Arrest Photograph: (OTV)
୩ କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲାରେ ମହିଳା ଗିରଫ। ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ଠକୁଥିଲେ। ମହିଳାଙ୍କୁ ଲୋନ୍ କରାଇ ଦେବା ପ୍ରତିଶ୍ରୁତି ଦେଇ ଠକେଇ। ଭୁବନେଶ୍ୱର ହଂସପାଳରୁ ବିନୋଦିନୀ ନାୟକଙ୍କୁ ଗିରଫ କଲା କପ୍ତିପଦା ପୋଲିସ। ଠକେଇରେ ୩୦ରୁ ଉର୍ଦ୍ଧ୍ବ ସିମ୍ ବ୍ୟବହାର କରିଥିଲେ ମହିଳା। ମହିଳା ଜଣଙ୍କ କେନ୍ଦୁଝର ବଲାଣି ଥାନା ଅଞ୍ଚଳର ହୋଇଥିବା ବେଳେ ବିଭିନ୍ନ ଥାନାରେ ତାଙ୍କ ନାଁରେ ମାମଲା ରହିଛି।
ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ଋଣ କରାଇଦେବାକୁ କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନେଇ ଆଉ ଫେରାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ମହିଳାଙ୍କୁ ଉଠାଇ ନେଇଛି କପ୍ତିପଦା ପୋଲିସ୍।
ମହିଳାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜଣାପଡିଛି। ବିନୋଦିନୀ ୩୦ ରୁ ଅଧିକ ସିମ କାର୍ଡ ବ୍ୟବହାର କରିବା ସହିତ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଥିଲେ।
୩ କୋଟିରୁ ଊର୍ଦ୍ଧ୍ବ ଠକେଇ: ମହିଳା ଗିରଫ
ଶ୍ରମ ବିଭାଗର ଅଧିକାରୀ କହି ଠକିଥିବା ଅଭିଯୋଗ
ହଂସପାଳରୁ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ
ଠକେଇରେ ୩୦ରୁ ଊର୍ଦ୍ଧ୍ବ ସିମ୍ ବ୍ୟବହାର କରିଥିଲେ ମହିଳା
ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ରହିଛି ଠକେଇ ମାମଲା
ମହିଳା ଜଣଙ୍କ କେନ୍ଦୁଝର ବଲାଣି ଥାନା ଅଞ୍ଚଳର ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/arrest-2026-01-24-18-14-39.jpg)