Advertisment

ଜଣେ ନର୍ସ ଅନ୍ୟ ଜଣେ ନର୍ସଙ୍କୁ ଦେଇ ଦେଲେ ଭୁଲ ଇଞ୍ଜେକ୍‌ସନ୍‌

ନର୍ସଙ୍କ ବିରୋଧରେ ଆସିଛି ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ସଂପର୍କୀୟମାନେ ହଙ୍ଗାମା କରିଛନ୍ତି।

ଜଣେ ନର୍ସ ଅନ୍ୟ ଜଣେ ନର୍ସଙ୍କୁ ଦେଇ ଦେଲେ ଭୁଲ ଇଞ୍ଜେକ୍‌ସନ୍‌

vimsar

Advertisment

ସମ୍ବଲପୁର: ନର୍ସଙ୍କ ବିରୋଧରେ ଆସିଛି ନର୍ସଙ୍କ ଅଭିଯୋଗ। ତାହା ପୁଣି ଭୁଲ ଇଞ୍ଜେକସନ ଦେଇଥିବାର ଅଭିଯୋଗ। ଏହାକୁ ନେଇ ସଂପର୍କୀୟମାନେ ହଙ୍ଗାମା କରିଛନ୍ତି। ବୁର୍ଲା ଭିମସାର କାର୍ଡିଓଲୋଜି ବିଭାଗରେ କାମ କରୁଥିବା ନର୍ସ ପୂର୍ଣ୍ଣିମା କୁମ୍ଭାର କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଅଭିଯୋଗ କରିଛନ୍ତି, ଗତକାଲି ତାଙ୍କୁ ଜଣେ ନର୍ସ ରେମଡେସିଭିର ଇଂଜେକସନ ଦେଇଥିଲେ। ଅପରାହ୍ନରେ ପୁଣି ଜଣେ ନର୍ସ ସେହି ଇଂଜେକସନ ଦେବାକୁ ଆସିଥିଲେ। ପ୍ରତିବାଦ କରିବା ସତ୍ତ୍ୱେ ଓ ଆଗରୁ ଗୋଟିଏ ରେମଡେସିଭିର ଇଂଜେକସନ ଦିଆଯାଇଥିବା କହିବା ସତ୍ତ୍ୱେ ନର୍ସ ଜଣକ କିଛି ଶୁଣିନଥିଲେ ବୋଲି ପୂର୍ଣ୍ଣିମା ଅଭିଯୋଗ କରିଛନ୍ତି।

Advertisment

ଇଂଜେକସନର ପୁରା ମାତ୍ରା ଯଦି ଶରୀରକୁ ଯାଇଥାନ୍ତା, ତାଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ଣ୍ଣିମା। ଏହା ଜାଣିବା ପରେ ତାଙ୍କ ପରିବାର ଗତ ରାତିରେ ହସ୍ପିଟାଲ ସାମ୍ନା ରୋଡରେ ଜମା ହୋଇ ଯାଇଥିଲେ। ପୋଲିସ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଘରକୁ ଫେରି ଯାଇଥିଲେ। ଆଜି ସକାଳେ ପୂର୍ଣ୍ଣିମାଙ୍କ ପରିବାର ଭିମସାର କର୍ତ୍ତୃପକ୍ଷଙ୍କୁ ଦେଖା କରି ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭିମସାର ସୁପରିନଟେଣ୍ଡେଣ୍ଟ କହିଛନ୍ତି, ଅଭିଯୋଗର ତଦନ୍ତ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ନିଆଯିବ।

ତେବେ କିଛିଦିନ ପୂର୍ବରୁ ନର୍ସମାନେ ବୁର୍ଲାରେ ଆନ୍ଦୋଳନ କରିଥିଲେ । ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଥିଲେ। ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଥିଲେ ନର୍ସ। ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ। ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି ବୋଲି ଜଣାପଡ଼ିଛି। କୋଭିଡ ସମୟରେ ବିନା ଦରମାରେ କାମ କରିବା ନର୍ସମାନଙ୍କ ପାଇଁ କଷ୍ଟକର ହେବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଜଣାଇଥିଲେ।

Advertisment

କିନ୍ତୁ କେହି ନଶୁଣିବାରୁ ଆଜି ଶେଷରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ନର୍ସମାନେ। ଏପରିକି ହସପିଟାଲ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ। ତା ସହିତ ଏ.ଡି.ଏମ.ଓଙ୍କୁ ମଧ୍ୟ କିଛି ସମୟ ପାଇଁ ଘେରାଉ କରିଥିଲେ ଉତ୍ୟକ୍ତ ନର୍ସ। ତେବେ ପରିସ୍ଥିତିକୁ ନଜରରେ ରଖି ପୋଲିସ ମଧ୍ୟ ମୁତୟନ ହୋଇଥିଲେ। ନର୍ସମାନେ ଆନ୍ଦୋଳନ କରୁଥିବାରୁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ