Advertisment

ପୁଅକୁ ଝୁରି ଝୁରି ଜୀବନ ହାରିଦେଲା ମା’ !

ସାଲେପୁର: ପୁଅକୁ ଝୁରି ଝୁରି ଚାଲିଗଲା ମା’। ପୁଅ ଆତ୍ମହତ୍ୟା କରିବାର ୩ ମାସ ମଧ୍ୟରେ ମା’ର ମୃତ୍ୟୁ। ମହିଳା ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଲେଜ ରୋଡ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଅତ ମହିଳାଙ୍କ ନାଁ ଜୟଶ୍ରୀ ବିଶ୍ୱାଳ। ସୂଚନା ଅନୁସାରେ, ଅଢ଼େଇ ମାସ ପୂର୍ବରୁ ଯୁକ୍ତ ଦୁଇରେ ପଢୁଥିବା ପୁଅ ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଲେ। […]

Advertisment

ସାଲେପୁର: ପୁଅକୁ ଝୁରି ଝୁରି ଚାଲିଗଲା ମା’। ପୁଅ ଆତ୍ମହତ୍ୟା କରିବାର ୩ ମାସ ମଧ୍ୟରେ ମା’ର ମୃତ୍ୟୁ। ମହିଳା ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଲେଜ ରୋଡ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଅତ ମହିଳାଙ୍କ ନାଁ ଜୟଶ୍ରୀ ବିଶ୍ୱାଳ।

Advertisment

ସୂଚନା ଅନୁସାରେ, ଅଢ଼େଇ ମାସ ପୂର୍ବରୁ ଯୁକ୍ତ ଦୁଇରେ ପଢୁଥିବା ପୁଅ ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଲେ। ଆଜି ସେହି ପ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ଉଦ୍ଧାର ହୋଇଛି। ସେ ସାଲେପୁର ସ୍ୱୟଂ ଶାସିତ କଲେଜରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ତ୍ରୀର ମୃତଦେହ ଝରକାପଟୁ ଦେଖି ତାଙ୍କ ସ୍ୱାମୀ ସାଲେପୁର ପୋଲିସକୁ ଖବର ଦେଇଥିଲେ। ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Advertisment

ଏକମାତ୍ର ପୁଅର ଆତ୍ମହତ୍ୟା ପରେ ମା’ ତାକୁ ଝୁରି ଝୁରି ଆତ୍ମହତ୍ୟା କରିଥିବା ମୃତକ ମହିଳାଙ୍କ ସ୍ୱାମୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ