Advertisment

YouTuber Duo Gulua and Barsha: ପଦାକୁ ଆସିଲା ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି, ପରକୀୟା ପ୍ରୀତି ନେଇ ପରସ୍ପରକୁ କଲେ ଦୋଷାରୋପ

ବାହାଘର ପରେ ବି ଗୁଲୁଆଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି କଲେ ନିଶାନା । ବର୍ଷାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସହ ବିବାହ କରି ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିଲେ ଗୁଲୁଆ । ନୂଆ ନୂଆ ଝିଅ ଗୁଲୁଆଙ୍କ ଜୀବନକୁ ଆସନ୍ତି ।

GULUA_BARSHA

GULUA_BARSHA Photograph: (OTV)

Advertisment

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି। ୫୦ ଲକ୍ଷ ଟଙ୍କା ନଦେଲେ ଧମକ ଦିଆଯାଉଥିବା ନେଇ ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆଙ୍କ ଭାବବିହ୍ବଳ ଭିଡିଓ ପରେ ସାମ୍ନାକୁ ଆସି ବର୍ଷିଛନ୍ତି ପତ୍ନୀ ବର୍ଷା । ବାହାଘର ପରେ ବି ଗୁଲୁଆଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି କଲେ ନିଶାନା ।

Advertisment

ବର୍ଷାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସହ ବିବାହ କରି ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିଲେ ଗୁଲୁଆ । ନୂଆ ନୂଆ ଝିଅ ଗୁଲୁଆଙ୍କ ଜୀବନକୁ ଆସନ୍ତି । ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସେମାନେ ଗଲା ବର୍ଷେ ଧରି ଅଲଗା ରହୁଛନ୍ତି।...ଆଜି ସକାଳେ ଗୁଲୁଆ ଏକ ଭିଡିଓ କରି ତାଙ୍କୁ ହତ୍ୟା ଧମକ ମିଳୁଥିବା କହିଥିଲେ। ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନନେଇ ଭାବବିହ୍ବଳ ହେଇ ଭିଡିଓ କରିଥିଲେ ଗୁଲୁଆ। 

ପରକୀୟା ପ୍ରୀତି ଅଭିଯୋଗ

ବର୍ଷା କହିଛନ୍ତି ଯେ, ଗୁଲୁଆ ବାହାଘର ପୂର୍ବରୁ ତାଙ୍କ ବାପାଙ୍କ ଠାରୁ ଘର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି । ବାହାଘରର ୬ ମାସ ପର୍ଯ୍ୟନ୍ତ ସବୁ ଠିକଠାକ୍ ଚାଲିଥିଲା । ତା ପରେ ଦୁଇଜଣଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଗୁଲୁଆଙ୍କ ପରକୀୟା ପ୍ରୀତି ଧରାପଡିଯିବାରୁ ଦୁଇ ଜଣଙ୍କ ମଧ୍ୟରେ ଆଉ ପଡିନଥିଲା ବୋଲି କହିଛନ୍ତି ପତ୍ନୀ ବର୍ଷା । ପ୍ରାୟ ବର୍ଷେ ହେବ ଦୁଇ ଜଣଯାକ ଅଲଗା ରହୁଛନ୍ତି । 

Advertisment

କୋର୍ଟରେ ମଧ୍ୟ କେସ୍ ଚାଲିଛି । ଗୁଲୁଆ ତାଙ୍କୁ ମାଡ଼ ମାରିଥିବାର ଅଭିଯୋଗ କରିଛନ୍ତି ବର୍ଷା । ତେବେ ବର୍ଷା କରାଟେ ଶିଖିଛନ୍ତି ଓ ସେ ଗୁଲୁଆଙ୍କୁ ମାଡ଼ ମାରିଥିବାର ଅଭିଯୋଗ କରିଛନ୍ତି ଗୁଲୁଆ । ଗୁଲୁଆ ଅନ୍ୟ ଜଣେ  ଝିଅ ସହ ସଂପର୍କରେ ଥିବାର ସ୍ୱୀକାର କରିଛନ୍ତି । ସେ ବର୍ଷାଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଉଭୟ ଉଭୟଙ୍କୁ ଦୋଷାରୋପ କରିଛନ୍ତି । ଓଟିଭିର ଷ୍ଟୁଡିଓ ଆଲୋଚନାରେ ଉଭୟ ମୁହାଁମୁହିଁ ହୋଇ କଥା କଟାକଟି ହୋଇଥିଲେ ।  

Gulua Ashish Gulua Comedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ