Advertisment

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଭୁବନେଶ୍ୱର: ସମସ୍ତଙ୍କ ସହଯୋଗ ପାଇଁ ପୂଜାରେ ସଂକ୍ରମଣ ବଢ଼ି ନାହିଁ। ହେଲେ ସଜାଗ ନ ରହିଲେ ପୁଣି କାୟା ବିସ୍ତାର କରିପାରେ କରୋନା। ଶୀତ ଦିନରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ। ସୁସ୍ଥ ହୋଇଥିବା ଲୋକ ବି ପୁଣି ସଂକ୍ରମଣର ଶୀକାର ହୋଇପାରନ୍ତି। କାରଣ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ଆଜି ଏଭଳି ଭାବରେ ପ୍ରକାଶ କରିଛନ୍ତି ଆଇଏଲଏସ୍ (ILS) ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ILSରେ ଟେଷ୍ଟ […]

ଅଦ୍ୟତନ ହୋଇଛି
ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

coronavirus

Advertisment

ଭୁବନେଶ୍ୱର: ସମସ୍ତଙ୍କ ସହଯୋଗ ପାଇଁ ପୂଜାରେ ସଂକ୍ରମଣ ବଢ଼ି ନାହିଁ। ହେଲେ ସଜାଗ ନ ରହିଲେ ପୁଣି କାୟା ବିସ୍ତାର କରିପାରେ କରୋନା। ଶୀତ ଦିନରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ। ସୁସ୍ଥ ହୋଇଥିବା ଲୋକ ବି ପୁଣି ସଂକ୍ରମଣର ଶୀକାର ହୋଇପାରନ୍ତି। କାରଣ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ଆଜି ଏଭଳି ଭାବରେ ପ୍ରକାଶ କରିଛନ୍ତି ଆଇଏଲଏସ୍ (ILS) ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା।

Advertisment

ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ILSରେ ଟେଷ୍ଟ କରିଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ ଜଣଙ୍କ ଠାରେ କରୋନା ରି- ଇନ୍‌ଫେକ୍ସନ୍ ହୋଇଛି। ହେଲେ ଏହି ସଂଖ୍ୟା ବହୁତ କମ୍ ବୋଲି କହିବା ସହ ପୁନଃ ସଂକ୍ରମଣର କାରଣ ନେଇ ତର୍ଜମା ଚାଲିଥିବା ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। କିନ୍ତୁ ଆଗକୁ ଶୀତ ଦିନ ଆସୁଥିବାରୁ ସଜାଗ ନହେଲେ ସ୍ଥିତି ପୁଣି ବିଗିଡ଼ିଯାଇପାରେ ଏବଂ ଡିସେମ୍ବର କିମ୍ବା ଜାନୁଆରୀରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ସତର୍କ କରିଛନ୍ତି।

ହେଲେ ଏ ଭିତରେ କରୋନାରେ ରାଜ୍ୟର ସବୁଠୁ ଅଧିକ ପ୍ରଭାବିତ କ୍ୟାପିଟାଲ୍ ସିଟି ଭୁବନେଶ୍ୱର ପାଇଁ ଭଲ ଖବର ଆସିଛି। ଆରଏମଆରସି ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟରୁ ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି।

Advertisment

ଏହି ସର୍ଭେରୁ ରାଜଧାନୀର ୫୦ ପ୍ରତିଶତ ଲୋକଙ୍କୁ କରୋନା ଛୁଇଁ ସାରିଥିବା ବି ସ୍ପଷ୍ଟ ହୋଇଛି। ଜୁଲାଇ ୧୧ ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିଲା, ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ଏହା ୫.୧ ପ୍ରତିଶତକୁ ବଢ଼ିଥିଲା। ଆଉ ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିବା ୩ୟ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ସଂଖ୍ୟା ୫୦ ପ୍ରତିଶତକୁ ବଢ଼ିଛି ଯାହାକି ଭଲ ଖବର ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି।

ତେବେ ଭୁବନେଶ୍ୱରରେ ଯେଉଁ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇ ନାହିଁ। ସେମାନେ ଏବେ ବି ସମ୍ବେଦନଶୀଳ। ତେଣୁ ଆଗକୁ ଶୀତ ଦିନ ଆସୁଥିବାରୁ ଏଥିପ୍ରତି ବିଶେଷ ଯତ୍ନବାନ ହେବାର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଛି। ଟିକେ ବି ଢିଲାପଣ ନରଖି ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା, ସାମାଜିକ ଦୂରତ୍ୱ ଆଦି ନିୟମକୁ କଡ଼ାକଡ଼ି ନମାନିଲେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ