Advertisment

ମିଳିଲା ୧୧କୋଟି ବର୍ଷ ତଳ ଡାଇନୋସରର ପଦଚିହ୍ନ

ଲଣ୍ଡନ : ସମସ୍ତେ ଜାଣନ୍ତି ଯେ ବହୁ ବର୍ଷ ପୂର୍ବେ ପୃଥିବୀରେ ସବୁଠାରୁ ବିଶାଳକାୟ ଜୀବ ଡଇନୋସରର ଚଳପ୍ରଚଳ ଥିଲା। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ଏହାକୁ କେହି ବାସ୍ତବରେ ଦେଖି ନ ଥିଲେ ମଧ୍ୟ ବିଭିନ୍ନ ସିନେମା,…

ମିଳିଲା ୧୧କୋଟି ବର୍ଷ ତଳ ଡାଇନୋସରର ପଦଚିହ୍ନ

dinosaur

Advertisment

ଲଣ୍ଡନ : ସମସ୍ତେ ଜାଣନ୍ତି ଯେ ବହୁ ବର୍ଷ ପୂର୍ବେ ପୃଥିବୀରେ ସବୁଠାରୁ ବିଶାଳକାୟ ଜୀବ ଡଇନୋସରର ଚଳପ୍ରଚଳ ଥିଲା। ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ କୌତୁହଳର ବିଷୟ। ଏହାକୁ କେହି ବାସ୍ତବରେ ଦେଖି ନ ଥିଲେ ମଧ୍ୟ ବିଭିନ୍ନ ସିନେମା, ଲେଖା ବା ସଂଗ୍ରହାଳୟରେ ଦେଖିବାକୁ ମିଳେ। ଏହାକୁ ନେଇ ଏବେ ବି ସୁଦ୍ଧା ଆବିଷ୍କାର ଓ ଅନୁସନ୍ଧାନ ଚାଲିଛି।

Advertisment

publive-image

ସଦ୍ୟତମ ଏକ ରିପୋର୍ଟ ଅନୁସାରେ ବ୍ରିଟେନର କେଣ୍ଟ୍‌ ମାଟିରେ ୧୧ କୋଟି ବର୍ଷ ପୂର୍ବର ଶେଷ ଭାଗରେ ବାସ କରୁଥିବା ଡାଇନୋସରର ପାଦ ଚିହ୍ନ ଦେଖିବାକୁ ମିଳିଛି। ଅତି କମରେ ୬ଟି ବିଭିନ୍ନ ପ୍ରଜାତିର ଡାଇନୋସରଙ୍କ ପାଦ ଚିହ୍ନ ମିଳିଛି। ଅନୁସନ୍ଧାନକାରୀମାନେ ଏକ ନୂତନ ରିପୋର୍ଟରେ ଏହା ଦାବି କରିଛନ୍ତି। ହେଷ୍ଟିଙ୍ଗ ମ୍ୟୁଜିୟମ୍ ଏବଂ ଆର୍ଟ ଗ୍ୟାଲେରୀର ଜଣେ କ୍ୟୁରେଟର ଏବଂ ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ଜଣେ ବୈଜ୍ଞାନିକ ବ୍ରିଟେନର ଶେଷ ଡାଇନୋସରଙ୍କ ପାଦଚିହ୍ନ ଆବିଷ୍କାର କରିଛନ୍ତି। ଏହି ପାଦଚିହ୍ନ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଫୋଲକଷ୍ଟୋନ୍, କେଣ୍ଟରେ ଥିବା ପଥରଗୁଡ଼ିକରେ ଦେଖିବାକୁ ମିଳିଛି। ଝଡତୋଫାନ ଯୋଗୁଁ ପଥର ଏବଂ ଉପକୂଳ ଜଳର ପ୍ରଭାବ ଯୋଗୁଁ ଏଠାରେ ନୂଆ ନୂଆ ଜୀବାଶ୍ମଗୁଡିକ କ୍ରମାଗତ ଭାବେ ଆବିଷ୍କୃତ ହେବରେ ଲଗିଛି।

publive-image

ପୋର୍ଟସମାଉଥ୍ ବିଶ୍ୱବିଦ୍ୟାଳୟର ପାଲିଓଣ୍ଟୋଲୋଜି ବିଭାଗର ପ୍ରଫେସର ଡେଭିଡ୍‌ ମାର୍ଟିଲ କହିଛନ୍ତି ଯେ ‘ଫୋକଷ୍ଟୋନ ଫାର୍ମେସନ’ ନାମକ ଏକ ପଥର ପୃଷ୍ଠରେ ଏହା ପ୍ରଥମ ଥର ପାଇଁ ମିଳିଥିଲା ଏବଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କାରଣ ଏହି ଡାଇନୋସରମାନେ ଶେଷରେ ବିଲୁପ୍ତ ହୋଇଥିଲେ। ସେ କହିଛନ୍ତି, “ଯେଉଁ ସ୍ଥାନରେ ବର୍ତ୍ତମାନ ଡୋଭରର ହ୍ୱାଇଟ୍ ରକ୍ ଅଛି ସେହି ସ୍ଥାନ ନିକଟରେ ସେମାନେ ଚଲାବୁଲୁ କରୁଥିବା ଅନୁମାନ କରାଯାଏ। ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଜାହାରେ ଯାଇ ଏହି ଚମତ୍କାର ପଥରଗୁଡିକୁ ଦେଖିବେ, ଆପଣ ନିଶ୍ଚିତ ସେମାନଙ୍କ ଉପସ୍ଥିତି ବିଷୟରେ କଳ୍ପନା କରିପାରିବେ।”

Advertisment

publive-image

ପ୍ରୋସିଡିଙ୍ଗସ୍ ଅଫ୍ ଜିଓଲୋଜିଷ୍ଟ୍ ଆସୋସିଏସନ୍ ପତ୍ରିକାର ଏହି ସପ୍ତାହ ସଂଖ୍ୟାରେ ସମ୍ପୃକ୍ତ ରିପୋର୍ଟ ପ୍ରକାଶିତ ହୋଇଛି। କେତେକ ଡାଇନୋସରଙ୍କ ପାଦଚିହ୍ନ ମଧ୍ୟ ଫୋକ୍‌ଷ୍ଟୋନ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି। ଏହାର ମୁଖ୍ୟ ଲେଖକ ହେଉଛନ୍ତି ହାଷ୍ଟିଙ୍ଗସ୍ ସଂଗ୍ରହାଳୟ ଏବଂ ଆର୍ଟ ଗ୍ୟାଲେରୀର କ୍ୟୁରେଟର ଫିଲିପ୍ ହେଡ୍‌ଲ୍ୟାଣ୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ