Advertisment

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି […]

ଅଦ୍ୟତନ ହୋଇଛି
ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

nagarjuna

Advertisment

ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଯୁଦ୍ଧର ସ୍ମାରକୀ ବେଶ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଜଗନ୍ନାଥ ସଂସ୍କୃତି ଅଧ୍ୟନୟରତ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ...

Advertisment

ସମୟ ଗୋଟାଏ ଚକ ଭଳି। ଯିଏ ହରଦମ୍ ଚାଲେ, ହେଲେ ଏଠି ଏ ଚକ ବିଲକୁଲ୍ ସ୍ଥିର। ନାଁ ତାର ନୀଳଚକ୍ର। ସମଗ୍ର ସଂସାରରକୁ ଏଇ ଚକରେ ଚଳାଉଥିବା କାଳିଆ ଠାକୁରର ଆଖି ବି ଚକ ଭଳି। ଚକାଡୋଳିଆର ହଜାରେ ଲୀଳା, ଶହସ୍ର ବେଶ। ଆଉ ଏଥର କାଳିଆ ଠିଆ ହେବ ବୀର ଭଳିଆ, ନାଗା ବେଶରେ।

ମଥାକୁ ସୁରକ୍ଷା ଦେବାକୁ ସଜ ହୋଇଛି ବଡ଼ ହାଣ୍ଡିଆ। ବିଶ୍ୱର ବଡ଼ ହେଲମେଟ୍। ପିଠିରେ ବନ୍ଧାହେବ ବୀରାଟ ଢେଣୁକ। ଲାଗିବ ଢାଲ, ବର୍ଚ୍ଚା, ତ୍ରୀଶୁଳ। ଅଣ୍ଟାରେ ଖୋସାହେବ ବାଙ୍କଛୁରୀ। ନାଗାର୍ଜୁନ ବେଶରେ ସଜେଇ ହେବେ ବଡ଼ବାଡ ମଣିମା।
ଏଥର ୨୫ ବର୍ଷ ପରେ ପୁଣି ପଡ଼ିଛି ଦୁର୍ଲଭ ଯୋଗ। ଏହି ବେଶର ସମ୍ପର୍କରେ ଇତିହାସ ସେମିତି କିଛି ଜାଣିନି। ତେବେ ଏତିକି ଜାଣିଛି ଯେ ୧୯୬୬ ମସିହା ନଭେମ୍ବର ୨୬ ତାରିଖ ଦିନ ପଞ୍ଚୁକ ବେଳେ ଏଇ ତ୍ରୟୋଦଶୀ ପଡ଼ିଥିଲା ମଳ ତିଥିରେ। ଆଉ ଅତିରିକ୍ତ ଭାବେ ଦିଅଁ ହୋଇଥିଲେ ନାଗାର୍ଜୁନ ବେଶ। ତା' ପର ୨ବର୍ଷ ପୁଣି ଲଗାତାର ହେଲା ନାଗାର୍ଜୁନ ବେଶ।
୧୯୬୭ ମସିହା ନଭୋମ୍ବର ୧୬ ତାରିଖ ମଳ ଚତୁର୍ଦ୍ଦଶୀ,ଆଉ ୧୯୬୮ ମସିହା ନଭେମ୍ବର ୩ ମଳ ତ୍ରୟୋଦଶୀ ଏହି ଦୁଇ ବର୍ଷ ଭକ୍ତ ଦର୍ଶନ କରିଥିଲେ ମହାପ୍ରଭୁଙ୍କ ଦିବ୍ୟ ନାଗାର୍ଜୁନ ବେଶ। ଠାକୁରଙ୍କୁ ଦେଖିବାକୁ ସେତେବେଳେ ଦେଶର କୋଣ ଅନୁକୋଣରୁ ଲୋକଙ୍କ ଭିଡ ହୋଇଥିଲା। ନାଗା ଢେଣୁକକୁ ପୀଠିରେ ବାନ୍ଧି ଚମତ୍କାର ଦିଶୁଥିଲେ ଦିଅଁ।

Advertisment

ପଢ଼ନ୍ତୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଏହାପରେ ୧୯୯୩ ମସିହା ନଭେମ୍ବର ୨୬ ତାରିଖରେ ବି ଅତିରିକ୍ତ ଭାବେ ଦ୍ୱାଦଶୀ ତିଥିଟି ପଡ଼ିଥିଲା ଆଉ ଏଇ ମଳ ଦ୍ୱାଦଶୀ ତିଥିରେ ଦିଅଁଙ୍କୁ ନାଗାର୍ଜୁନ ବେଶ କରାଯାଇଥିଲା। ଏହି ବର୍ଷ ପ୍ରବଳ ଭିଡ଼ରେ ପ୍ରାଣ ହରାଇଥିଲେ ଲୋକେ।

ପରେ ୧୯୯୪ ମସିହା ନଭେମ୍ବର ୧୬ତାରିଖରେ ମଳ ତ୍ରୟୋଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲା। ପୂର୍ବଥର ଭଳି ଏଥର ବି ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗିଥିଲା ଜନସମୁଦ୍ର। ସକାଳୁ ଦେଉଳରେ ପଶିଥିବା ଭକ୍ତ ରାତିରେ ମନ୍ଦିର ଭିତରୁ ବାହାରିଲେ। ଅଘଟଣକୁ ରୋକିବାକୁ ଦେଉଳ ଚାରି ଦୁଆରେ ପୁଲିସ ପହରା। ତଥାପି ଛାତିରେ ଛନକା, ଦେଉଳ ଭିତରେ ଥିବା ଲୋକଙ୍କ ସମ୍ପର୍କୀୟ ପ୍ରମାଦ ଗଣୁଥାନ୍ତି। ଜଗନ୍ନାଥ କୃପା କଲେ ଭଲରେ ଭଲରେ ସମ୍ପନ୍ନ ହେଲା ନାଗାର୍ଜୁନ ବେଶ।

Advertisment

ଆଜି ୨୦୨୦ ନଭେମ୍ବର ୨୭ ତାରିଖ ଶୁକ୍ରବାର। ଦୀର୍ଘ ୨୭ ବର୍ଷ ପରେ ପୁଣି କାର୍ତ୍ତିକରେ ପଡ଼ିଛି ମଳ ତିଥି। ମଧ୍ୟ ରାତ୍ରୀରେ ସମରସଜ୍ଜା ହେବେ କାଳିଆ ଠାକୁର। ମଳ ତ୍ରୟୋଦଶୀରେ ଦିଅଁଙ୍କୁ କରାଯିବ ଦିବ୍ୟ ନାଗାର୍ଜୁନ ବେଶ। ବେଶ ସାଜ ପ୍ରସ୍ତୁତ। ଭକ୍ତ କିନ୍ତୁ ନିରାଶ। ଏଥର ଦର୍ଶନ ବନ୍ଦ। ବାଟ ଅଟକାଇଛି କରୋନା କଟକଣା। ରାଜ୍ୟ ସରକାର ପୁରୀରେ ଲାଗୁ କରିଛନ୍ତି ୧୪୪ ଧାରା। ପତିତପାବନ ଗୁମୁଟରୁ ବି ଦର୍ଶନ ବନ୍ଦ କରିଦିଆଯାଇଛି।
ତଥାପି ଆମ ଦିଅଁ ବେଶ ହେବେ ବୋଲି ପ୍ରତି ଓଡ଼ିଆ ମନରେ ପ୍ରବଳ ଉତ୍ସାହ। ସେ ବୀର ବେଶରେ ସଜେଇ ହେଲେ, ଡରିବ ମହାମାରୀ। ଛୋଟଠୁ ବଡ଼ କେବଳ ଏତିକି ଗୁହାରୀ।

Nagarjuna Vesha 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ