BBSR Youtuber Murder Photograph: (OTV)
ସସପେନ୍ସରେ ୟୁଟୁବର ମର୍ଡର ! ୩ ଜଣଙ୍କ ଗିରଫ ପରେ ବି ଫୁଲ୍ ଖୋଲିନି କ୍ରାଇମ୍ ଫାଇଲ୍ ! ରାହୁଲଙ୍କୁ ମର୍ଡର ପାଇଁ ଆସିଥିଲା କି ଛୁରୀ ? ପୂର୍ବ ଯୋଜନା ମୁତାବକ ହୋଇନିତ ହତ୍ୟା ? ୟୁଟୁବର ରାହୁଲ ମହାରଣାଙ୍କ ମୃତ୍ୟୁ ଘଟଣାରେ ସସପେନ୍ସ ହଟୁନି ।
ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ସବୁ ତଥ୍ୟ ପଦାକୁ ଆସିନି । ଜଣେ ଯବାନ ଓ ତାଙ୍କର ୨ ପୁତୁରାକୁ କମିଶନରେଟ୍ ପୋଲିସ ବାନ୍ଧିଛି । ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିବାବେଳେ ମଦ୍ୟପାନ ଓ ପରେ ଯୁକ୍ତିତର୍କକୁ ନେଇ ରାହୁଲଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପୋଲିସ କହିଛି ।
ହେଲେ ସାମାନ୍ୟ ଯୁକ୍ତି ତର୍କରୁ ଏମିତି ମର୍ଡର ହୋଇଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର । ସେପଟେ ଯେମିତି ପୋଲିସ ହାତରେ ସବୁ ପ୍ରମାଣ ଲାଗିନାହିଁ । ସେପଟେ ମାତ୍ର ତିନିମାସ ତଳେ ହାଲୁଙ୍କ ହାତ ଧରି ନବବଧୂ ସାଜିଥିବା ସ୍ତ୍ରୀ ସ୍ବାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ।
ମୃତକ ରାହୁଲ ମହାରଣା ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରନ୍ତି । ଗତକାଲି ରାତି ୧୦ଟା ସମୟରେ ମଦ୍ୟପାନ କରୁଥିବା ୩-୪ ଜଣ ଯୁବକ ରାହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ରାହୁଲଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋବ ପରେ ପୋଲିସ ଜୋରଦାର ତଦନ୍ତ କରିଥିଲା ।
ଅଭିଯୁକ୍ତକୁ ଧରିବା ପାଇଁ ୩ ଟିମ ଗଠନ କରି ଅପରାଧୀମାନଙ୍କୁ ଖୋଜାଖୋଜି କରିଥିଲା । ହେଲେ ଶେଷରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି କି ଓ ମର୍ଡ ପଛରେ ଆଉ କିଛି ରହସ୍ୟ ରହିଛି କି ସେ ନେଇ ତଦନ୍ତ ଜାରି ରଖିଛି ।
ତେବେ ପୋଲିସର କହିବା କଥା ଯୁକ୍ତିତର୍କରୁ ଏହି ହତ୍ୟାକାଣ୍ଡ ଘଟିଛି । ହେଲେ ପ୍ରଶ୍ନ ଉଠୁଛି ଯୁକ୍ତିତର୍କରୁ ସତରେ କ’ଣ ହତ୍ୟାକଣ୍ଡ ହୋଇଛି ? ନାଁ ଏ ହତ୍ୟା ପଛରେ ରହିଛି ଆଉ କିଛି ଗୁମର ? ପୋଲିସ ସବୁ ଦିଗକୁ ନେଇ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/bbsr-youtuber-murder-2026-03-01-17-44-19.jpg)