Advertisment

ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ମହିଳାଙ୍କ ଜୀବନ

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ଜୀବନ। ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରେଇ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ…

ଅଦ୍ୟତନ ହୋଇଛି
ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ମହିଳାଙ୍କ ଜୀବନ

woman died

Advertisment

ଯାଜପୁର: ମଦ କାରବାରକୁ ବିରୋଧ କରିବାରୁ ଚାଲିଗଲା ଜୀବନ ମଦ କାରବାରକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବରେଇ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ଜେନା।

Advertisment

ଅଭିଯୋଗ ଅନୁସାରେ, ଗାଁରେ ବିଜୟ ଜେନା ମଦ କାରବାର କରୁଥିଲେ। ଏହାକୁ ଲକ୍ଷ୍ମୀ ବାରମ୍ବାର ବିରୋଧ କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ବିଜୟଙ୍କ ମଦ କାରବାର ବନ୍ଦ ହୋଇଯାଇଥିଲା। ଘଟଣାକୁ ନେଇ ବିଜୟ ରାଗି ଯାଇ ଗତକାଲି ଲକ୍ଷ୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ।

ପଥରମାଡ଼ରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିଜୟ ଜେନାଙ୍କୁ ଗିରଫ କରିଛି।

Advertisment

ଅନ୍ୟପକ୍ଷରେ, ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଜୟଙ୍କ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରିଛନ୍ତି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ