Advertisment

Young Woman Found Hanging: କରିଥିଲେ ପ୍ରେମ ବିବାହ… କାହିଁକି ଝୁଲିପଡିଲେ ଯୁବତୀ… କାରଣ ଖୋଜୁଛି ପୋଲିସ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କପ୍ତିପଦା ଥାନା ନୁଦଡିହା ଗ୍ରାମରେ ଘଟିଛି ଏଭଳି ଘଟଣା। ସୂଚନା ମୁତାବକ, ତଳିଆ ଗ୍ରାମର ରାନୁ ପ୍ରଧାନ ନୁଦଡିହା ଗ୍ରାମର ଶାନ୍ତନୁ ଲେଙ୍କାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ଆସି ରାନୁଙ୍କ ପୈତୃକ ଘର ପାଖରେ ରହୁଥିଲେ।

Young Woman Found Hanging

କରିଥିଲେ ପ୍ରେମ ବିବାହ… କାହିଁକି ଝୁଲିପଡିଲେ ଯୁବତୀ Photograph: (OTV)

Advertisment

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କପ୍ତିପଦା ଥାନା ନୁଦଡିହା ଗ୍ରାମରେ ଘଟିଛି ଏଭଳି ଘଟଣା। ସୂଚନା ମୁତାବକ, ତଳିଆ ଗ୍ରାମର ରାନୁ ପ୍ରଧାନ ନୁଦଡିହା ଗ୍ରାମର ଶାନ୍ତନୁ ଲେଙ୍କାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ଆସି ରାନୁଙ୍କ ପୈତୃକ ଘର ପାଖରେ ରହୁଥିଲେ। 

Advertisment

ସ୍ତ୍ରୀକୁ ଛାଡି ସ୍ୱାମୀ ଶାନ୍ତନୁ ରାଜସ୍ଥାନରେ ରହି କାମ କରନ୍ତି। ହେଲେ ମଙ୍ଗଳବାର ସକାଳୁ ରାନୁଙ୍କ ମା’ ଝିଅ ଘର କବାଟ ଭିତରୁ ମାରି ଦେଇଥିବା ଏବଂ ଡାକିଲେ ଶୁଣୁ ନ ଥିବା କହି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି କବାଟ ବାଡେଇଥିଲେ ସୁଦ୍ଧା କବାଟ ଖୋଲି ନ ଥିଲେ। ପରେ ସ୍ଥାନୀୟ ଲୋକେ କବାଟ ଭାଙ୍ଗିଥିଲେ ଆଉ ଘର ଭିତରେ ରାନୁ ପ୍ରଧାନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ମୃତଦେହ ଦେହକୁ ଓହ୍ଲାଇ ଉଦଳା ମେଡିକାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଖବର ପାଇ କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ରାନୁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର ଖୋଳତାଡ଼ କରୁଛି ପୋଲିସ। ବର୍ତ୍ତମାନ ସୁଦ୍ଧା ଘଟଣା ପଛର କାରଣ ଅସ୍ପଷ୍ଟ ରହିଛି। ମୃତକ ରାନୁ ପ୍ରଧାନ ନୁଦଡିହା କଲେଜର ଯୁକ୍ତ ୩ ବିଭାଗର ଛାତ୍ରୀ ଥିବାବେଳେ ସୋମବାର ଆୟୋଜିତ କଲେଜର ବାର୍ଷିକ ଉତ୍ସବରେ ଭାଗ ମଧ୍ୟ ନେଇଥିଲେ।

Advertisment
Suspicious Death Odisha Crime Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ