ନୂଆଦିଲ୍ଲୀ : କୋବ୍ରା ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସାପ, ସେଥିପାଇଁ ଏହାକୁ କିଙ୍ଗ କୋବ୍ରା ଅର୍ଥାତ୍ ସାପର ରାଜା କୁହାଯାଏ। ସମଗ୍ର ବିଶ୍ୱରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳେ, ଏମାନଙ୍କ ମଧ୍ୟରେ ଅଜଗର ସବୁଠୁ ବିଶାଳ। ଏହା ନିଜର ଶିକାରକୁ ଜୀଅନ୍ତା ଗିଳିଥାଏ। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ କିଛି ଅଲଗା ଦୃଶ୍ୟ ନଜରୁ ଆସିଛି। ଏହି ଭିଡିଓରେ ଏକ କିଙ୍ଗ୍ କୋବ୍ରା ଅଜଗରକୁ ଗିଳିଦେଇଛି। ଏହା ପରେ କ’ଣ ହେଲା ଆପଣ ଏହି ଭିଡିଓରେ ଦେଖିପାରିବେ। ଏହି ଭିଡିଓ ୟୁଟ୍ୟୁବ୍ରେ ସେୟାର କରାଯାଇଛି।
ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଏକ କିଙ୍ଗ କୋବ୍ରା ଗୋଟେ ଅଜଗରକୁ ଗିଳିବା ପରେ ପଥର ତଳେ ଲୁଚି ରହିଛି। ଜଣେ ବ୍ୟକ୍ତି ଏହି କୋବ୍ରାକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ବହୁତ କଷ୍ଟରେ ସେ କୋବ୍ରାକୁ ବାହାର କରିବାରେ ସଫଳ ହୋଇଛନ୍ତି। କୋବ୍ରାଟି ବାହାରିବା ପରେ ଏହା କେତେ ବଡ ତାହା ଜଣାପଡିଛି। କିଙ୍ଗ୍ କୋବ୍ରାକୁ ଏହି ଅଜଗରକୁ ଗିଳିବା ପରେ ଚାଲିବାକୁ ଅସମର୍ଥ ହୋଇଥିଲା। ଫଳରେ ସେ ଯାଇ ଏକ ପଥର ତଳେ ଲୁଚି ରହିଲା। ଭିଡିଓରେ ଆପଣ ଏହି ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିପାରିବେ।
ଏହି ଭିଡିଓ ଆପଣ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିଙ୍ଗ୍ କୋବ୍ରା ଧିରେ ଧିରେ ଗିଳିଥିବା ଅଜଗରକୁ ବାହାର କରୁଛି। କିଛି ସମୟରେ ସେ ଗିଳିଥିବା ଅଜଗରକୁ ସଂପୂର୍ଣ୍ଣ ବାହାର କରିଦେଇଛି। ଏହା ଦେଖିବା ପରେ ଜଣାପଡିଥିଲା ଯେ କୋବ୍ରା ପାଇଥନକୁ ଗିଳିଦେଇଥିବାରୁ ଚାଲିବାକୁ ଅସମର୍ଥ ହୋଇଥିଲା।
ତେବେ ଅଜଗରକୁ ନିଜ ପେଟ ଭିତରୁ ବାହାର କରିବା ପରେ କିଙ୍ଗ୍ କୋବ୍ରା ଅତି ଶୀଘ୍ର ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଥିଲା। କିଛି ସମୟ ପୂର୍ବରୁ, ଏହା ଚାଲିବାକୁ ଅସମର୍ଥ ହେଉଥିବା ବେଳେ ଏବେ ଆଖି ପିଛୁଳାକେ ଦ୍ରୁତ ଗତିରେ ଦୌଡି କିଛି ଦୂର ଯିବା ପରେ ତା’ର ଫଣା ଟେକି ଠିଆ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/news-18_1624202862.jpg)