Advertisment

କୌଣସି ପରିଚୟ ପତ୍ର ନଥିଲେ ବି ମିଳିବ କରୋନା ଟିକା

ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା

କୌଣସି ପରିଚୟ ପତ୍ର ନଥିଲେ ବି ମିଳିବ କରୋନା ଟିକା

Corona Virus

Advertisment
  • ପିଲାଙ୍କ ପାଇଁ ବି ଆସିବ କରୋନା ଟିକା
  • ୨ରୁ ୧୮ ବର୍ଷ ବର୍ଗଙ୍କ ଉପରେ କୋଭାକ୍ସିନ ଟ୍ରାଏଲକୁ କେନ୍ଦ୍ରର ଅନୁମତି
  • ୬ ସପ୍ତାହକୁ ବଢ଼ିଲା କୋଭିସିଲ୍ଡ ୨ଟି ଡୋଜର ବ୍ୟବଧାନ
  • ପରିଚୟପତ୍ର ନଥିବା ଅବହେଳିତ ବର୍ଗଙ୍କ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ
Advertisment

ନୂଆଦିଲ୍ଲୀ: ଦ୍ୱିତୀୟ ଲହରରେ ବୟସ୍କଙ୍କ ସହ ଯୁବବର୍ଗ ବି ଅଧିକ ସଂକ୍ରମିତ ହେଉଥିବା ବେଳେ ଆଶଙ୍କା କରାଯାଉଛି ତୃତୀୟ ଲହର ପିଲାଙ୍କୁ ଟାର୍ଗେଟ୍ କରିବ ବୋଲି। ତେବେ ଆଶ୍ୱସ୍ତିର କଥା, ଶିଶୁ ଓ କିଶୋରଙ୍କ ପାଇଁ ବି ଖୁବଶୀଘ୍ର ଆସିପାରେ କରୋନା ଟିକା। ୨ରୁ ୧୮ ବର୍ଷ ବୟସ ବର୍ଗ ଲାଗି ଆରମ୍ଭ ହେଉଛି ଦେଶୀ ଟିକା। କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟିକା ଆସିବା ନେଇ ଚର୍ଚ୍ଚା ହେଉଛି। ସେପଟେ କୋଭିସିଲ୍ଡର ୨ ଡୋଜ୍ ମଧ୍ୟରେ ବ୍ୟବଧାନକୁ ଅନ୍ୟୁନ ୬ ସପ୍ତାହକୁ ବୃଦ୍ଧି କରାଯାଇଛି। ଏପଟେ ଓଡ଼ିଶାରେ କେନ୍ଦ୍ର ନିର୍ଦ୍ଦେଶକ୍ରମେ ପରିଚୟ ପତ୍ର ନଥିବା ଅବହେଳିତ ଓ ସମ୍ବେଦନଶୀଳ ବର୍ଗଙ୍କୁ ବି ଟିକା ଦେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା।

ଶିଶୁ ଓ କିଶୋରଙ୍କୁ ବି ଖୁବଶୀଘ୍ର ମିଳିପାରେ କରୋନା କବଚ। ସ୍ୱଦେଶୀ ଟିକା କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରିବ ଭାରତ ବାୟୋଟେକ୍। ୨ରୁ ୧୮ ବର୍ଷ ବୟସ୍କଙ୍କ ଠାରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂଗଠନ CDSCOର ବୈଷୟିକ ବିଶେଷଜ୍ଞ କମିଟି ଅନୁମତି ଦେଇଥିବା ସୂଚନା ମିଳିଛି। ଦିଲ୍ଲୀ ଓ ପାଟନା ଏମ୍ସ ସମେତ ୫୨୫ଟି ସ୍ଥାନରେ ଟ୍ରାଏଲ୍ ବେଳେ, କୋଭାକ୍ସିନର ନିରାପତ୍ତା, ପାର୍ଶ୍ୱ ପ୍ରତିକ୍ରିୟା ଓ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ସଂପର୍କରେ ଅଧ୍ୟୟନ କରାଯିବ।

Advertisment

ତେବେ ଫେଜ୍-ଟୁର ଅନ୍ତରୀଣ ରିପୋର୍ଟ ଦାଖଲ ପରେ ହିଁ ଫେଜ୍-ଥ୍ରୀ ଟ୍ରାଏଲ୍ ଆରମ୍ଭ କରିବାକୁ ସର୍ତ୍ତ ରଖିଛି କମିଟି। କିଛି ଦିନ ତଳେ, କାନାଡ଼ା ଓ ଆମେରିକାରେ ୧୨ରୁ ୧୫ ବୟସ୍କଙ୍କ ପାଇଁ ଫାଇଜର୍ ଟିକାକୁ ଅନୁମତି ମିଳିସାରିଛି। ସେପଟେ କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ଅତି କମରେ ୬ ସପ୍ତାହ ବା ୪୨ ଦିନକୁ ବଢ଼ାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପୂର୍ବରୁ ପ୍ରଥମ ଡୋଜର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାକୁ କୋ-ଓ୍ୱିନ୍ ପୋର୍ଟାଲରେ ବ୍ୟବସ୍ଥା ଥିବା ବେଳେ, ଆଜିଠାରୁ ଏହି ଅନ୍ତରକୁ ୬ ସପ୍ତାହକୁ ବୃଦ୍ଧି କରାଯାଇଛି।

ଅର୍ଥାତ୍, ପ୍ରଥମ ଡୋଜର ୪୨ ଦିନ ପୂର୍ବରୁ ଦ୍ୱିତୀୟ ଡୋଜ୍ ନେଇ ହେବ ନାହିଁ। ସେପଟେ ବିଶେଷଜ୍ଞ ବି ଲୋକଙ୍କୁ ୬ ସପ୍ତାହ ହେଉ ହେଉ ଦ୍ୱିତୀୟ ଡୋଜ୍ ନେବାକୁ ଅତ୍ୟଧିକ ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି। କହିଛନ୍ତି ଯେ, ଦ୍ୱିତୀୟ ଡୋଜ୍ ୮ରୁ ୧୦ ସପ୍ତାହ ଭିତରେ ନେଲେ ବି ପ୍ରଥମ ଡୋଜ୍ ବେକାର ଯିବନାହିଁ ବରଂ ଏହା କାମ ଦେବ।

Advertisment

ଏପଟେ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ, ପରିଚୟ ପତ୍ର ନଥିବା ଲୋକଙ୍କୁ ବି କରୋନା ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କୋ-ଓ୍ୱିନ୍ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଆବଶ୍ୟକ ୭ ପ୍ରକାର ପରିଚୟପତ୍ରରୁ ଆଦୌ କୌଣସି ନଥିଲେ ବି ଯାଯାବର, ସାଧୁ ସନ୍ଥ, ପଥପ୍ରାନ୍ତ ଭିକ୍ଷୁ ଏବଂ ଜେଲ୍, ମାନସିକ ଚିକିତ୍ସା ଅନୁଷ୍ଠାନ, ବୃଦ୍ଧାଶ୍ରମ, ପୁନର୍ବାସ କେନ୍ଦ୍ର ବା ଶିବିର ଅନ୍ତେବାସୀମାନଙ୍କୁ ସ୍ୱତନ୍ତ୍ର ସେସନରେ ଟିକା ଦିଆଯିବ। ଏଭଳି ଲୋକଙ୍କୁ ଚିହ୍ନଟ କରିବା ଓ ଟିକାଦାନ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ