Advertisment

ନଦୀରୁ ବାହାରିଲା ପୁଳାପୁଳା ସୁନା!

ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍‌ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି। ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା ଖଣି ହେବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏକ ନୂଆ ସର୍ଭେ ପ୍ରସ୍ତୁତ କରାଯାଉଛି।   ଖବର ଅନୁଯାୟୀ, ଜୋରା ଆଦିବାସୀ ସମ୍ପ୍ରଦାୟ ଯଶପୁରନଗର ଓ ଏହାର […]

ଅଦ୍ୟତନ ହୋଇଛି
ନଦୀରୁ ବାହାରିଲା ପୁଳାପୁଳା ସୁନା!

golddddddd

Advertisment

ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍‌ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି।

Advertisment

ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା ଖଣି ହେବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏକ ନୂଆ ସର୍ଭେ ପ୍ରସ୍ତୁତ କରାଯାଉଛି।

publive-image

ଖବର ଅନୁଯାୟୀ, ଜୋରା ଆଦିବାସୀ ସମ୍ପ୍ରଦାୟ ଯଶପୁରନଗର ଓ ଏହାର ଉପନଦୀ ସୋନାଜୋରୀ ନଦୀର ବାଲିରୁ ସୁନା କଣିକା ବାହାର କରିବା କାର୍ଯ୍ୟ କରୁଛନ୍ତି। ଏଠାରେ ଥିବା ନଦୀଗୁଡ଼ିକରୁ ସୁନା କଣିକା ମଧ୍ୟ ବାହାରିଥାଏ।

Advertisment

यहां की दो नदियों से मिलता है सोना, अब स्वर्ण भंडार मिलने की संभावना

ନଦୀରୁ ସୁନା ବାହାରିବା ଯୋଗୁ ଏହା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରେ ୨୦୧୦ରେ କେନ୍ଦ୍ର ଏହାକୁ ଗୁରୁତର ସହ ନେଇଥିଲା। ଖଣିଜ ମନ୍ତ୍ରଣାଳୟ ଦୁଇଟି ବେସରକାରୀ କମ୍ପାନୀ ଜରିଆରେ ସୁନା ବିଷୟରେ ଅଧିକ ଜାଣିବା ପାଇଁ ଏକ ସର୍ଭେ କରିଥିଲା, କିନ୍ତୁ ସେତେବେଳେ କିଛି ଜଣା ପଡ଼ିନଥିଲା।

publive-image

ଏହି ସର୍ଭେ ପ୍ରାୟ ୬ମାସ ଧରି ଚାଲିଥିଲା। ପରେ ସେଠାରେ ସୁନାର ଭଣ୍ଡାର ଅଛି ବୋଲି ଜଣାପଡ଼ିଥିଲା। କିନ୍ତୁ ସୁନାର ପରିମାଣ ଓ ସୁନା କେଉଁଠାରେ ଗଚ୍ଛିତ ରହୁଛି, ତାହା ସ୍ପଷ୍ଟ ଭାବେ ଜଣା ପଡ଼ିଲା ନାହିଁ। ଏନେଇ ସେଠାରେ ବିରୋଧ ଯୋଗୁ ଖନନ ଶିଳ୍ପକୁ ମଧ୍ୟ ରୋକା ଯାଇଥିଲା। ବର୍ତ୍ତମାନ ପୁଣି ଥରେ ଜିଲ୍ଲାରେ ସୁନା ଭଣ୍ଡାରର ସୂଚନା ପାଇ ଆଉଥରେ ସର୍ଭେ କରିବାକୁ ପ୍ରସ୍ତୁତ ହେଉଛି।

Advertisment

यहां की दो नदियों से मिलता है सोना, अब स्वर्ण भंडार मिलने की संभावना

ଇବ୍‌ ଓ ସୋନାଜୋରୀ ନଦୀର ଜଳରୁ ସୁନା କଣିକା ବାହାର କରିବା ହେଉଛି ଜୋରା ଆଦିବାସୀ ସମ୍ପ୍ରଦାୟ କାମ। ବର୍ଷା ଆରମ୍ଭ ହେବା ମାତ୍ରେ ଜିଲ୍ଲାର କାନ୍‌ସାବେଲ ଏବଂ ଫରସଭାର ଅଞ୍ଚଳରେ ନଦୀରୁ ସୁନା ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏଠାକାର ଲୋକମାନେ ନଦୀର ବାଲିକୁ ଫିଲ୍ଟର କରି ସୁନା ବାହାର କରନ୍ତି।

यहां की दो नदियों से मिलता है सोना, अब स्वर्ण भंडार मिलने की संभावना

ସୁନା କଣିକା ବାହାର କରିବା ପାଇଁ ସ୍ଥାନୀୟ ବାସିନ୍ଦା କାଠରେ ନିର୍ମିତ ଅନନ୍ୟ ଉପକରଣ ମାନ ବ୍ୟବହାର କରିଥାନ୍ତି। କାଠର ଏହି ପାତ୍ରକୁ ଡୋବାୟାନ୍ କୁହାଯାଇ ଥାଏ। ଏହି ଅନନ୍ୟ ଯନ୍ତ୍ରର ମଧ୍ୟଭାଗ ଅଂଶ ଆୟତ୍ତକାର ହୋଇଥାଏ। ଏଥିରେ ନଦୀର ଜଳ ଏବଂ ମାଟିକୁ ଫିଲ୍ଟର୍ କରାଯାଏ। ଏହି ପାତ୍ରର ମଧ୍ୟମ ଭାଗରେ ସୁନା କଣିକାମାନ ଜମା ହୋଇଯାଇଥାଏ।

यहां की दो नदियों से मिलता है सोना, अब स्वर्ण भंडार मिलने की संभावना

ନଦୀର ଜଳ ଏବଂ ମାଟିରୁ ସୁନା କଣିକା ବାହାର କରୁଥିବା ଲୋକମାନେ ଆନ୍ତରାଜ୍ୟ ଚୋରା ଚାଲାଣକାରୀ ଓ ସ୍ଥାନୀୟ ଦଲାଲମାନଙ୍କ ଦ୍ୱାରା ଫସି ରହିଛନ୍ତି। ଏନେଇ ସେଠାକର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ତିନି ଦିନ ପରିଶ୍ରମ କରିବା ପରେ ଧାନ ଭଳି ଆକାରର ସୁନା ସଂଗ୍ରହ ହୋଇଥାଏ। ପରେ ସ୍ଥାନୀୟଦଲାଲମାନେ ଏହି ସୁନାକୁ ୪୦୦ରୁ ୫୦୦ ଟଙ୍କାରେ କିଣିଥାନ୍ତି। ଯାହାର ବଜାର ମୂଲ୍ୟ ଏକ ହଜାର ଟଙ୍କା ରହିଥାଏ।

यहां की दो नदियों से मिलता है सोना, अब स्वर्ण भंडार मिलने की संभावना

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ