Advertisment

ବିନା ମାସ୍କ ଓ ସାମାଜିକ ଦୂରତାରେ ହେଲା କଳସ ଯାତ୍ରା, ଶତାଧିକ ଲୋକେ ହେଲେ ସାମିଲ

କରୋନା ମହାମାରୀରେ ସ୍ଥିତିରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି କଳସ ଯାତ୍ରାରେ। ଗଂଜାମ ଜିଲ୍ଲା ଆସିକା ଅଂଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ଚାଲିଛି କଳସ ଯାତ୍ରା

ବିନା ମାସ୍କ ଓ ସାମାଜିକ ଦୂରତାରେ ହେଲା କଳସ ଯାତ୍ରା, ଶତାଧିକ ଲୋକେ ହେଲେ ସାମିଲ

kalasa jatra

Advertisment

ଗଞ୍ଜାମ: କରୋନା ମହାମାରୀରେ ସ୍ଥିତିରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି କଳସ ଯାତ୍ରାରେ। ଗଂଜାମ ଜିଲ୍ଲା ଆସିକା ଅଂଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ଚାଲିଛି କଳସ ଯାତ୍ରା। ଶହ ଶହ ସଂଖ୍ୟାରେ ମହିଳା ମୁଣ୍ଡରେ କଳସ ବୋହି ଯାତ୍ରାରେ ସାମିଲ ହୋଇଛନ୍ତି। କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ଚାଲିଛି କଳସ ଯାତ୍ରା। ମାସ୍କ ନ ପିନ୍ଧି ସାମାଜିକ ଦୁରତା ପାଳନ ନକରି ଲୋକେ ଏକାଠି ହୋଇ ଚାଲିଛନ୍ତି। ତେବେ କିଏ ଏହି କଳସ ଯାତ୍ରାର ଆୟୋଜନ କରିଛି, କାହା ଅନୁମତିରେ ଏହି କଳସ ଯାତ୍ରା ଅନୁଷ୍ଠିତ ହେଉଛି ଏହାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଏପଟେ,  ଓଡ଼ିଶା କୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଷ୍ଟ୍ରେନ୍‌ ଚିନ୍ତା ବଢ଼ାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜିଲ୍ଲା ଗୁଡିକରେ ଥିବା ଆନ୍ତଃ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍ କରାଯିବା ସହ ସାଧାରଣ ଲୋକଙ୍କୁ ଆନ୍ଧ୍ର ଯିବାକୁ ବାରଣ କରାଯାଇଛି। ତେବେ ଗଜପତି ଜିଲ୍ଲା ରୁ ଆନ୍ଧ୍ର କୁ ସଂଯୋଗ କରୁଥିବା ବିଭିନ୍ନ ସ୍ଥାନରେ ନାକା ଲଗାଯାଇ ସିଲ୍ କରାଯାଇଛି। ପୋଲିସ ଓ ଜିଲ୍ଲା ପ୍ରଶାସନ କେବଳ ମୁଖ୍ୟ ରାସ୍ତାକୁ ଜଗିରହିଥିବା ବେଳେ ଗାଁରେ ବିଭିନ୍ନ ରାସ୍ତା ଗୁଡିକ ଦେଈ ଆନ୍ଧ୍ର ଲୋକେ ବେନିୟମ ଭାବରେ ଯା ଆସ କରୁଛନ୍ତି। ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି।

ସେପଟେ, ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ରହିଛି ସଂକ୍ରମଣ । ଗତକାଲି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚି ଯାଇଛି ।  ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ସଂକ୍ରମଣର ହଟସ୍ପଟ ପାଲିଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋଟିଏ ପଟେ ରାଜ୍ୟରେ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ସରକାର ଲକଡାଉନ୍‌ କରିଛନ୍ତି ଅନ୍ୟପଟେ, ଲୋକମାନେ କିନ୍ତୁ ନିୟମ ମାନୁନାହାନ୍ତି। ଯାହାକୁ ନେଇ ଚିନ୍ତା ବଢିଛି, କାରଣ ସାମାଜିକ ଦୂରତା ନମାନିଲେ କରୋନା ପୁଣି ଥରେ ସକ୍ରିୟ ହେବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ