Advertisment

ହୋମ ନିଆଁ ବଦଳରେ ଜଳିଲା ଜୁଇ ନିଆଁ

ଭଦ୍ରକ: ପୁଅର ବିବାହ ପାଇଁ ଘରେ ବନ୍ଧୁବାନ୍ଧବଙ୍କ କୋଳାହଳ, ଲଗ୍ନ ସରିଛି, ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି, ଟେଣ୍ଟ୍‌ଠୁ ଆରମ୍ଭ କରି ରୋଷେଇୟା ପର୍ଯ୍ୟନ୍ତ ସବୁକିଛି ବରାଦ ଦିଆଯିବା ସହ  ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା। ଏପରିକି ଟେଣ୍ଟ…

ଅଦ୍ୟତନ ହୋଇଛି
ହୋମ ନିଆଁ ବଦଳରେ ଜଳିଲା ଜୁଇ ନିଆଁ

youth died

Advertisment

ଭଦ୍ରକ: ପୁଅର ବିବାହ ପାଇଁ ଘରେ ବନ୍ଧୁବାନ୍ଧବଙ୍କ କୋଳାହଳ, ଲଗ୍ନ ସରିଛି, ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି, ଟେଣ୍ଟ୍‌ଠୁ ଆରମ୍ଭ କରି ରୋଷେଇୟା ପର୍ଯ୍ୟନ୍ତ ସବୁକିଛି ବରାଦ ଦିଆଯିବା ସହ  ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା। ଏପରିକି ଟେଣ୍ଟ ବାନ୍ଧିବା ପାଇଁ ଘର ଆଗରେ ବାଉଁଶ ରଖା ଯାଇଥିଲା। ହେଲେ ବିଧିର ବିଧାନ ଥିଲା ଆଉ କିଛି। ହୋମ ନିଆଁକୁ ସାକ୍ଷୀ ରଖି ଯିଏ ସଂସାର କରିଥାନ୍ତେ, ମଶାଣୀ ଜୁଇରେ ଜଳିଲା ତାଙ୍କର ଶବ। ବର ବେଶ ସାଜି ବିବାହ ବେଦୀରେ ସାଥୀ ମଥାରେ ଆଜି ସିନ୍ଦୂର ପିନ୍ଧାଇ ଥାନ୍ତେ। ନୀତି ନିର୍ଘଣ୍ଟ ସରିଥିଲା, ଶୁଭ ବେଳାରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ହୋମ ନିଆଁ ବଦଳରେ ଜଳିଲା ଜୁଇ ନିଆଁ। ହୋମ ନିଆଁ ନୁହେଁ ଭାଗ୍ୟରେ ଥିଲା ଜୁଇ ନିଆଁ। ଯେଉଁଠି ବନ୍ଧୁବାନ୍ଧବଙ୍କ କୋଳାହଳରେ ଘର ଉଠୁଥିଲା ପଡ଼ୁଥିଲା ଏବେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ମହାମାରୀ କରୋନା କାଳରେ ଏଭଳି ଏକ କରୁଣ କାହାଣୀ ଆସିଛି ଭଦ୍ରକ ଜିଲ୍ଲାରୁ।

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳ ନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣି(୨୮)ଙ୍କ ଆଜି ବିବାହ ଅନୁଷ୍ଠିତ ହେବାର ଥିଲା। ଗତ ୧୧ ତାରିଖରେ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହଠାତ ଚନ୍ଦ୍ରମଣିଙ୍କ ଜ୍ଵର ଓ ଥଣ୍ଡା ହେବାରୁ ସେ କରୋନା ଟେଷ୍ଟ କରିଥିଲେ। ପ୍ରଥମେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ପରେ ପୁଣିଥରେ ଟେଷ୍ଟ୍‌ କରାଇ ଥିଲେ ଓ ୧୦ ତାରିଖ ଦିନ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଫଳରେ ବିବାହ ଘୁଞ୍ଚାଇ ଆସନ୍ତା ଜୁନ ୧୮ ତାରିଖ ଦିନ ଧାର୍ଯ୍ୟ କରିଥିଲେ ଉଭୟ ପରିବାର।

ବିବାହ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଚନ୍ଦ୍ରମଣିଙ୍କ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା ଓ ଧୀରେ ଧୀରେ ଶରୀରରେ ଅକ୍ସିଜେନ୍ ଲେଭଲ୍‌ କମିବାରେ ଲାଗିଲା। ଚନ୍ଦ୍ରମଣିଙ୍କୁ ମେଡିକାଲ ନେବାକୁ ପରିବାର ଲୋକ ପ୍ରସ୍ତୁତ ହେଉଥିବା ବେଳେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସବୁଠୁ ବଡ଼ ଦୁଃଖର କଥା, ଚନ୍ଦ୍ରମଣିଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ କରିନଥିଲେ। ଫଳରେ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର କରାଯାଇଥିଲା। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ