2
ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶ୍ୱର ବଡ଼ ପରିବାରର ମୁଖିଆ ଜିଓନା ଚାନା। ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଜୋରାମର ଜିଓନା ଚାନା ତାଙ୍କର ୩୮ ପତ୍ନୀ ଓ ୮୯ ସନ୍ତାନଙ୍କୁ ନେଇ ଶହେ କୋଠରୀ ବିଶିଷ୍ଟ ୪ ମହଲା କୋଠାରେ ରହୁଥିଲେ। ବକଟାବଂଗ୍ ତଲଙ୍ଗନୁମ ଗାଁରେ ରହୁଥିବା ଚାନାଙ୍କ ପାଇଁ ସ୍ଥାନୀୟ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଥିଲା।
/odishatv-khabar/media/post_attachments/wp-content/uploads/2021/06/1-41.jpg)
ସୂଚନା ମୁତାବକ ଜିଓନା ମଧୁମେହ ସହିତ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ସେ ପ୍ରଥମେ ତିନି ଦିନ ନିଜ ଘରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଚାନା ସଂପ୍ରଦାୟର ମୁଖିଆ ଥିଲେ। ଏହି ସଂପ୍ରଦାୟରେ ପାଖାପାଖି ୪୦୦ ପରିବାର ରହୁଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ବହୁପତ୍ନୀ ଗ୍ରହଣ ବ୍ୟବସ୍ଥା ରହିଛି।
/odishatv-khabar/media/post_attachments/wp-content/uploads/2021/06/The-Hindu.jpg)
ତାଙ୍କ ମୃତ୍ୟୁରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଂଗା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, “ମିଜୋରାମ୍ ଓ ବକଟାବଂଗ୍ ତଲଙ୍ଗନୁମରେ ତାଙ୍କ ଗାଁ, ପରିବାର କାରଣରୁ ରାଜ୍ୟରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହୋଇଯାଇଥିଲା।”
ସୂଚନା ମୁତାବକ ଜିଓନାଙ୍କ ପରିବାର ୧୦୦ କୋଠାରୀବିଶିଷ୍ଟ ୪ ମହଲା କୋଠାରେ ରହୁଛନ୍ତି। ପୂରା ପରିବାର ଆତ୍ମନିର୍ଭର। ପରିବାରର ଅଧିକାଂଶ ସଦସ୍ୟ ନିଜ ନିଜ ବେପାର ବଣିଜ କରି ଚଳନ୍ତି।
/odishatv-khabar/media/post_attachments/wp-content/uploads/2021/06/Hindustan-Times-1.jpg)
ଜିଓନା ମୁଖ୍ୟତଃ ଜଣେ ବଢେଇ ଭାବରେ କାମ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପରିବାର ନିଜେ ଏକ ସମ୍ପ୍ରଦାୟ। ପରିବାର ପାଇଁ ଉପଯୋଗୀ ସମସ୍ତ ଜିନିଷ ସେ ନିଜେ ବା ତାଙ୍କ ପରିବାର ତିଆରି କରନ୍ତି। ପରିବାରର ମହିଳାମାନେ ଚାଷବାସ କରିବା ସହିତ ଘର ଚଳେଇବାରେ ସହଯୋଗ ମଧ୍ୟ କରନ୍ତି। ଚାନାଙ୍କର ସବୁଠାରୁ ବଡ ପତ୍ନୀ ଘରର ମୁଖିଆ ଦାୟିତ୍ୱ ତୁଲାଇବା ସହ ପରିବାରର ସଦସ୍ୟମାନେ କିଏ କେଉଁ କାମ କରିବେ ତାହା ମଧ୍ୟ ନିଷ୍ପତ୍ତି ନେଇଥାନ୍ତି। ଏହା ସହିତ ସମସ୍ତଙ୍କ କାମକୁ ମଧ୍ୟ ତଦାରଖ କରନ୍ତି।
/odishatv-khabar/media/post_attachments/wp-content/uploads/2021/06/3-26.jpg)
ପରିବାରରେ ପ୍ରତିଦିନ ୪୫ କିଲୋଗ୍ରାମରୁ ଅଧିକ ଚାଉଳ ରୋଷେଇ ହେଉଥିବା ବେଳେ ୩୦-୪୦ କୁକୁଡ଼ା, ୨୫ କିଲୋଗ୍ରାମ ଡାଲି, ଡଜନ୍ ଡଜନ୍ ଅଣ୍ଡା, ୬୦ କିଲୋଗ୍ରାମ ପନିପରିବା ରୋଷେଇ ହୋଇଥାଏ। ଏହା ବ୍ୟତୀତ ପରିବାରରେ ପ୍ରତିଦିନ ପ୍ରାୟ ୨୦ କିଲୋଗ୍ରାମ ଫଳ ଖିଆଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏ ସମସ୍ତ ଜିନିଷ ପରିବାର ଲୋକମାନେ ହିଁ ଉତ୍ପାଦନ କରନ୍ତି। ସେମାନଙ୍କର ନିଜସ୍ୱ ବଡ଼ ବଡ କ୍ଷେତ ଓ ଫଳ ଗଛ ଅଛି। ଗତ କିଛିବର୍ଷ ମଧ୍ୟରେ ସେମାନେ ନିଜର ଏକ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-36_1623668624.jpg)