Capture
ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାଙ୍କ ମା’ ଓ ଭାଇ। ତେବେ ଏହି ସମୟରେ ପୋଲିସ୍ ସେମାନଙ୍କୁ ଉଦ୍ଧାର କରିଥିଲା। ଅମୃତଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା’ ଓ ଭାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅମୃତଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ଜଗତସିଂହପୁର ତିର୍ତ୍ତୋଲ ବାଲିପାଟଣା ଛକରେ ଫୋପାଡ଼ି ଦେଇଥିଲେ। ଏଥିରେ ଅରୁଣ ପଟ୍ଟନାୟକ, ଦୀପକ ଜେନା ସମେତ ୧୦ରୁ ୧୨ ଜଣ ସମ୍ପୃକ୍ତ। ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲେ ସ୍ଥାନୀୟ ଡିଏସ୍ପି। ଏହାକୁ ନେଇ ଏସ୍ପିଙ୍କ ପାଖକୁ ବାରମ୍ବାର ଯିବା ସତ୍ତ୍ୱେ କୌଣସି ଫଳପ୍ରଦ ହୋଇନାହିଁ।
ଚଳିତ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହା ହେଉଛି ତୃତୀୟ ଆତ୍ମାହୁତି ଘଟଣା। ପ୍ରଥମେ ପରୀଙ୍କ ବାପାମା’, ଗତକାଲି ଆଠଗଡ଼ ଅଞ୍ଚଳର ଚାଷୀ ଏବଂ ଆଜି ମୃତ ଇଞ୍ଜିନିୟର ଅମୃତ ଦାସଙ୍କ ମା’ ଏବଂ ଭାଇ ଆତ୍ମହୁତି ଉଦ୍ୟମ କରିଛନ୍ତି।
୨୦୧୯ ଜୁଲାଇ ମାସ ୨୦ ତାରିଖର ସେତେବେଳେ ଜଗତସିଂହପୁର କୁଜଙ୍ଗ ବ୍ଲକର ଇଞ୍ଜିନିୟର ଅମୃତ ଦାସଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କଟକ-ପାରାଦୀପ ରାସ୍ତାର ବାଲିପାଟଣା ନିକଟରେ ୨୫ ବର୍ଷୀୟ ଅମୃତଙ୍କର ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ଦୁର୍ଘଟଣାରେ ଅମୃତଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏହା ବିରୋଧରେ ପରିବାର ଲୋକେ କୁଜଙ୍ଗ ଜେଏମ୍ଏଫ୍ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରିଥିଲା। ତାଙ୍କ ପୁଅକୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅମୃତଙ୍କ ମାଆ କହି ଆସୁଛନ୍ତି। ଏହା ଭିତରେ ପରିବାର ଲୋକ ପୋଲିସ, କୋର୍ଟ ଏପରିକି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ ଘଟଣାର ବର୍ଷେ ୪ ମାସ ପରେ ବି ସେମାନଙ୍କୁ ନ୍ୟାୟ ମିଳିପାରି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-6_1625070483.jpg)