Advertisment

ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ,…

ଅଦ୍ୟତନ ହୋଇଛି
ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକଙ୍କ ପୁଅକୁ ବାନ୍ଧିଲା ପୋଲିସ୍‌

woman raped

Advertisment

ଅନୁଗୁଳ: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଏଭଳି ଅଭିଯୋଗ ଆସିଛି। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ସେହି ଅଞ୍ଚଳର ଜଣେ ହୋଟେଲ ମାଲିକଙ୍କ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ସମ୍ପୃକ୍ତ ଯୁବକ ମହିଳା ଡାକ୍ତରଙ୍କ ବାସଭବନକୁ ଖାଇବା ପାର୍ସଲ ନେଇ ଯାଇଥିଲେ। ସେଠାରେ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ହଠାତ୍‌ ଡାକ୍ତରରାଣୀଙ୍କ ୨ ଭାଇ ଘରେ ପହଞ୍ଚିବାରୁ ଉକ୍ତ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ମହିଳା ଡାକ୍ତର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ ଅନୁଗୁଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଘଟଣାକୁ ନେଇ ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିଲେ। ଯାହା ବିରୋଧରେ ସେ ଅଭିଯୋଗ କରିଥିଲେ ସାଙ୍ଗେସାଙ୍ଗେ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ