। ୨୯ ଅଗଷ୍ଟ, ୧୯୨୨ରେ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ଏହା ପରେ ସେ ୧୯୨୨ରୁ ୧୯୨୬ ଭିତରେ ଆର୍ମି ହକି ଟୁର୍ଣ୍ଣାମେଣ୍ଟ ଓ ରେଜିମେଣ୍ଟାଲ୍ ଗେମ୍ସ ଖେଳିବା ଜାରି ରହିଥିଲେ। ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମ୍ ପାଇଁ ମନୋନୀତ କରାଯାଇଥିଲା। ଏହି ଗସ୍ତରେ ଟିମ୍ ଭଲ ପ୍ରଦର୍ଶନ କରି ୧୮ ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ର’ ଏବଂ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ୧୯୩୨ରେ ଧ୍ୟାନଚାନ୍ଦ ଭିକ୍ଟୋରିଆ କଲେଜରୁ ଗ୍ରାଜୁଏସନ୍ କରିଥିଲେ।

publive-image

କ୍ୟାରିୟର: ୧୯୨୮ରେ ଆମଷ୍ଟରଡାମ୍ ଅଲିମ୍ପିକ୍ସ ପାଇଁ ଧ୍ୟାନଚାନ୍ଦଙ୍କୁ ଭାରତୀୟ ହକି ଟିମର କ୍ୟାପଟେନ୍ କରାଯାଇଥିଲା। ଭାରତୀୟ ହକି ଟିମ୍ ଏହି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ହକି ଫାଇନାଲରେ ଧ୍ୟାନଚାନ୍ଦ ଦୁଇଟି ଗୋଲ୍ ଦେଇ ଭାରତ ବିଜୟର ସୂତ୍ରଧର ସାଜିଥିଲେ। ୧୯୩୨ରେ ଲସ୍ ଆଞ୍ଜେଲିସରେ ଆୟୋଜିତ ପଞ୍ଚମ ଅଲିମ୍ପିକ୍ସ କ୍ରୀଡ଼ାରେ ମଧ୍ୟ ଭାରତ ଅପରାଜେୟ ଧାରା କାଏମ ରଖି ପୁଣି ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୩୬ରେ ବର୍ଲିନ୍ ଗେମ୍ସରେ ଭାଗ ନେବା ପାଇଁ ଧ୍ୟାନଚାନ୍ଦଙ୍କୁ ତାଙ୍କ ରେଜିମେଣ୍ଟ ଅନୁମତି ପ୍ରଦାନ ଦେଇନଥିଲେ। କିନ୍ତୁ ପରେ ତାଙ୍କୁ ଖେଳିବାକୁ ମଞ୍ଜୁରୀ ମିଳିଥିଲା ଏବଂ ସେ ପୁଣିଥରେ ଭାରତର ନେତୃତ୍ୱ ନେଇଥିଲେ। ଫାଇନାଲରେ ଭାରତ ଜର୍ମାନୀକୁ ୮-୧ ଗୋଲରେ ହରାଇଥିଲା।

Advertisment

publive-image

ମେଜର ଧ୍ୟାନଚାନ୍ଦ ନିଜର ୨୨ ବର୍ଷର କ୍ୟାରିୟରରେ ୧୮୫ ମ୍ୟାଚ୍ ଖେଳି ୫୭୦ ଗୋଲ୍ କରିଛନ୍ତି। ଧ୍ୟାନଚାନ୍ଦ ୧୯୨୮ରେ ଆମଷ୍ଟରଡାମ୍ ଅଲିମ୍ପିକରେ ୧୪ ଗୋଲ୍ ଦେଇଥିଲେ। ଏହି ଅଲିମ୍ପିକରେ ସେ ସର୍ବାଧିକ ଗୋଲ୍ କରିବାର ରେକର୍ଡ କରିଥିଲେ। ୧୯୩୨ରେ ଖେଳାଯାଇଥିବା ଅଲିମ୍ପିକରେ ସେ ୮ ଗୋଲ ସହ ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ତିନୋଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଥିଲା। ଧ୍ୟାନଚାନ୍ଦ ୪୦ ବର୍ଷର ହୋଇଥିଲା ବେଳେ ୨୨ ମ୍ୟାଚରେ ୬୮ ଗୋଲ୍ ଦେଇଥିଲେ। ସେ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ଜାରି ରଖିଥିଲେ ଏବଂ ଶେଷରେ ୧୯୪୮ରେ ହକିରୁ ସନ୍ନ୍ୟାସ ନେଇଥିଲେ। ୧୯୫୬ରେ ଭାରତ ସରକାରଙ୍କ ପକ୍ଷରୁ ଧ୍ୟାନଚାନ୍ଦଙ୍କୁ ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

publive-image

ଭାରତୀୟ ସେନାରେ ୩୪ ବର୍ଷ ସେବା କରିବା ପରେ ଧ୍ୟାନଚାନ୍ଦ ୧୯୫୬ରେ ମେଜର ଭାବେ ରିଟାୟର୍ ହୋଇଥିଲେ। ରିଟାୟର୍ ପରେ ସେ ରାଜସ୍ଥାନର ମାଉଣ୍ଟ ଆବୁରେ କୋଚିଂ ଶିବିର ଆରମ୍ଭ କରିଥିଲେ। ପରେ ସେ ପଟିଆଲାସ୍ଥ ଜାତୀୟ କ୍ରୀଡ଼ା ଏକାଡେମୀରେ ଅନେକ ବର୍ଷ ଧରି ମୁଖ୍ୟ କୋଚ୍ ଭୂମିକା ବହନ କରିଥିଲେ। ୧୯୭୯ ମସିହା ଡିସେମ୍ବର ୩ ତାରିଖରେ କ୍ୟାନସର୍ ଯୋଗୁ ଧ୍ୟାନଚାନ୍ଦଙ୍କର ପରଲୋକ ହୋଇଥିଲା। ଧ୍ୟାନଚାନ୍ଦଙ୍କ ସମ୍ମାନାର୍ଥେ ୨୦୦୨ରେ ଦିଲ୍ଲୀସ୍ଥିତ ନ୍ୟାଶନାଲ୍ ଷ୍ଟାଡିୟମକୁ 'ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ' ନାମରେ ନାମିତ କରାଯାଇଥିଲା। ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ମଧ୍ୟ ଭାରତୀୟ ହକି ଟିମର ପ୍ରତିନିଧିତ୍ୱ କରିସାରିଛନ୍ତି।

Advertisment

publive-image

ହିଟଲରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ:୧୯୩୬ ଅଲିମ୍ପିକରେ ଭାରତ ଓ ଜର୍ମାନୀ ମଧ୍ୟରେ ହୋଇଥିବା ଫାଇନାଲରେ ଧ୍ୟାନଚାନ୍ଦଙ୍କ ଟିମ୍ ଜର୍ମାନୀକୁ ଏଭଳି ଧୂଳି ଚଟାଇଲା ଯେ ମ୍ୟାଚ୍ ଦେଖୁଥିବା ହିଟଲର୍ ଷ୍ଟାଡିୟମ ଛାଡ଼ି ପଳାଇଥିଲେ। ୧୬ ଅଗଷ୍ଟରେ ଅଲିମ୍ପିକ୍ ଉଦଯାପନୀ ସମାରୋହରେ ହିଟଲର ଓ ଧ୍ୟାନଚାନ୍ଦଙ୍କର ସାକ୍ଷାତ ହୋଇଥିଲା। ହିଟଲର ଧ୍ୟାନଚାନ୍ଦଙ୍କ ଖେଳରେ ଖୁବ ପ୍ରଭାବିତ ହୋଇଥିଲେ। ଏପରିକି ହିଟଲର ଧ୍ୟାନଚାନ୍ଦଙ୍କୁ ଜର୍ମାନୀ ସେନାରେ ଜେନେରାଲ୍ ପଦବୀ ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦେଶଭକ୍ତି ଦେଖାଇ ଧ୍ୟାନଚାନ୍ଦ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।

publive-image

‘ଭାରତ ରତ୍ନ’ ଦାବି:ଭାରତକୁ ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଦେଇଥିବା ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ପ୍ରଦାନ ନେଇ ଦୀର୍ଘଦିନ ହେବ ଦାବି କରାଯାଇ ଆସୁଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ସର୍ବକାଳୀନ ମହାନ୍ ତାରକାକୁ ମିଳିପାରିଲା ନାହିଁ ଦେଶର ସର୍ବୋଚ୍ଚ ସମ୍ମାନ। ୨୦୧୧ରେ ୮୨ଜଣ ସାଂସଦ ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ପୁରସ୍କାର ପ୍ରଦାନ ପାଇଁ ଦାବି କରିଥିଲେ। ହେଲେ ତତ୍କାଳୀନ କ୍ଷମତାସୀନ ମନମୋହନ ସିଂହଙ୍କ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ। କିନ୍ତୁ ୨୦୧୩ରେ କେନ୍ଦ୍ର ସରକାର 'ଭାରତ ରତ୍ନ' ପାଇଁ ଥିବା ମାନଦଣ୍ଡରେ ସଂଶୋଧନ କରିଥିଲେ। 'ଭାରତ ରତ୍ନ' କେବଳ ଆଉ କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ସୀମିତ ହୋଇ ରହିଲା ନାହିଁ। ବରଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବା ଉପରେ ମୋହର୍ ଲାଗିଥିଲା। ଫଳସ୍ୱରୂପ ୨୦୧୪ରେ ହିଁ କ୍ରିକେଟ୍‌ ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ପ୍ରଥମ କ୍ରୀଡ଼ାବିତ୍ ଭାବେ 'ଭାରତ ରତ୍ନ'ରେ ସମ୍ମାନିତ କରାଯାଇଥିଲା।

ସୋଶାଲ ମିଡିଆରେ ମଧ୍ୟ ଧ୍ୟାନଚାନ୍ଦଙ୍କୁ 'ଭାରତ ରତ୍ନ' ପ୍ରଦାନ ନେଇ ଦାବି ଜୋର୍ ଧରିଥିଲା। ଏହି ଅଭିଯାନରେ ସାମିଲ୍‌ ହୋଇଥିଲେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେହିପରି ଖୋଦ୍ ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର, ପୂର୍ବତନ ହକି କ୍ୟାପଟେନ୍ ଦିଲୀପ ତିର୍କୀ ମଧ୍ୟ ଧ୍ୟାନ ଚାନ୍ଦଙ୍କ ପାଇଁ ଏହି ପୁରସ୍କାର ଦାବି କରିଆସିଛନ୍ତି। ଏହାସହ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଧ୍ୟାନଚାନ୍ଦଙ୍କୁ 'ଭାରତ ରତ୍ନ' ପ୍ରଦାନ ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ।

publive-image

ଆଶ୍ଚର୍ଯ୍ୟକର କଥା ହେଉଛି, ଜଣେ ୬୩ ବର୍ଷୀୟ ବୃଦ୍ଧା ଧ୍ୟାନଚାନ୍ଦଙ୍କୁ 'ଭାରତ ରତ୍ନ' ଦେବା ଦାବିରେ ନିଆରା ପଦକ୍ଷେପ ଉଠାଇଥିଲେ। ତାରକ ପାରକର ନାମକ ଏହି ବ୍ୟକ୍ତି ଜଣକ ୨୦୧୯ ମସିହା ଡିସେମ୍ବର ୧୫ ତାରିଖରେ ମଧ୍ୟପ୍ରଦେଶରୁ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ଚଳିତ ବର୍ଷ ଫେବୃଆରୀ ୧୩ ତାରିଖରେ ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। ସେ ପୂରା ୧୨୫୦ କିଲୋମିଟର ପଦଯାତ୍ରା କରିବା ପରେ ଧ୍ୟାନ ଚାନ୍ଦଙ୍କୁ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ସ୍ୱାଧୀନତା ପୂର୍ବରୁ ଭାରତକୁ ବିପୁଳ ସଫଳତା ଦେଇଥିବା ଧ୍ୟାନ ଚାନ୍ଦଙ୍କୁ 'ଭାରତ ରତ୍ନ' କାହିଁକି ମିଳିପାରି ନାହିଁ। ଏବେବି ଧ୍ୟାନ ଚାନ୍ଦଙ୍କ ପାଇଁ 'ଭାରତ ରତ୍ନ' ଦାବି ଉଠୁଛି, କିନ୍ତୁ ତାଙ୍କ ପ୍ରତି ଅଣଦେଖା କରାଯାଉଥିବା ଅନେକ କ୍ରୀଡ଼ାବିତ୍ କହିଛନ୍ତି।

ବିଦେଶରେ ଲୋକପ୍ରିୟ ଥିଲେ ଧ୍ୟାନଚାନ୍ଦ: ସ୍ୱାଧୀନତା ପୂର୍ବରୁ ଭାରତର ଦୁଇଜଣ ବ୍ୟକ୍ତି ବିଦେଶରେ ଅଧିକ ଲୋକପ୍ରିୟ ଥିଲେ। ଏହି ଦୁଇ ଜଣ ହେଲେ ମହାତ୍ମା ଗାନ୍ଧୀ ଏବଂ ଧ୍ୟାନଚାନ୍ଦ। ଜର୍ମାନୀ ହେଉ କି ଜାପାନ, ଅଷ୍ଟ୍ରେଲିଆ ହେଉ କିମ୍ବା ହଲାଣ୍ଡ, ଅଧିକାଂଶ ଦେଶରେ ଧ୍ୟାନଚାନ୍ଦ ଖୁବ୍ ଲୋକପ୍ରିୟ ଥିଲେ। ହିଟଲରଙ୍କଠାରୁ ନେଇ ମହାରାଣୀ ଏଲିଜାବେଥ୍ ମଧ୍ୟ ହକି ଯାଦୁଗରଙ୍କ ଖେଳ ପାଇଁ ପାଗଳ ଥିଲେ। ଏକଥା ସତ ଯେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ସର୍ବଦା ଗର୍ବ କରୁଥିବା ହେଉଥିବା ଇଂଲଣ୍ଡ ଓ ଜର୍ମାନୀର ଅହଙ୍କାରକୁ ଧ୍ୟାନଚାନ୍ଦ ହିଁ ଭାଙ୍ଗିଥିଲେ।

ଭାରତୀୟ ଟିମ୍ ୧୯୨୮ରେ ପ୍ରଥମ ଅଲିମ୍ପିକ୍ସ ଖେଳିବା ପାଇଁ ଆମଷ୍ଟରଡାମ୍ ଯିବାର ଥିଲା। ଟିମ୍ ପାଣିର ଜାହାଜରେ ଗସ୍ତ କରିଥିଲା। କିନ୍ତୁ ଆମଷ୍ଟରଡାମ ଯିବା ପୂର୍ବରୁ ଟିମ୍ ଇଂଲଣ୍ଡରେ ରହିଥିଲା, ଯେଉଁଠାରେ ସେମାନେ ବ୍ରିଟେନ୍ ଟିମ୍‌କୁ ଶୋଚନୀୟ ଭାବେ ହରାଇଥିଲେ। ପରାଜୟରେ ବ୍ରିଟେନ୍ ଦଳ ଲଜ୍ଜିତ ହୋଇପଡ଼ିଥିଲେ। ଏହି କାରଣରୁ ବ୍ରିଟେନ୍ ତା’ର ହକି ଟିମ୍‌କୁ ଅଲିମ୍ପିକ୍ ପଠାଇ ନଥିଲା। ଏହିପରି ଭାବେ ୧୯୩୬ରେ ବର୍ଲିନ୍ ଅଲିମ୍ପିକ୍‌ରେ ଧ୍ୟାନଚାନ୍ଦ ଭାରତର ଅଧିନାୟକ ଥିଲେ। ସେତେବେଳେ ଜର୍ମାନ ଉପରେ ହିଟଲର ଶାସନ ଥିଲା।

୧୫ ଅଗଷ୍ଟ,୧୯୩୬ରେ ଖେଳାଯାଇଥିବା ଫାଇନାଲ୍‌ରେ ଭାରତ ଜର୍ମାନୀକୁ ୮-୧ ଗୋଲ୍‌ରେ ହରାଇଥିଲା। ହିଟଲର ଏହି ମ୍ୟାଚ୍‌ରେ ଜର୍ମାନୀକୁ ଜିତିବାକୁ ଦେଖିବା ପାଇଁ ଚାହୁଁଥିଲେ। କିନ୍ତୁ ଟିମ୍ ପରାଜୟ ଦେଖି ସେ ମ୍ୟାଚ୍ ଅଧାରୁ ଉଠି ଚାଲିଯାଇଥିଲେ। ମ୍ୟାଚ୍‌ର ପୂର୍ବରାତି ପ୍ରବଳ ବର୍ଷା ହୋଇଥିଲା ଏବଂ ଏହି କାରଣରୁ ମଇଦାନ ଓଦା ମଧ୍ୟ ରହିଥିଲା। ଭାରତୀୟ ଟିମ୍ ପାଖରେ ସ୍ପାଇକ୍ ଜୋତା ନଥିବାରୁ ମ୍ୟାଚ୍ ସମୟରେ ଖେଳାଳିମାନଙ୍କ ଗୋଡ଼ ଖସୁଥିଲା। ତେବେ ଧ୍ୟାନଚାନ୍ଦ ନିଜର ଉପସ୍ଥିତ ବୃଦ୍ଧି ଖଟାଇ ହାଫ୍‌ଟାଇମ୍ ପରେ ଜୋତା କାଢ଼ି ଖାଲି ପାଦରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ଭାରତ ଏହି ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

ଏହା ପରେ ଧ୍ୟାନଚାନ୍ଦଙ୍କୁ ହିଟଲର ସାକ୍ଷାତ କରିଥିଲେ। ହିଟଲର ତାଙ୍କୁ ପଚାରିଥିଲେ ଯେ ଭାରତରେ କ’ଣ କରୁଛ? ଧ୍ୟାନଚାନ୍ଦ କହିଥିଲେ ଯେ ସେ ଭାରତୀୟ ସେନାରେ ମେଜର ଅଛନ୍ତି। ହିଟଲର ତାଙ୍କ ସାମ୍ନାରେ ଏକ ପ୍ରସ୍ତାବ ରଖିଥିଲେ ଯେ ସେ ଜର୍ମାନୀ ଆସନ୍ତୁ ଏବଂ ଜର୍ମାନୀ ସେନାରେ ବଡ଼ ପଦବୀରେ ଯୋଗଦାନ କରନ୍ତୁ। କିନ୍ତୁ ଧ୍ୟାନଚାନ୍ଦ ବିନମ୍ରତାର ସହ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲେ, କାରଣ ତାଙ୍କ ଭିତରେ ଦେଶଭକ୍ତି ଭରି ରହିଥିଲା। ଏହା ପରେ ବିଦେଶରୁ ଅନେକ ପ୍ରସ୍ତାବ ଆସିଥିଲା, କିନ୍ତୁ ଧ୍ୟାନଚାନ୍ଦ ସବୁ ପ୍ରତ୍ୟାଖାନ କରିଦେଇଥିଲେ।

ଧ୍ୟାନ ସିଂହରୁ ଧ୍ୟାନଚାନ୍ଦ:ଧ୍ୟାନ ଚାନ୍ଦଙ୍କ ଅସଲ ନାମ ଧ୍ୟାନ ସିଂହ ଥିଲା। ତାଙ୍କର ଦ୍ୱିତୀୟ ହକି କୋଚ୍ ପଙ୍କଜ ଗୁପ୍ତା ତାଙ୍କ ଖେଳର ଟେକ୍‌ନିକ୍‌ରେ ବହୁତ ପ୍ରଭାବିତ ଥିଲେ। ତାଙ୍କ କୋଚ୍ ହିଁ ତାଙ୍କୁ ଧ୍ୟାନ ଚାନ୍ଦର ମାନ୍ୟତା ଦେଇଛନ୍ତି। ତା’ଛଡ଼ା ଆହୁରି କୁହାଯାଏ ଯେ ଧ୍ୟାନ ଚାନ୍ଦ ଚନ୍ଦ୍ର ଆଲୋକରେ ଅଭ୍ୟାସ କରୁଥିଲେ ଏବଂ ଏହି କାରଣରୁ ତାଙ୍କୁ ତାଙ୍କ ନାମ ଧ୍ୟାନ ସିଂହରୁ ଧ୍ୟାନ ଚାନ୍ଦରେ ପରିବର୍ତ୍ତନ ହୋଇଥିଲା।

ଓଡ଼ିଶା ପ୍ରତି ଅବଦାନ: ଧ୍ୟାନଚାନ୍ଦଙ୍କ ଓଡ଼ିଶା ପ୍ରତି ଅନେକ ଅବଦାନ ରହିଛି। ଓଡ଼ିଶାରେ ହକିର ପ୍ରଚାର ଓ ପ୍ରଚାର ଏବଂ ଖେଳାଳିମାନଙ୍କୁ କୋଚିଂ ଦେବା ପାଇଁ ତତ୍କାଳିନ ବାରବାଟୀ ଷ୍ଟାଡିୟମର ପ୍ରଥମ ସେକେଟ୍ରାରୀ ଭୈରବ ମହାନ୍ତି ୧୯୬୯ରେ ଧ୍ୟାନଚାନ୍ଦଙ୍କୁ ଆଣିଥିଲେ। ଧ୍ୟାନଚାନ୍ଦଙ୍କ ସହ ମଧ୍ୟ ୫ ବର୍ଷ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ସେ ୧୯୭୨ ମସିହା ଡିସେମ୍ବର ମାସରେ ଓଡ଼ିଶାରୁ ଫେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ